Brahmaputra Dam Impact / ବ୍ରହ୍ମପୁତ୍ର ନଦୀ ଉପରେ ଚୀନ ବାନ୍ଧୁଛି ସବୁଠୁ ବଡ଼ ବନ୍ଧ; ଅରୁଣାଚଳରେ ଭାରତ ରଚିଲା 'ଚକ୍ରବ୍ୟୁହ'
·1 hour ago·2 min read

Key Points
ତିବ୍ବତର ୟାରଲୁଙ୍ଗରେ ବ୍ରହ୍ମପୁତ୍ରର ନିମ୍ନଭାଗରେ ଚୀନ ଦୁନିଆର ବଡ଼ ବନ୍ଧ ବାନ୍ଧିବାକୁ ଯାଉଛି । ହାଇଡ୍ରୋଇଲେକ୍ଟ୍ରିକ୍ ବନ୍ଧ ନିର୍ମାଣ ପାଇଁ ବେଜିଂ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛି ।
ନୂଆଦିଲ୍ଲୀ: ବଢ଼ିବ ଭୂମିକମ୍ପ ବିପଦ । ବାଟ ବଦଳାଇବା ବ୍ରହ୍ମପୁତ୍ର ନଦୀ । ହିମାଳୟ ଉପରେ ପଡ଼ିବ ଖରାପ ପ୍ରଭାବ । ତିବ୍ବତର ୟାରଲୁଙ୍ଗରେ ବ୍ରହ୍ମପୁତ୍ରର ନିମ୍ନଭାଗରେ ଚୀନ ଦୁନିଆର ବଡ଼ ବନ୍ଧ ବାନ୍ଧିବାକୁ ଯାଉଛି । ହାଇଡ୍ରୋଇଲେକ୍ଟ୍ରିକ୍ ବନ୍ଧ ନିର୍ମାଣ ପାଇଁ ବେଜିଂ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛି ।
ଏହି ପ୍ରକଳ୍ପ ଅରୁଣାଚଳ ପ୍ରଦେଶର ସୀମା ଠାରୁ ମାତ୍ର ୫୦ କିଲୋମିଟର ଦୂରରେ ନିର୍ମାଣ କରାଯାଉଛି । ଯାହା ଭାରତର ସୁରକ୍ଷା ଓ ଜଳ ଅଧିକାର ଓ ନିୟନ୍ତ୍ରଣ ଦୃଷ୍ଟିରୁ ଏକ ବଡ଼ ବିପଦ ସାବ୍ୟସ୍ଥ ହୋଇପାରେ ।
ଏଥିସହ ପଢ଼ନ୍ତୁ: ଆଉ ରହିବନି 'ସୁନା' ଚିନ୍ତା; ମିଳିଲା ୫୦ ଟନ୍ର ସୁନା ଭଣ୍ଡାର
ଚୀନର ଏହି ପ୍ରକଳ୍ପର ଜବାବରେ ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅରୁଣାଚଳ ପ୍ରଦେଶର ଉପର ସିୟାଙ୍ଗ ଓ ସିୟାଙ୍ଗ ଜିଲ୍ଲାରେ 'ସିୟାଙ୍ଗ' ଅପର୍ ବହୁମୁଖୀ ପ୍ରକଳ୍ପ (SUMP)ର କାର୍ଯ୍ୟ ଦ୍ରୁତଗତିରେ କରିବାକୁ ଭାରତ ନିଷ୍ପତ୍ତି ନେଇଛି ।
୧୧ ହଜାର ମେଗୱାଟ୍ କ୍ଷମତା ବିଶିଷ୍ଟ ଏହି ମେଗା-ଡ୍ୟାମ ସିୟାଙ୍ଗ ନଦୀ (ଆସାମରେ ବ୍ରହ୍ମପୁତ୍ର)ରେ କରିବାକୁ ପ୍ରସ୍ତାବ ରହିଛି । ଏହି ପ୍ରକଳ୍ପର ଦାୟିତ୍ଵ ସରକାରୀ କମ୍ପାନୀ NHPC ହାତରେ ଦିଆଯାଇଛି ।
ଯଦି ଏହି ବନ୍ଧ ପ୍ରସ୍ତୁତ ହୁଏ, ତାହେଲେ ଏହା ଭାରତର ସବୁଠୁ ବଡ଼ ବିଦ୍ୟୁତ୍ ପ୍ରକଳ୍ପ ହେବ । ଏହି ମହତ୍ଵକାଂକ୍ଷୀ ପ୍ରକଳ୍ପରୁ ପ୍ରତିବର୍ଷ ପ୍ରାୟ ୪୭ ଅରବ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ କରିବା ଆଶା କରାଯାଉଛି । ସମ୍ପୂର୍ଣ୍ଣ ପ୍ରକଳ୍ପରେ ପ୍ରାୟ ୧୩ ଅରବ ଡଲାର୍ (୧.୫ ଲକ୍ଷ କୋଟି ଟଙ୍କା) ଖର୍ଚ୍ଚ ହୋଇପାରେ । ଏହା ଚୀନ ପାଇଁ ରଣନୀତିକ ଜବାବ ସହ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣରେ ପ୍ରମୁଖ ଭୂମିକା ନିର୍ବାହ କରିବ ।
ତେବେ ଭାରତ ଓ ଚୀନ ମଧ୍ୟରେ ପ୍ରକଳ୍ପର ସ୍ଥିତି ତୁଳନା କରେ ଆକାଶ ପାତାଳ ଫରକ ରହିଛି । ଗୋଟିଏ ପଟେ ଚୀନ ୬୦ ହଜାର ମେଗାୱାଟ କ୍ଷମତା ବିଶିଷ୍ଟ ମେଡାଙ୍ଗ ହାଇଡ୍ରୋପାୱାର ପ୍ରକଳ୍ପ ଉପରେ କାର୍ଯ୍ୟ ଆରମ୍ଭ କରି ସାରିଛି ।
ଅନ୍ୟପଟେ ବାରତ ସିୟାଙ୍ଗ ପ୍ରକଳ୍ପକୁ ନେଇ ଏବେ ବି ଅଧ୍ୟୟନ ଜାରି ରଖିଛି । ଏହି ପ୍ରକଳ୍ପ ପାଇଁ ଏବେ ବି ସ୍ଥଳ ଭାଗରେ କାମ ଆରମ୍ଭ ହେବା ବାକି ଅଛି । ଚୀନର ପ୍ରସ୍ତାବିତ ବନ୍ଧ କ୍ଷମତା ମାମଲାରେ ଭାରତର ଏହି ପ୍ରକଳ୍ପ ଅନେକ ଗୁଣରେ ବଡ଼ ।
ଏଥିସହ ପଢ଼ନ୍ତୁ: 'ଚୀନର ଉହାନ ଲ୍ୟାବକୁ ଫଣ୍ଡିଂ ଦେଉଥିଲେ ଆମେରିକାର ବରିଷ୍ଠ ବୈଜ୍ଞାନିକ'; ତୁଳସୀଙ୍କ ବଡ଼ ଖୁଲାସା
ଚୀନ ମାମଲାର ବିଶେଷଜ୍ଞ ରବୀନ୍ଦ୍ର ସଚଦେବଙ୍କ ଅନୁସାରେ, ଚୀନ ବନ୍ଧ ବାନ୍ଧିବା ଦ୍ଵାରା ନଦୀର ଗତିପଥରେ ପରିବର୍ତ୍ତନ ଆସିବ ଏବଂ ହିମାଳୟ ଉପରେ ଗମ୍ଭୀର ଖରାପ ପ୍ରଭାବ ପଡ଼ିବ । ପୃଥିବୀ ପୃଷ୍ଠର କୌଣସି ସ୍ଥାନରେ ଏତେ ପରିମାଣର ପାଣି ଜମା କଲେ ତାହାକୁ ସମ୍ଭାଳିବା ମୁସ୍କିଲ୍ ହୋଇଯିବ ।
ତିବ୍ବତର ଅଧିକାଂଶ ସ୍ଥାନରେ ପୂର୍ବରୁ ଏକାଧିକ ଡ୍ୟାମ୍ ନିର୍ମାଣ କରାଯାଇଛି । ଏହି ଅଞ୍ଚଳ ହିମାଳୟର ପାଦ ଦେଶରେ ରହିଛି । ଯଦି ହିମାଳୟର ପାଦ ଦେଶ ପାଣିରେ ଭରିଯାଏ ତାହେଲେ ହିମାଳୟ ଉପରେ ଗମ୍ଭୀର ପ୍ରଭାବ ପଡ଼ିବ ଏବଂ ଭୂମିକମ୍ପ ବିପଦ ସବୁବେଳେ ରହିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories