Videos
|
National

Chhath Puja Ganga Ghat Collapse / ଗଙ୍ଗା ନଦୀରେ ଉଠିଲା ଫୋଟକା, ଚେତାବନୀ ପାଇ ଦୌଡ଼ିଲେ ଶହ ଶହ ଶ୍ରଦ୍ଧାଳୁ

Subhramjit Ray
Browse all articles by Subhramjit Ray
·1 hour ago·3 min read
ଗଙ୍ଗା ନଦୀରେ ଉଠିଲା ଫୋଟକା, ଚେତାବନୀ ପାଇ ଦୌଡ଼ିଲେ ଶହ ଶହ ଶ୍ରଦ୍ଧାଳୁ
Chhath Puja Ghat Collapse in Ganga (Photo Source: Social Media/AI)

Key Points

ଛଟ୍ ପୂଜା ସମୟରେ ଉତ୍ତରପ୍ରଦେଶର ଗାଜିପୁରସ୍ଥିତ ବଛଲପୁରା ଗଙ୍ଗା ଘାଟରେ ଅଚାନକ ପାଣିରେ ଫୋଟକା ଉଠିବାରୁ ଆତଙ୍କ ଖେଳିଯାଇଥିଲା। ସତର୍କତା ପାଇ ଶ୍ରଦ୍ଧାଳୁମାନେ ଘାଟ ଛାଡ଼ି ପଳାଇଥିଲେ। ଏହାପରେ ନଦୀ ସ୍ରୋତରେ ଘାଟର ଏକ ଅଂଶ ଧସି ଯାଇଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଜୀବନହାନି ହୋଇନାହିଁ।

ଗାଜିପୁର, ଉତ୍ତର ପ୍ରଦେଶ (16/11):  ଛଟ୍ ପୂଜା ଅବସରରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ (ସାନ୍ଧ୍ୟା) ଅର୍ଘ୍ୟ ଅର୍ପଣ କରିବା ପାଇଁ ବିଭିନ୍ନ ନଦୀ ଘାଟରେ ଲୋକଙ୍କ ଭିଡ଼ ଜମା ହେଉଥିବାର ଦେଖିବାକୁ ମିଳୁଛି। ହଳଦିଆ ଏବଂ ଲାଲ ଶାଢ଼ି ପିନ୍ଧିଥିବା ଛଟ୍ ବ୍ରତଧାରୀ ମହିଳା ଟୋକେଇ, ଡାଲା, ଠେକୁଆ (ଛଟ୍ ପୂଜାର ମୁଖ୍ୟ ପ୍ରସାଦ), ଫଳ ମୂଳ ଧରି ମାଆ ଗଙ୍ଗାଙ୍କ ପୂଜାର୍ଚ୍ଚନାରେ ମାତି ଯାଇଛନ୍ତି। ଏହି କ୍ରମରେ ଉତ୍ତର ପ୍ରଦେଶର ଗାଜିପୁର ଜିଲ୍ଲାର ମହମ୍ମଦାବାଦ ତହସିଲ ଅଧିନସ୍ଥ ବଛଲପୁରା ସ୍ଥିତ ଗଙ୍ଗା ଘାଟ ଆସ୍ଥା, ଭକ୍ତି, ବିଶ୍ୱାସରେ ବୁଡ଼ି ରହିଥିଲା। ହେଲେ ଛଟ୍ ପୂଜା ଚାଲିଥିବା ସମୟରେ କେହି ଆକଳନ କରିପାରି ନଥିଲେ ଯେ ଏହି ଘାଟରେ ଅଚାନକ ଭୟର ବାତାବରଣ ଖେଳିଯିବ। ହଠାତ୍ ଗଙ୍ଗା ନଦୀର ଜଳରେ ଏକ ଅଦ୍ଭୂତ ଧରଣର ଅସ୍ଥିରତା ଦେଖା ଦେଇଥିଲା। ନଦୀ ଭିତରେ କିଛି ଫୁଟୁଥିବା ଫୋଟୋକା ଉଠିବାକୁ ଲାଗିଲା। ଗ୍ରାମବାସୀ ତୁରନ୍ତ ଏହି ଘଟଣାକୁ ଲକ୍ଷ୍ୟ କରିଥିଲେ। ଏହା କୌଣସି ଏକ ସାଧାରଣ ଲହରୀ ନୁହେଁ। ବରଂ ଏହା ଏକ ବିପଦ ସଙ୍କେତ ବୋଲି ସେମାନଙ୍କୁ ବୁଝିବାକୁ ଅଧିକ ସମୟ ଲାଗିଲା ନାହିଁ।

