Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶସ୍ତା ହେଲା ଟ୍ରେନ ଭଡ଼ା , ଜାଣନ୍ତୁ କେତେ ରହିଛି ଟିକେଟ ଦର

National

ଶସ୍ତା ହେଲା ଟ୍ରେନ ଭଡ଼ା , ଜାଣନ୍ତୁ କେତେ ରହିଛି ଟିକେଟ ଦର

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଶସ୍ତା ହେଲା ଟ୍ରେନ ଭଡ଼ା , ଜାଣନ୍ତୁ କେତେ ରହିଛି ଟିକେଟ ଦର

ଅର୍ଗସ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ଶସ୍ତା ହେଲା ଟ୍ରେନ ଭଡ଼ା । ପାସେଞ୍ଜର ଟ୍ରେନ ଟିକେଟ ଦର ପାଖାପାଖି 50 ପ୍ରତିଶତ ହ୍ରାସ ପାଇଛି । ରେଳବାଇ ପୁଣିଥରେ ଟିକେଟ୍ ମୂଲ୍ୟକୁ ପ୍ରି-କୋଭିଡ୍ ସ୍ତରକୁ ହ୍ରାସ କରିଛି। ଏହି ପଦକ୍ଷେପ ଦ୍ୱାରା ଯାତ୍ରୀବାହୀ ଟ୍ରେନର ଟିକେଟ୍ ମୂଲ୍ୟ ପ୍ରାୟ ୪୦ ରୁ ୫୦ ପ୍ରତିଶତ ହ୍ରାସ ପାଇଛି । ପୂର୍ବରୁ ଯାତ୍ରୀଙ୍କୁ ପାସେଞ୍ଜର ଟ୍ରେନରେ ଏକ୍ସପ୍ରେସ ଟିକେଟ ଭଳି ମୂଲ୍ୟ  ଦେବାକୁ ପଡୁଥିଲା। ଭାରତୀୟ ରେଲୱେ ୨୭ ଫେବ୍ରୁଆରୀଠାରୁ ପାସେଞ୍ଜର ଟ୍ରେନ ପାଇଁ ଦ୍ବିତୀୟ ଶ୍ରେଣୀ ସାଧାରଣ ଭଡ଼ା ଆରମ୍ଭ କରିଛି।

ଅଧିକ ପଢନ୍ତୁ : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା

କ‌ରୋନା ମହାମାରୀ ସମୟରେ ପାସେଞ୍ଜର ଟ୍ରେନ ଚଳାଚଳକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାର ଟକେଟ ଦର ୧୦ ଟଙ୍କାରୁ ବୃଦ୍ଧି କରି ୩୦ ଟଙ୍କା ହୋଇଥିଲା। ପୂର୍ବରୁ ଯାତ୍ରୀମାନଙ୍କୁ ଟ୍ରେନ୍ ଯାତ୍ରା ପାଇଁ ଏକ୍ସପ୍ରେସ ଟ୍ରେନ୍ ଭଡା ଦେବାକୁ ପଡୁଥିଲା କିନ୍ତୁ ବର୍ତ୍ତମାନ ଭାରତୀୟ ରେଳବାଇ ଯାତ୍ରୀବାହୀ ଟ୍ରେନରେ ଦ୍ୱିତୀୟ ଶ୍ରେଣୀର ସାଧାରଣ ଭଡା ଧାର୍ଯ୍ୟ କରିଛି। ରେଳ ବିଭାଗ ପକ୍ଷରୁ ସମସ୍ତ ମେନଲାଇନ ଇଲେକ୍ଟ୍ରିକ ମଲ୍ଟିପୁଲ ୟୁନିଟ ବା ମେମୁ ଟ୍ରେନର ସାଧାରଣ ଶ୍ରେଣୀର ଭଡ଼ାରେ ପ୍ରାୟ ୫୦ ପ୍ରତିଶତ ହ୍ରାସ ଘୋଷଣା କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cheap train fares, know how much the ticket prices are | Argus News