|
logo
Live

Argus News - ହେଲିପ୍ୟାଡ୍ ବଦଳରେ କାର ପାର୍କିଂରେ ଓହ୍ଲାଇଲେ ମନ୍ତ୍ରୀ; ଯାଞ୍ଚ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

National

Maharashtra Minister Chhagan Bhujbal / ହେଲିପ୍ୟାଡ୍ ବଦଳରେ କାର ପାର୍କିଂରେ ଓହ୍ଲାଇଲେ ମନ୍ତ୍ରୀ; ଯାଞ୍ଚ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Subhramjit Ray
Browse all articles by Subhramjit Ray
·2 hours ago·2 min read
ହେଲିପ୍ୟାଡ୍ ବଦଳରେ କାର ପାର୍କିଂରେ ଓହ୍ଲାଇଲେ ମନ୍ତ୍ରୀ; ଯାଞ୍ଚ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Maharashtra Minister Chhagan Bhujbal

Key Points

ହେଲିପ୍ୟାଡ଼୍ ବଦଳରେ କାର ପାର୍କିଂ ଠାରେ ମନ୍ତ୍ରୀଙ୍କ ହେଲିକ୍ୟାପ୍ଟର ଅବତରଣ କରିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ।
Chhagan Bhujbal Helicopter Landing: ନାସିକରୁ ପୁଣେ ଯାତ୍ରା କରିବା ସମୟରେ ଏକ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଛଗନ ଭୁଜବଳ। ଗସ୍ତ ସମୟରେ ମନ୍ତ୍ରୀଙ୍କ ହେଲିକ୍ୟାପ୍ଟର ହେଲିପ୍ୟାଡ୍ ବଦଳରେ କାର ପାର୍କିଂ ଠାରେ ଅବତରଣ କରିଥିଲା। ହେଲକ୍ୟାପ୍ଟର ଅବତରଣ କରିବାରେ ପାଇଲଟ୍ ଅବହେଳା କରିଥିବାର ସନ୍ଦେହ କରାଯାଉଛି। ପାଇଲଟ୍ ଜଣଙ୍କ ମନ୍ତ୍ରୀଙ୍କ ହେଲିକ୍ୟାପ୍ଟରକୁ ହେଲିପ୍ୟାଡ୍ ବଦଳରେ କାର ପାର୍କିଂ ଠାରେ ଅବତରଣ କରିଥିଲେ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏହି ଘଟଣାକୁ ଗମ୍ଭୀରତାର ସହିତ ନେବା ସହ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ନାସିକରୁ ପୁଣେ ଯାତ୍ରା କରୁଥିଲେ ମନ୍ତ୍ରୀ ଛଗନ ଭୁଜବଳ
ରିପୋର୍ଟ ଅନୁସାରେ ପୂର୍ବ ନିର୍ଦ୍ଧାରିତ ହେଲିପ୍ୟାଡ୍ ଠାରେ ଅବତରଣ କରିବା ପରିବର୍ତ୍ତେ ପାଇଲଟ୍ ମନ୍ତ୍ରୀ ଛଗନ ଭୁଜବଳଙ୍କ ହେଲିକ୍ୟାପ୍ଟରକୁ ସିଧାସଳଖ ଏକ କାର ପାର୍କିଂ ଠାରେ ଅବତରଣ କରିଥିଲେ। ଛଗନ ଭୁଜବଳ ଏକ ଜିଲ୍ଲା ପରିଷଦ ବିଦ୍ୟାଳୟ ଉଦଘାଟନ ପାଇଁ ନାସିକରୁ ପୁଣେର ଖାନୱାଡି ଯାତ୍ରା କରୁଥିବା ସମୟରେ ଏହି ଘଟଣା ଘଟିଥିଲା।

ମନ୍ତ୍ରୀଙ୍କ ହେଲିକ୍ୟାପ୍ଟର ଅବତରଣ କରିବା ସମୟରେ ପାଇଲଟ୍ ଏକ ବଡ଼ ଭୁଲ କରିଥିଲେ। ହେଲିପ୍ୟାଡ୍ ବଦଳରେ ବିଦ୍ୟାଳୟ ପାଖରେ ରହିଥିବା ଏକ ପାର୍କିଂ ଠାରେ ହେଲିକ୍ୟାପ୍ଟର ଲ୍ୟାଣ୍ଡିଂ କରାଇ ଦେଇଥିଲେ। ଏହି ଘଟଣା ସେହି କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିଲା।

ଯଦିଓ ମନ୍ତ୍ରୀ ଛଗନ ଭୁଜବଳ ସୁରକ୍ଷିତ ଅଛନ୍ତି, ହେଲେ ଏହି ଘଟଣାରେ ପାଇଲଟ୍ ଙ୍କ ଅବହେଳା ସାମ୍ନାକୁ ଆସିଯାଇଛି। ଏହି ଘଟଣାରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ୍ କହିଛନ୍ତି ଯେ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରାଯିବ।

ଏହା ସହ ପଢନ୍ତୁ: ଭିଭିଆଇପି ଉଡ଼ାଣକୁ ନେଇ ଜାରି ହେଲା ନୂତନ ନିର୍ଦ୍ଦେଶନାମା; ସୁରକ୍ଷା ସହ ହେବ ନାହିଁ କୌଣସି ବୁଝାମଣା

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର
ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ହେଉଛନ୍ତି ମନ୍ତ୍ରୀ ଛଗନ ଭୁଜବଳଙ୍କ ଦଳ ଏନସିପିର ନେତା। ଯିଏ ନିକଟରେ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଗତ ଜାନୁଆରୀ ୨୮ ତାରିଖରେ ଅଜିତ ପାୱାରଙ୍କ ବିମାନ ବାରାମତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଅଜିତ ପାୱାରଙ୍କ ସମେତ ଅନ୍ୟ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ବିମାନ ମୁମ୍ବାଇରୁ ଉଡ଼ାଣ ଆରମ୍ଭ କରିଥିଲା। ହେଲେ ବାରାମତିରେ ଅବତରଣ କରିବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Maharashtra Minister Chhagan Bhujbal: ହେଲିପ୍ୟାଡ୍ ବଦଳରେ କାର ପାର୍କିଂରେ ଓହ୍ଲାଇଲେ ମନ୍ତ୍ରୀ; ଯାଞ୍ଚ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ | Argus News