Char Dham Yatra Entry Rules / ଅଣ-ହିନ୍ଦୁଙ୍କ ପ୍ରବେଶ ମନା; ହିନ୍ଦୁଙ୍କ ପରେ କିଏ କରିପାରିବେ ଦର୍ଶନ?
·6 months ago·2 min read

Key Points
ମନ୍ଦିର କମିଟି ପକ୍ଷରୁ ଯାତ୍ରୀଙ୍କ ପ୍ରବେଶକୁ ନିଆଯାଇଥିବା ନିଷ୍ପତ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଣିକି ମନ୍ଦିର ପରିସରରେ କେବଳ ହିନ୍ଦୁ ତୀର୍ଥଯାତ୍ରୀଙ୍କୁ ପ୍ରବେଶ କରିବାର ଅନୁମତି ମିଳିବ।
Char Dham Yatra 2026 Update: ଚଳିତ ବର୍ଷ ଅପ୍ରେଲ ୧୯ ତାରିଖରୁ ଆରମ୍ଭ ହେଉଛି ଚାରି ଧାମ ଯାତ୍ରା। ହିମାଳୟ କ୍ଷେତ୍ରରେ ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି ଯାତ୍ରା ପାଇଁ ଜାରି ରହିଛି ପ୍ରସ୍ତୁତି। ଉତ୍ତରାଖଣ୍ଡ ସରକାର ଚଳିତ ବର୍ଷ ଯାତ୍ରା ସମୟରେ ଚାରି ଧାମ ଆସିବାକୁ ଥିବା ତୀର୍ଥଯାତ୍ରୀଙ୍କ ଭିଡ଼କୁ ପରିଚାଳନା କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ମନ୍ଦିର ପରିସରରେ ପ୍ରବେଶକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏନେଇ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ଘୋଷଣା କରିଛି ଯେ ତୀର୍ଥଯାତ୍ରା ସମୟରେ ଅଣହିନ୍ଦୁଙ୍କୁ କିଛି ମନ୍ଦିର ମଧ୍ୟରେ ପ୍ରବେଶ ଅନୁମତି ଦିଆଯିବ ନାହିଁ।
ମନ୍ଦିର କମିଟି ପକ୍ଷରୁ ଯାତ୍ରୀଙ୍କ ପ୍ରବେଶକୁ ନିଆଯାଇଥିବା ନିଷ୍ପତ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଣିକି ମନ୍ଦିର ପରିସରରେ କେବଳ ହିନ୍ଦୁ ତୀର୍ଥଯାତ୍ରୀଙ୍କୁ ପ୍ରବେଶ କରିବାର ଅନୁମତି ମିଳିବ। କୌଣସି ଅଣ ହିନ୍ଦୁ ମନ୍ଦିର ସୀମାରେ ପ୍ରବେଶ କରିପାରିବେ ନାହିଁ। ଯଦି ଏହି ନିୟମ କାର୍ଯ୍ୟକାରୀ ହୁଏ ତାହେଲେ ବୌଦ୍ଧ, ଶିଖ ଏବଂ ଜୈନ ଧର୍ମବଲମ୍ବୀଙ୍କ ପାଇଁ ଏହାକୁ ଲାଗୁ କରାଯିବ ନାଁ ନାହିଁ।
ମନ୍ଦିର ପରିସରରେ ଅଣ ହିନ୍ଦୁଙ୍କୁ ପ୍ରବେଶ ଉପରେ ଲାଗିଲା ରୋକ
ଆଗାମୀ ଚାରିଧାମ ଯାତ୍ରାରେ ଦୁଇ ପ୍ରମୁଖ ମନ୍ଦିର କେଦାରନାଥ-ବଦ୍ରିନାଥ ପରିସରରେ ଅଣହିନ୍ଦୁଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ଏହି ନିୟମ କେବଳ ଏହି ଦୁଇଟି ମନ୍ଦିର ପାଇଁ ସୀମିତ ନୁହେଁ। ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ଅନୁଯାୟୀ ଏହି ନିୟମ ସମଗ୍ର ଅଞ୍ଚଳରେ ଏହାର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ପ୍ରାୟ ୪୫ ମନ୍ଦିର ପାଇଁ କାର୍ଯ୍ୟକାରୀ ହେବ। ଏନେଇ ମନ୍ଦିର ଅଧିକାରୀ କହିଛନ୍ତି ଯେ ଏପରି ନିୟମ ଲାଗୁ କରିବା ପଛର ଉଦ୍ଦେଶ୍ୟ ହେଉଛି ଧର୍ମାନୁଷ୍ଠାନରେ ଧାର୍ମିକ ପବିତ୍ରତା ବଜାୟ ରଖିବା।
ଏହା ସହ ପଢନ୍ତୁ: ମନ୍ଦିର କମିଟି ବୈଠକରେ ବଡ଼ ନିଷ୍ପତ୍ତି; ଅଣହିନ୍ଦୁଙ୍କ ପ୍ରବେଶ ଉପରେ ଲାଗିଲା ରୋକ
କ'ଣ ବୌଦ୍ଧ ଶିଖ ଜୈନ ଧର୍ମାବଲମ୍ବୀଙ୍କ ପାଇଁ ଲାଗୁ ହେବ କି ଏହି ନିୟମ?
ଅଣହିନ୍ଦୁଙ୍କ ଉପରେ ଏହି ନିଷେଧାଦେଶ ଜାରି ହେବା ସତ୍ତ୍ୱେ ଏହାକୁ ଶିଖ, ଜୈନ ଏବଂ ବୌଦ୍ଧ ଧର୍ମବଲମ୍ବୀଙ୍କୁ ପାଇଁ ଲାଗୁ କରାଯିବ ନାହିଁ। ମନ୍ଦିର କମିଟି କହିବା ଅନୁସାରେ ଭାରତୀୟ ସମ୍ବିଧାନର ଧାରା ୨୫ ଅନୁଯାୟୀ ଏହି ମୂଳ ଭାରତୀୟ ଧର୍ମକୁ କିଛି ଆଇନଗତ ଏବଂ ସାଂସ୍କୃତିକ କ୍ଷେତ୍ରରେ ହିନ୍ଦୁ ପରମ୍ପରାର ଏକ ବ୍ୟାପକ ପରିଭାଷାର ଅଂଶ ଭାବେ ବିବେଚନା କରାଯାଏ। ଯାହାର ଅର୍ଥ ହେଉଛି ଏହି ଧର୍ମର ଅନୁଗାମୀଙ୍କୁ ଅଣ-ହିନ୍ଦୁଙ୍କ ପାଇଁ ଲାଗୁ ହୋଇଥିବା ନିଷେଧାଦେଶରୁ ବାଦ ଦିଆଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏକାଧିକ ମନ୍ଦିରରେ ଲାଗୁ ହୋଇପାରେ ନିଷେଧାଦେଶ
ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ଦ୍ୱାରା ପରିଚାଳିତ ପ୍ରାୟ ୫୦ ମନ୍ଦିରରେ ଏହି ନିୟମ ଲାଗୁ କରିବାକୁ ଯୋଜନା କରୁଛି। ଏହି ନିଷ୍ପତ୍ତିକୁ ପୂର୍ବରୁ କିଛି ସ୍ଥାନରେ ଆନୁଷ୍ଠାନିକ ଭାବେ ଅନୁମୋଦନ କରାଯାଇ ସାରିଛି। ଅନ୍ୟ ମନ୍ଦିରରେ ଏହି ନିଷେଧାଦେଶକୁ ଲାଗୁ କରିବା ଆଲୋଚନା ଜାରି ରହିଛି। ଗଙ୍ଗୋତ୍ରୀ ମନ୍ଦିର ପରିଚାଳନା କରୁଥିବା କମିଟି ଏହି ନିୟମକୁ ସମର୍ଥନ କରି ଏକ ପ୍ରସ୍ତାବ ଆଗତ କରିଛି।

Related Topics
Explore more stories