ବିପଦ ଅନୁଭବ କରି ନଦୀ ଘାଟରୁ ଦୂରେଇଗଲେ ଲୋକ
ଏପରି ଦୃଶ୍ୟ ଦେଖିବା ପରେ ଜଣେ ଗ୍ରାମବାସୀ ଜୋର୍ ରେ ଡାକ ପକାଇବାରେ ଲାଗିଥିଲେ। ପରେ ଛଟ୍ ପୂଜା ପାଇଁ ନଦୀ ଘାଟରେ ଏକାଠି ହୋଇଥିବା ମହିଳା, ଛୋଟ ପିଲା ଏବଂ ବୟସ୍କ ଲୋକ ସମସ୍ତେ ନଦୀ ଘାଟରୁ ପଛକୁ ହଟିବାରେ ଲାଗିଥିଲେ। ସେମାନେ ସେମାନଙ୍କ ସହ ଆଣିଥିବା ବିଭିନ୍ନ ପୂଜା ସାମଗ୍ରୀକୁ ଘାଟରେ ଛାଡ଼ି ଦେଇଥିଲା। କାରଣ ଜୀବନ ରକ୍ଷା କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା। ଯାହା ଆଶା କରାଯାଉଥିଲା ତାହା ଘଟିଲା। ଲୋକ ନଦୀ ଘାଟରୁ ଦୂରେଇ ଯିବା ମାତ୍ରେ, ଗଙ୍ଗା ନଦୀର ସ୍ରୋତ କାରଣରୁ ଏହା ଧସିବାରେ ଲାଗିଲା। ଦେଖୁ ଦେଖି ଘାଟର ଏକ ଅଂଶ ବୁଡ଼ିଗଲା। ଯଦି ସେଠାରେ ଉପସ୍ଥିତ ରହିଥିବା ଲୋକ କିଛି ସେକେଣ୍ଡ ବିଳମ୍ବ କରିଥାନ୍ତେ, ତାହେଲେ ପରିସ୍ଥିତି ଭିନ୍ନ ହୋଇଥାନ୍ତା। ସମୟୋଚିତ ସତର୍କତା ଯୋଗୁଁ ଶହ ଶହ ଜୀବନ ବଞ୍ଚିଗଲା।

ଏହା ସହ ପଢନ୍ତୁ: ୧୦ ଦିନ ପରେ ୟୁପିରେ ମିଳିଲେ ବିହାରୀ ମହିଳା; ବୁଡ଼ ପକାଇବା ବେଳେ ଗଙ୍ଗୀ ନଦୀରେ ଯାଇଥିଲେ ଭାସି

ଯଦି କିଛି ସେକେଣ୍ଡ ବିଳମ୍ବ ହୋଇଥାନ୍ତା ତାହେଲେ...
ଏହି ଘଟଣା ପରେ ଘାଟରେ ନୀରବତା ଖେଳି ଯାଇଥିଲା। ଯେଉଁଠାରେ କିଛି ମୁହୂର୍ତ୍ତ ପୂର୍ବରୁ, ଛଟ୍ ପୂଜା ଗୀତ ପ୍ରତିଧ୍ୱନିତ ହେଉଥିଲା, ସେଠାରେ ଏବେ ଚିନ୍ତା ଏବଂ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ସେଠାରେ ଉପସ୍ଥିତ ଲୋକ କହୁଥିଲେ ଯେ ମଆ ଗଙ୍ଗା ନିଜେ ପାଣି ଫୋଟକା ଆକାରରେ ଆଗୁଆ ସଙ୍କେତ ପଠାଇ ସମସ୍ତଙ୍କୁ ରକ୍ଷା କରିଥିଲେ। ହେଲେ ପ୍ରଶ୍ନ ଉଠୁଛି ପ୍ରତିବର୍ଷ, ଲକ୍ଷ ଲକ୍ଷ ଲୋକ ଛଟ୍ ପୂଜା ସମେତ ଅନ୍ୟାନ୍ୟ ପର୍ବ ପର୍ବାଣୀ ପାଇଁ ଗଙ୍ଗା ନଦୀ ଘାଟରେ ଏକାଠି ହୋଇଥାନ୍ତି। ହେଲେ କୂଳ କ୍ଷୟ ହେବା ବିପଦର ମୁକାବିଲା କରିବା ପାଇଁ କ’ଣ ବ୍ୟବସ୍ଥା ହୋଇଛି? ବଛଲପୁରା ଭଳି ଘାଟରେ ନଦୀର ଘାଟ କ୍ଷୟ ରୋକିବା ପାଇଁ ସ୍ଥାୟୀ ବ୍ୟବସ୍ଥା ନାହିଁ କିମ୍ବା କୌଣସି ଆଗୁଆ ବିପଦ ସଙ୍କେତ ଦେବାର ବ୍ୟବସ୍ଥା ନାହିଁ।

ସ୍ଥାନୀୟ ଲୋକ ପ୍ରଶାସନକୁ ନିୟମିତ ଭାବରେ ଘାଟର ଯାଞ୍ଚ କରିବାକୁ, କ୍ଷୟ ପ୍ରବଣ ଅଞ୍ଚଳକୁ ଚିହ୍ନଟ କରି ବ୍ୟାରିକେଡ୍ ଲଗାଇବାକୁ ଏବଂ ପୂଜା ସମୟରେ ବୁଡ଼ାଳି ଏବଂ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରିବାକୁ ଦାବି କରିଛନ୍ତି। ଲୋକଙ୍କ କହୁଛନ୍ତି ଯେ, " ଧାର୍ମିକ ବିଶ୍ୱାସ ଠିକ୍, ହେଲେ ସୁରକ୍ଷା ବିନା ବିଶ୍ୱାସ ଅପୂର୍ଣ୍ଣ।" ଏକମାତ୍ର ଆଶ୍ୱସ୍ତି ହେଉଛି ଯେ ଏହି ଘଟଣାରେ କୌଣସି ଜୀବନହାନି ହୋଇନାହିଁ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: