Kuno National Park MP / ୧୫ ଦିନ ପରେ କୁନୋ ଫେରିଲା 'କେପି-୩'; ଭରତପୁର ଠାରେ ପକାଇଥିଲା ଡେରା
·2 hours ago·2 min read

Key Points
ରାଜସ୍ଥାନର ବାନ୍ଧ ବାରେଠା ବନ୍ୟପ୍ରାଣୀ ଅଭୟାରଣ୍ୟରେ ପ୍ରାୟ ୧୫ ଦିନର ରହଣୀ ପରେ ମୂଳ ସ୍ଥାନ କୁନୋ ଜାତୀୟ ଉଦ୍ୟାନକୁ ଫେରିଛି "କେପି-୩"।
Cheetah KP-3 returns to Kuno: ପ୍ରାୟ ୧୫ ଦିନ ପରେ କୁନୋ ଜାତୀୟ ଉଦ୍ୟାନକୁ ଫେରିଛି ଚିତା "କେପି-୩"। ଏହି ଚିତା ରାଜସ୍ଥାନର ଭରତପୁର ଜିଲ୍ଲାର ବାନ୍ଧ ବାରେଠା ବନ୍ୟପ୍ରାଣୀ ଅଭୟାରଣ୍ୟରେ ପ୍ରାୟ ଦୁଇ ସପ୍ତାହ ଧରି ରହିଥିଲା। ପ୍ରାୟ ୧୫ ଦିନର କସରତ ପରେ ବନ ବିଭାଗ ଏହି ଚିତାକୁ ସୁରକ୍ଷିତ ଭାବରେ କୁନୋ ଜାତୀୟ ଉଦ୍ୟାନ ଫେରାଇ ନେବାରେ ସଫଳ ହୋଇଥିଲା। ଏହି ଚିତା ବାନ୍ଧ ବାରେଠା ବନ୍ୟପ୍ରାଣୀ ଅଭୟାରଣ୍ୟରେ ରହୁଥିବା ନେଇ ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା। ବନ ବିଭାଗ ନିରନ୍ତର "କେପି-୩" ଉପରେ ସତର୍କ ନଜର ରଖିଥିଲା। ହେଲେ ବର୍ତ୍ତମାନ ସେ କୁନୋ ଫେରି ଆସିଥିବାରୁ ପରିସ୍ଥିତି ସ୍ୱାଭାବିକ ହୋଇଛି। ଯାହା ବନ ବିଭାଗ ଏବଂ କୁନୋ ଜାତୀୟ ଉଦ୍ୟାନ ଉଭୟ ପାଇଁ ଏକ ଆଶ୍ୱସ୍ତି ଆଣିଦେଇଛି।
୧୫ ଦିନ ପୂର୍ବରୁ ଭରତପୁର ଠାରେ ପହଞ୍ଚିଥିଲା ଚିତା "କେପି-୩"
ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରୁ ପ୍ରାୟ ୧୫ ଦିନ ପୂର୍ବରୁ ଚିତା "କେପି-୩" ଭରତପୁର ଠାରେ ପହଞ୍ଚିଥିଲା। ପ୍ରାୟ ୨୦୦ କିଲୋମିଟର ଦୂରତା ଅତିକ୍ରମ କରିବା ପରେ, ଏହି ଟିତା ବାନ୍ଧ ବାରେଠା ବନ୍ୟପ୍ରାଣୀ ଅଭୟାରଣ୍ୟରେ ପହଞ୍ଚିଥିଲା। ସେବେଠାରୁ ଏହା ଉପରେ ସତର୍କ ନଜର ରଖା ଯାଉଥିଲା। ଏପରିକି ତାହାର ଗତିବିଧି ଉପରେ ମଧ୍ୟ ନଜର ରଖା ଯାଉଥିଲା। ପରେ ତାକୁ ଟ୍ରାଙ୍କୱିଲାଇଜ୍ କରାଯିବା ପରେ କୁନୋ ଜାତୀୟ ଉଦ୍ୟାନର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଛାଡି଼ ଦିଆଯାଇଥିଲା। ଉଭୟ ପକ୍ଷ ମଧ୍ୟରେ ସମନ୍ୱୟ ଯୋଗୁଁ ଏହି ଅଭିଯାନ ସଫଳ ହୋଇଥିଲା।\
ଏହା ସହିତ ପଢନ୍ତୁ: ଏକାଠି ନଜର ଆସିଲେ ବାଘ-ଚିତା-କଲରା ପତ୍ରିଆ; ଭିଡ଼ିଓ ଭାଇରାଲ
କୁନୋ ଚିତାଙ୍କୁ ପସନ୍ଦ ଆସୁଛି ରାଜସ୍ଥାନ
କୁନୋ ଜାତୀୟ ଉଦ୍ୟାନରୁ ଚିତାଙ୍କୁ ରାଜସ୍ଥାନ ବେଶ ପସନ୍ଦ ଆସୁଛି। କାରଣ ପୂର୍ବରୁ ଅନ୍ୟ ଏକ ଚିତା "କେପି-୨" ର ଗତିବିଧି ରାଜସ୍ଥାନରେ ଦେଖିବାକୁ ମିଳିଥିଲା। ବନ ବିଭାଗ କହିବା ଅନୁଯାୟୀ, ଅଣ୍ଡିରା ଚିତା "କେପି-୩", କୁନୋରୁ ଦୂରେଇ ଯାଇ ବାରାଁ ଏବଂ ଝାଲାୱାଡ଼ ଜିଲ୍ଲାରେ ପହଞ୍ଚିଥିଲା। ସେଠାରେ ବିଶେଷଜ୍ଞଙ୍କ ଏକ ଦଳ ଏହାକୁ ଟ୍ରାଙ୍କୁଲାଇଜ୍ କରିବା ପ୍ରାୟ ୮୦୦ କିଲୋମିଟର ଦୂର କୁନୋ ଜାତୀୟ ଉଦ୍ୟାନର ମୂଳ ସ୍ଥାନରେ ଛାଡି ଦେଇଥିଲା।
ଦ୍ୱିତୀୟ ଥର ପାଇଁ କୁନୋ ଫେରିଲା "କେପି-୩"
ଅଣ୍ଡିରା ଚିତା "କେପି-୩" ପୁନର୍ବାର କୁନୋ ଛାଡି଼ ଭରତପୁର ଜିଲ୍ଲାର ସୀମାରେ ପ୍ରବେଶ କରିଥିଲା। ଯିଏ ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ସେଠାରେ ରହିଥିଲା। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖି, ଭରତପୁର ବନ ବିଭାଗ ଏବଂ କୁନୋ ଜାତୀୟ ଉଦ୍ୟାନର ଏକ ମିଳିତ ଦଳ ଏକ ଅଭିଯାନ ଆରମ୍ଭ କରି ପୁଣି ଥରେ ଏହାକୁ ଏହା ମୂଳ ସ୍ଥାନକୁ ଫେରାଇ ନିଆ ଯାଇଥିଲା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Cheetah KP-3 returns to KunoKuno Cheetah rescued from BharatpurMissing Cheetah KP-3 capturedCheetah KP3 Bharatpur RajasthanKuno National Park cheetah tracking videoCheetah KP-3 hunts calf in Bandh BarethaCheetah strayed from Kuno to Rajasthan 2026Kuno rescue team tranquilizes Cheetah KP3Project Cheetah tracking and monitoring updateCheetah movement in Bharatpur wildlife sanctuary
