Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମୁମ୍ବାଇରେ ଇଣ୍ଡିଆ କେମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ମୁମ୍ବାଇରେ ଇଣ୍ଡିଆ କେମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀ

ଅର୍ଗସ ବ୍ୟୁରୋ : ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ କେମ୍-2024ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତ ନିବେଶକଙ୍କୁ ଓଡ଼ିଶାରେ ନିବେଶ ପାଇଁ ଅନୁରୋଧ କରିଛନ୍ତି। ମୋହନ ମାଝୀ କହିଛନ୍ତି ଓଡ଼ିଶାରେ ନିବେଶକମାନଙ୍କୁ ଦିଆଯିବ ହାଇଟେକ୍ ସୁବିଧା । ଓଡ଼ିଶାରେ ପୁଞ୍ଜି ନିବେଶ କରୁଥିବା ଲୋକଙ୍କୁ ସରକାର ସମସ୍ତ ସୁବିଧା ଯୋଗାଇ ଦେବେ। ପୂର୍ବ ସରକାର ଉଦ୍ୟୋଗ ଗୁଡ଼ିକୁ ଫେରାଇ ଦେବାର ରାସ୍ତା ଦେଖାଇ ଦେଉଥିଲେ, କିନ୍ତୁ ଆମ ସରକାର ସମସ୍ତଙ୍କୁ ସର୍ବୋତ୍ତମ ସୁବିଧା ପ୍ରଦାନ କରିବେ।

ଅଧିକ ପଢନ୍ତୁ ଓଡିଶା ଖବର 

ଓଡ଼ିଶାରେ ରସାୟନ ଶିଳ୍ପ ଆସିବା ଦ୍ୱାରା ନିଯୁକ୍ତି ସହିତ ବିକାଶ ମଧ୍ୟ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିଛନ୍ତି ବେଦାନ୍ତର ଅଧ୍ୟକ୍ଷ ଅନୀଲ୍ ଅଗ୍ରୱାଲ୍ ଓ JSWର ଚେୟାରମ୍ୟାନ୍ ସଜ୍ଜନ ଜିନ୍ଦଲ। ଆସନ୍ତାକାଲି ଆନନ୍ଦ ମହିନ୍ଦ୍ରା, କୁମାର ମଙ୍ଗଳମ ବିର୍ଲାଙ୍କ ଭଳି ଶିଳ୍ପପତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chief Minister and Industries Minister attended India Chem in Mumbai | Argus News