Videos
|
Viral-stories

Bihar woman found in UP / ୧୦ ଦିନ ପରେ ୟୁପିରେ ମିଳିଲେ ବିହାରୀ ମହିଳା; ବୁଡ଼ ପକାଇବା ବେଳେ ଗଙ୍ଗୀ ନଦୀରେ ଯାଇଥିଲେ ଭାସି

Subhramjit Ray
Browse all articles by Subhramjit Ray
·1 hour ago·3 min read
୧୦ ଦିନ ପରେ ୟୁପିରେ ମିଳିଲେ ବିହାରୀ ମହିଳା; ବୁଡ଼ ପକାଇବା ବେଳେ ଗଙ୍ଗୀ ନଦୀରେ ଯାଇଥିଲେ ଭାସି
Bihar woman found in UP

Key Points

ସୋମବାର (୧୪ ସେପ୍ଟମ୍ବର) ନୌକା ଚାଳକ ତାଙ୍କୁ ଉତ୍ତର ପ୍ରଦେଶର ବାଲିଆ ଜିଲ୍ଲାର ଚୈନଛପାରା ଗ୍ରାମ ନିକଟରେ ଉଦ୍ଧାର କରିଥିଲେ। ତାଙ୍କୁ ସେତେବେଳେ ଉଦ୍ଧାର କରାଯାଇଥିଲା ଯେତେବେଳେ ସେ ବୁଡ଼ି ଯାଉଥିବା ସମୟରେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ।
ଗଙ୍ଗା ନଦୀରେ ବୁଡ଼ ପକାଇବା ବେଳେ ଭାସି ଯାଇଥିବା ବିହାରର ଜଣେ ମହିଳା ଉତ୍ତର ପ୍ରଦେଶରେ ମିଳିଛନ୍ତି। ବୁଡ଼ ପକାଇବା ସମୟରେ ନଦୀରେ ଭାସି ଯାଇଥିବା ମହିଳା ଜଣଙ୍କ ପ୍ରାୟ ୨ ସପ୍ତାହ ପରେ ଉଦ୍ଧାର ହୋଇଛନ୍ତି। ସେ ବନ୍ୟା ପାଣିରେ ଘେରି ରହିଥିବା ଏକ କୁଡ଼ିଆରେ ଫସି ରହିଥିଲେ। ରିପୋର୍ଟ ଅନୁସାରେ, ସେ କେବଳ ଗଙ୍ଗା ଜଳ ପାନ କରି ବଞ୍ଚି ରହିଥିଲେ।

ଗଙ୍ଗା ନଦୀରେ ଭାସି ଯାଇଥିବା ମହିଳାଙ୍କ ପରିଚୟ ମିଳିସାରିଛି। ସେ ହେଉଛନ୍ତି ବିହାରର ବକ୍ସର ଜିଲ୍ଲାର ବାସିନ୍ଦା ସୁନୈନା ଦେବୀ। ଅନେକ ଦିନ ପର୍ଯ୍ୟନ୍ତ କୌଣସି ସାହାଯ୍ୟ ନ ପାଇବା ପରେ, ସେ ନିରାପଦ ସ୍ଥାନକୁ ପହଞ୍ଚିବା ପାଇଁ ନଦୀରେ ପହଁରିବାକୁ ଚେଷ୍ଟା କରିଥିଲେ। ସୋମବାର (୧୪ ସେପ୍ଟମ୍ବର) ନୌକା ଚାଳକ ତାଙ୍କୁ ଉତ୍ତର ପ୍ରଦେଶର ବାଲିଆ ଜିଲ୍ଲାର ଚୈନଛପାରା ଗ୍ରାମ ନିକଟରେ ଉଦ୍ଧାର କରିଥିଲେ। ତାଙ୍କୁ ସେତେବେଳେ ଉଦ୍ଧାର କରାଯାଇଥିଲା ଯେତେବେଳେ ସେ ବୁଡ଼ି ଯାଉଥିବା ସମୟରେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ।

ଗଙ୍ଗା ଜଳ ପାନ କରି ବଞ୍ଚି ରହିଲେ ମହିଳା
ବଲିଆ ଜିଲ୍ଲାର ହଳଦୀ ଥାନା ଅଧିକାର (SHO) ରାଜୀବ ରାୟ ମଙ୍ଗଳବାର (୧୫ ସେପ୍ଟମ୍ବର) କହିଛନ୍ତି ଯେ ମହିଳା ଜଣକ ପୋଲିସକୁ କହିଥିଲେ ଯେ ବକ୍ସର ଠାରେ ପୂଜା କରିବା ପରେ ଗଙ୍ଗା ନଦୀରେ ବୁଡ଼ ପକାଇବା ସମୟରେ ପ୍ରବଳ ସ୍ରୋତରେ ଭାସି ଯାଇଥିଲେ। ହେଲେ ଯେତେବେଳେ କେହି ଆସି ନଥିଲେ, ସୁନୈନା ସୋମବାର ସାହାଯ୍ୟ ଆଶାରେ ତାଙ୍କ କୁଡ଼ିଆ ଛାଡି ଚାଲି ଯାଇଥିଲେ। ହେଲେ ତଥାପି, ସେ ଗଭୀର ବନ୍ୟା ପାଣିରେ ବୁଡ଼ିଯାଉଥିଲେ। ସେ ପୋଲିସକୁ କହିଥିଲେ, "ମୁଁ ଶିବଗୁରୁ ଶିବଗୁରୁ" ଡାକି ସାହାଯ୍ୟ ପାଇଁ ଚିତ୍କାର କରି ଚାଲିଥିଲି।"

ତାଙ୍କ ଚିତ୍କାର ଶୁଣି ପାଖରେ ମାଛ ଧରୁଥିବା ମତ୍ସ୍ୟଜୀବୀ ସେଠାରେ ପହଞ୍ଚି ତାଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ଅନ୍ୟପଟେ ପୋଲିସ କହିଛି ଯେ ସେ (ସୁନୈନା ଦେବୀ) ଅନେକ ଦିନ ଧରି ଅଚେତ ରହିଥିଲେ ଏବଂ ନଦୀର ସ୍ରୋତରେ ଭାସି ଯାଇଥିଲେ। SHO ରାଜୀବ ରାୟ କହିଛନ୍ତି ଯେ ସୁନୈନା ଦେବୀଙ୍କ ପରିବାରକୁ ଘଟଣା ବିଷୟରେ ଖବର ଦିଆଯିବା ପରେ, ଗତ ସୋମବାର ସେମାନେ ହଳଦୀ ଥାନାରେ ପହଞ୍ଚିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ସେଲଫି ନେବା ବେଳେ ଅଚାନକ ମାଡ଼ି ଆସିଲା ସୁଅ; ବନ୍ୟା ଯୋଗୁଁ ଫସିଗଲେ ପର୍ଯ୍ୟଟକ

ପୁନଃମିଳନ ପରେ ଭାବପ୍ରବଣ ହୋଇଉଠିଲେ ପରିବାର ସଦସ୍ୟ
ସୁନୈନା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ପୁନଃମିଳନ ଅତ୍ୟନ୍ତ ଭାବପ୍ରବଣ ଥିଲା। ତାଙ୍କ ପରିବାର ପୋଲିସକୁ କହିଥିଲେ ଯେ ସେମାନେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର କୌଣସି ଖୋଜ ଖବର ନ ମିଳିବାରୁ, ସେମାନେ ନିଖୋଜ ବ୍ୟକ୍ତିଙ୍କ ରିପୋର୍ଟ ଦାଖଲ କରିଥିଲେ। ପରିବାରର ଜଣେ ସଦସ୍ୟ କହିଛନ୍ତି ଯେ ସେମାନଙ୍କର ଭଗବାନଙ୍କ ଉପରେ ବିଶ୍ୱାସ ଥିଲେ ମଧ୍ୟ ସେମାନେ ସୁନୈନା ଦେବୀଙ୍କୁ ଜୀବିତ ପାଇବାର ଆଶା ହରାଇ ଦେଇଥିଲେ।

ସୁନୈନା ଦେବୀଙ୍କ ପୁଅ କମଲେଶ କହିଛନ୍ତି, " ଗତ ଅଗଷ୍ଟ ୩୧ ତାରିଖରେ ସେ (ସୁନୈନା ଦେବୀ) ନଦୀରେ ବୁଡ଼ ପକାଇବାକୁ ଯାଇ ନିଖୋଜ ହୋଇ ଯାଇଥିଲେ। ସେପ୍ଟେମ୍ବର ୧ ତାରିଖରେ ବକ୍ସର ଜିଲ୍ଲାର ଏକ ଥାନାରେ ଏକ ନିଖୋଜ ରିପୋର୍ଟ ଦାଖଲ କରାଯାଇଥିଲା। ଯେତେବେଳେ ଆମେ ତାଙ୍କୁ ହଳଦୀ ଥାନାରେ ଭେଟିଲୁ, ସେତେବେଳେ ସେ ବହୁତ ଦୁର୍ବଳ ହୋଇ ଯାଇଥିଲେ ମଧ୍ୟ ସେ ତୁରନ୍ତ ଆମକୁ ଚିହ୍ନି ପାରିଲେ।"

ପୁଅ କମଲେଶ ଆହୁରି କହିଛନ୍ତି ଯେ ତାଙ୍କ ମାଆ (ସୁନୈନା ଦେବୀ) ସେମାନଙ୍କୁ କହିଥିଲେ ଯେ ନଦୀର ପ୍ରବଳ ସ୍ରୋତରେ ଭାସିଯିବା ପରେ ସେ ନିରାପଦ ସ୍ଥାନକୁ ପହଁରି ଆସିଥିଲେ। ପ୍ରାୟ ୧୦-୧୫ ଦିନ ପର୍ଯ୍ୟନ୍ତ ତାଙ୍କ ମାଆ କେବଳ ଗଙ୍ଗା ନଦୀ ପାଣି ପିଇ ବଞ୍ଚି ରହିଥିଲେ। ତାଙ୍କୁ ବକ୍ସର ଆଣିବା ପରେ, ଆମେ ତାଙ୍କୁ ଡାକ୍ତରଖାନାକୁ ନେଇଥିଲୁ। ହେଲେ ସେଠାରେ ଡାକ୍ତର ତାଙ୍କୁ କହିଥିଲେ ଯେ ତାଙ୍କ ମାଆ ବହୁତ ଦୁର୍ବଳ ହୋଇଯାଇଛନ୍ତି। ତାଙ୍କୁ ସଠିକ୍ ଔଷଧ ଦିଆଯିବ। ମାଆ ବଲିଆରୁ ଘରକୁ ଫେରିବା ପରେ ପରିବାର ବହୁତ ଖୁସି ହୋଇଉଠିଛି।

ବୈରିଆ ସର୍କଲ୍ ଅଧିକାରୀ ଆଲୋକ କୁମାର ଗୁପ୍ତା କହିଛନ୍ତି, ମହିଳା ଜଣଙ୍କ ଦାବି କରିଥିଲେ ଯେ ସେ ସ୍ଥାନୀୟ ଲୋକ ଏବଂ ପୋଲିସ ତାଙ୍କୁ ଉଦ୍ଧାର କରିବା ପର୍ଯ୍ୟନ୍ତ ଗଙ୍ଗା ନଦୀ ପାଣି ପିଇ ବଞ୍ଚିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, "ସୁନୈନା ଦେବୀ ମିଳିବା ପରେ, ବକ୍ସରରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଏହା ପରେ ତାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା।