PIL System Under Review / ଜନସ୍ଵାର୍ଥ ମାମଲା ବ୍ୟବସ୍ଥା ବନ୍ଦ ପାଇଁ ସୁପ୍ରିମକୋର୍ଟରେ କାହିଁକି କହିଲେ କେନ୍ଦ୍ର ସରକାର ?
·2 hours ago·2 min read

Key Points
ଜନସ୍ଵାର୍ଥ ମାମଲା ବା PILର କିଏ କରୁଛି ଅପବ୍ୟବହାର ? କ୍ଷତିଗ୍ରସ୍ତଙ୍କ ନାଁରେ ଫାଇଦା ପାଉଛନ୍ତି କି ତୃତୀୟ ପକ୍ଷ ? ଏହାକୁ ନେଇ ଆରମ୍ଭ ହୋଇଛି ବଡ଼ ବିତର୍କ ।
ନୂଆଦିଲ୍ଲୀ: ଆଗକୁ ବନ୍ଦ ହୋଇଯିବ ଜନସ୍ଵାର୍ଥ ମାମଲା (PIL) । ବୁଧବାର ଜନସ୍ଵାର୍ଥ ମାମଲା ଆବେଦନ ପଦ୍ଧତ୍ତିର ସମୀକ୍ଷା ପାଇଁ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ସରକାର । ଏପରିକି ଜନସ୍ଵାର୍ଥ ମାମଲାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ କେନ୍ଦ୍ର ସରକାର ଆଗ୍ରହ ପ୍ରକାଶ କରିଛନ୍ତି ।
ସରକାରଙ୍କ ଯୁକ୍ତି
କେନ୍ଦ୍ର ସରକାରଙ୍କ ଯୁକ୍ତି ହେଲା, "ଯେଉଁ ଉଦ୍ଦେଶ୍ୟ ସାଧିତ ପାଇଁ ଜନସ୍ଵାର୍ଥ ମାମଲାର ଆରମ୍ଭ ହୋଇଥିଲା, ଏବେ ତାହା ବହୁ ମାତ୍ରାରେ ପୂରଣ ହୋଇଛି । ବର୍ତ୍ତମାନ ଏହାର ଦୁରୂପଯୋଗ ଅଧିକ ହେଉଛି ।" ସରକାରଙ୍କ ପକ୍ଷରୁ ସଲିସିଟର ଜେନରାଲ ତୁଷାର ମେହତା ଏହି ତଥ୍ୟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ଵାଧୀନ ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ଦିଦିଙ୍କ ଗଡ଼ରେ ୯ଘଣ୍ଟା ଅଟକ ରହିଲେ ୭ ନ୍ୟାୟିକ ଅଧିକାରୀ; ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା
ଜନସ୍ଵାର୍ଥ ମାମଲା କ'ଣ ?
ଇଂରାଜୀରେ PIL କୁହାଯାଉଥିବା ଜନସ୍ଵାର୍ଥ ମାମଲା ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ମୂଳତଃ ଆରମ୍ଭ କରାଯାଇଥିଲା । ଯାହାର ଲକ୍ଷ୍ୟ ଥିଲା- ଗରିବ, ନିରକ୍ଷର, ଦିବ୍ୟାଙ୍ଗ ଅଥବା ସାମାଜିକ ବାସନ୍ଦ କାରଣରୁ ଅଦାଲତ ପହଞ୍ଚି ପାରୁନଥିବା ଲୋକଙ୍କ ଅଧିକାର ରକ୍ଷା ଲାଗି କେହି ତୃତୀୟ ବ୍ୟକ୍ତି ଅଥବା ସଂସ୍ଥା ତାଙ୍କ ପକ୍ଷରୁ କୋର୍ଟରେ ଆବେଦନ ଦାଏର କରିପାରିବେ ।
ବାର୍ ଆଣ୍ଡ୍ ବେଞ୍ଚ୍ ରିପୋର୍ଟ ଅନୁସାରେ, ସଲିସିଟର୍ ଜେନରାଲ ତୁଷାର ମେହତା ତାଙ୍କ ଲିଖିତ ଓ ମୌଖିକ ମନ୍ତବ୍ୟରେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି, "ଯେଉଁଥିପାଇଁ PILର ଆବଶ୍ୟକତା ଥିଲା, ବିଗତ ୫ ଦଶନ୍ଧି ମଧ୍ୟରେ ସ୍ଥିତି ବେଶ୍ ବଦଳି ଯାଇଛି । ଏବେ ସମୟ ଆସିଛି PILରେ କେବଳ ସଂଶୋଧନ ଅଣାନଯାଇ ଏହାକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଉ ।"
ସେ ଆହୁରି କହିଛନ୍ତି, "ଆଜିର ସମୟରେ ନ୍ୟାୟ ପ୍ରଣାଳୀ ଅଧିକ ସୁଲଭ ଓ ସ୍ଵଚ୍ଛ । ଜାତୀୟ ଆଇନ୍ ସେବା ପ୍ରାଧିକରଣ (NALSA) ଏବଂ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ (DALSA) ଭଳି ସଂସ୍ଥା ରହିଛି । ଯେଉଁଠି ଉଚିତ୍ ଲୋକଙ୍କୁ ମାଗଣା ଆଇନ୍ ପରାମର୍ଶ ଓ ସହାୟତା ମିଳୁଛି ।"
ଏହାଛଡ଼ା ଇ-ଫାଇଲିଂ ଜରିଆରେ ଏବେ ଅଦାଲତ ପର୍ଯ୍ୟନ୍ତ ପହଞ୍ଚିବା ବେଶ୍ ସହଜ ହୋଇଛି । ଏପରିକି ଗୋଟିଏ ଚିଠି ମଧ୍ୟ ସିଧାସଳଖ ଅଦାଲତ ପର୍ଯ୍ୟନ୍ତ ପହଞ୍ଚି ପାରିବ । ତେଣୁ ଏବେ କୌଣସି ତୃତୀୟ ପକ୍ଷ ଦ୍ଵାରା ପ୍ରତିନିଧିତ୍ଵର ଆବଶ୍ୟକତା ନଥିବା ସରକାର ଯୁକ୍ତି ବାଢ଼ିଛନ୍ତି ।
ଏଥିସହ ପଢ଼ନ୍ତୁ: ଧର୍ମ ପରିବର୍ତ୍ତନ ସହ ଶେଷ ହୋଇଯିବ ଅନୁସୂଚିତ ଜାତି ମାନ୍ୟତା
ସଲିସିଟର ଜେନରାଲ ମେହତା ଜୋର୍ ଦେଇ କହିଛନ୍ତି, "ଆଜିକାଲି ଦାଖଲ ହେଉଥିବା ଅଧିକାଂଶ ଜନସ୍ଵାର୍ଥ ମାମଲା ପ୍ରରୋଚନାରେ ହେଉଛି । ମାମଲା ପଛରୁ ଆଉ କେହି ତାଙ୍କୁ ନିୟନ୍ତ୍ରଣ କରୁଛି, ଏଥିପାଇଁ ଏଭଳି ଆବେଦନ ବିଚାର କାହିଁକି କରାଯିବ ।"
କ'ଣ କହିଲେ CJI ?
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ମଧ୍ୟ ଏଥିରେ ସହମତି ପ୍ରକାଶ କରିଛନ୍ତି । କହିଛନ୍ତି, "ଏବେ ଜନସ୍ଵାର୍ଥ ମାମଲାକୁ ନେଇ ଏବେ କୋର୍ଟ ଅଧିକ ସତର୍କ ଅଛନ୍ତି । ବିଶେଷ କରି ଭିନ୍ନ ଭିନ୍ନ ଏଜେଣ୍ଡା ନେଇ ଲୋକ ଆସୁଛନ୍ତି । ଏବେ କୋର୍ଟ PIL ଗ୍ରହଣ ପୂର୍ବରୁ ଯାଞ୍ଚ କରୁଛନ୍ତି । ୨୦୦୬ରୁ ନେଇ ୨୦୨୬ ଭିତରେ ଦେଶର ସ୍ଥିତି ବେଶ୍ ବଦଳିଛି ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories