Mumbai AI Surveillance / ଏଣିକି ଅପରାଧୀଙ୍କ ଉପରେ AIର ନଜର! ମୁମ୍ବାଇରେ ଲାଗିବ ୫ ହଜାର ସ୍ମାର୍ଟ କ୍ୟାମେରା
·47 mins ago·3 min read

Key Points
ମୁମ୍ବାଇରେ ଅପରାଧ ନିୟନ୍ତ୍ରଣ ପାଇଁ ମହାରାଷ୍ଟ୍ର ସରକାର ୨୦୨୭ ଫେବୃଆରୀ ସୁଦ୍ଧା ୫ ହଜାର AI ସ୍ମାର୍ଟ କ୍ୟାମେରା ଲଗାଇବାକୁ ଯୋଜନା କରିଛନ୍ତି। ଏହି କ୍ୟାମେରା ଅପରାଧୀଙ୍କୁ ଚିହ୍ନଟ କରିବା ସହ ସନ୍ଦେହଜନକ କାର୍ଯ୍ୟକଳାପ ଓ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଉପରେ ନଜର ରଖିବ। ତେବେ ଏହି ବ୍ୟବସ୍ଥାକୁ ନେଇ ଗୋପନୀୟତା ସମ୍ପର୍କିତ ଚିନ୍ତା ମଧ୍ୟ ପ୍ରକାଶ ପାଇଛି।
ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ଅପରାଧ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଛି ଏକ ବଡ଼ ପଦକ୍ଷେପ। ଏଣିକି ଅପରାଧିଙ୍କ ଉପରେ କେବଳ କ୍ୟାମେରା ନୁହେଁ ବରଂ ଏଆଇ (AI) ମଧ୍ୟ ନଜର ରଖିବ। ଏହି କ୍ରମରେ ମହାରାଷ୍ଟ୍ର ସରକାର ଆସନ୍ତା ୨୦୨୭ ଫେବୃଆରୀ ସୁଦ୍ଧା ମୁମ୍ବାଇରେ ୫୦୦୦ ନୂତନ ଏଆଇ ଏନାବେଲ୍ଡ କ୍ୟାମେରା (AI Enabled Camera) ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହା କେବଳ ଭିଡ଼ିଓ ରେକର୍ଡ କରୁଥିବା କ୍ୟାମେରା ହେବ ନାହିଁ, ବରଂ ପୋଲିସ କୌଣସି ଏକ ଘଟଣା ଘଟିସାରିବା ପରେ ଏହାର ଭିଡ଼ିଓ ଫୁଟେଜ୍ ସମୀକ୍ଷା କରିପାରିବ। ଏହି କ୍ୟାମେରା କୌଣସି ପ୍ରକାରର ଘଟଣା ଘଟିବା ପୂର୍ବରୁ ଏକ ସତର୍କ ବାଣୀ ଶୁଣାଇବ। ଏଥିରେ Facial Recognition, Thermal Imaging, Automatic Number Plate recognition ଭଳି ବୈଶିଷ୍ଟ୍ୟ ରହିବ।
ଗୋଟିଏ ନେଟୱାର୍କ ସହ ଯୋଡ଼ି ହେବ ସହରର ପ୍ରତ୍ୟେକ ପ୍ରମୁଖ କ୍ୟାମେରା
ଏହି AI Enabled Camera ନଜରରୁ କୌଣସି ଅପରାଧି ବର୍ତ୍ତିପାରିବେ ନାହିଁ। ଯଦି କୌଣସି ୱାଣ୍ଟେଡ୍ ଅପରାଧି କୌଣସି ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ ଦେଇ ଯାତ୍ରା କରନ୍ତି, ତାହେଲେ କ୍ୟାମେରା ସେମାନଙ୍କୁ ସେମାନଙ୍କ ମୁହଁରୁ ଚିହ୍ନଟ କରିବା ପରେ ତୁରନ୍ତ ନିୟନ୍ତ୍ରଣ କକ୍ଷକୁ ସତର୍କ କରାଇବ। ଯଦି କୌଣସି ଗାଡ଼ି ଦ୍ରୁତ ବେଗରେ ଯାତ୍ରା କରୁଥାଏ, ରାସ୍ତାରେ ଯିବା ବେଳେ Red Signal ଅତିକ୍ରମ କରିଯାଏ କିମ୍ବା ବିନା ହେଲମେଟ୍ ପିନ୍ଧି କେହି ଗାଡ଼ି ଚଳାଉଥାନ୍ତି, ତାହେଲେ ସ୍ୱୟଂଚାଳିତ ଭାବରେ ଏକ ଚାଲାଣ (eChallan) କଟାଯିବା। ସବୁଠୁ ବଡ଼ କଥା ହେଉଛି ଏଣିକି ପୋଲିସ ଆଉ କେବଳ ନିଜର କ୍ୟାମେରା ଉପରେ ନିର୍ଭର କରି ରହିବ ନାହିଁ। ନୂତନ ବ୍ୟବସ୍ଥା ଅନୁସାରେ ଆବଶ୍ୟକ ହେଲେ ପୋଲିସ ଫାଇଭ ଷ୍ଟାର ହୋଟେଲ, କର୍ପୋରେଟ୍ ଅଫିସ୍, ମଲ୍ ଏବଂ ବଡ଼ ଆବାସିକ କୋଠାରୁ ମଧ୍ୟ ସିସିଟିଭି ଫୁଟେଜ୍ ମଧ୍ୟ ପାଇପାରିବ। ଯାହାର ଅର୍ଥ ହେଉଛି ସହରରେ ଲଗାଯାଇଥିବା ପ୍ରତ୍ୟେକ ପ୍ରମୁଖ କ୍ୟାମେରା ଏଣକି ଗୋଟିଏ ନେଟୱାର୍କ ସହିତ ଯୋଡ଼ି ହୋଇଯିବ।
ଯଦି କୁର୍ଲା ପାର୍କ ଘଟଣା ଘଟିନଥାନ୍ତା, ତାହେଲେ...
ଏଠାରେ ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବେ ମୁମ୍ବାଇ କୁର୍ଲା ସ୍ଥିତ ପ୍ରମୋଦ ମହାଜନ ଗାର୍ଡେନ ଠାରେ ଏକ ଯୁବ ଦମ୍ପତି ଆକ୍ରମଣର ଶୀକାର ହୋଇଥିଲେ। ସ୍ଥାନୀୟ ଫୋନିକ୍ସ ମଲ୍ ପଛ ଭାଗରରେ ଥିବା ଏହି ପାର୍କ ଠାରେ ଏହି ଦମ୍ପତି ସେମାନଙ୍କ ଫଟୋ ଉଠାଇବା ସମୟରେ ପ୍ରାୟ ୮-୧୦ ଜଣ ନାବାଳକ ସେମାନଙ୍କୁ କମେଣ୍ଟ ମାରିବା ପରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଘଟଣାକ୍ରମ ସେତେବେଳେ ସର୍ବ ସମ୍ମୁଖକୁ ଆସିଲା, ଯେତେବେଳେ କେହି ଜଣେ ନିଜର ମୋବାଇଲ୍ ଫୋନ୍ ରେ ଏହାର ଏକ ଭିଡିଓ ରେକର୍ଡିଂ କରି ନେଇଥିଲେ। ଏହା ପରେ ପୋଲିସ ପ୍ରାୟ ୮ ନାବାଳକଙ୍କୁ ଅଟକ ରଖି BNS ଆଇନ ଅନୁଯାୟୀ ମାମଲା ରୁଜୁ କରିଥିଲା।
ଏହା ସହ ପଢନ୍ତୁ: ୨୬/୧୧ ଆକ୍ରମଣର ପୁନରାବୃତ୍ତି ଷଡ଼ଯନ୍ତ୍ର! ନରିମାନ ହାଉସ୍ ଉପରେ ଚାଲିଥିଲା ଗୁଇନ୍ଦାଗିରି
ଏବେ ପ୍ରଶ୍ନ ଉଠୁଛି ଯଦି ପାର୍କ ପରିସରରେ କୌଣସି ଏକ ସ୍ମାର୍ଟ କ୍ୟାମେରା ଲଗାଯାଇ ଥାନ୍ତା, ତାହେଲେ ଗଣ୍ଡଗୋଳ ଆରମ୍ଭ ହେବା ମାତ୍ରେ ତୁରନ୍ତ ସତର୍କ ସୂଚନା ଆଗୁଆ ପଠାଯାଇଥାନ୍ତି। ଏପରିକି ଏହି ଦମ୍ପତ୍ତିଙ୍କୁ ଆକ୍ରୋଶର ଶୀକାର ହେବାକୁ ପଡ଼ିନଥାନ୍ତା। ଏବେ କୌଣସି ମାମଲାର ତଦନ୍ତ ଘଟଣା ଘଟିବା ପରେ ନୁହେଁ, ବରଂ ପୂର୍ବରୁ କରାଯିବ। ଏହି AI System ସନ୍ଦେହଜନକ କାର୍ଯ୍ୟକଳାପ, ହଠାତ୍ ଭିଡ଼ ଜମା ହେବା, ପଳାୟନ କରୁଥିବା ବ୍ୟକ୍ତି କିମ୍ବା ହତିଆର ମଧ୍ୟ ଚିହ୍ନଟ କରିପାରିବ ଏବଂ ପୋଲିସ ପାଖକୁ ରିଅଲ୍-ଟାଇମ୍ ଆଲର୍ଟ ପଠାଇ ପାରିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହେଲେ ଗୋପନୀୟତା ଉପରେ ଉଠିଲା ପ୍ରଶ୍ନ
ହେଲେ ତଥାପି ଏପରି ହାଇ-ଟେକ୍ ନିରୀକ୍ଷଣ ବ୍ୟବସ୍ଥା ଗୋପନୀୟତାକୁ ନେଇ ପ୍ରଶ୍ନ ଉଠାଇଛି। ପ୍ରତ୍ୟେକ ମୁହଁ ସ୍କାନିଂ କରିବା, ହୋଟେଲ ଏବଂ ମଲ୍ ଫୁଟେଜ ପୋଲିସ ପାଖରେ ପହଞ୍ଚିବା କ'ଣ ସୁରକ୍ଷା ନାଁ ନିରୀକ୍ଷଣ? ଏନେଇ ସରକାରଙ୍କ କହିବା କଥା ଯେ ଏହା କେବଳ ଅପରାଧ ରୋକିବା ଏବଂ ଟ୍ରାଫିକ୍ ପରିଚାଳନା ପାଇଁ ବ୍ୟବହୃତ ହେବ। ହେଲେ ଏହା ସତ୍ୟ ଯେ କୁର୍ଲ ପାର୍କ୍ଟ ଘଟଣା ପରେ, ମୁମ୍ବାଇବାସିନ୍ଦା ଏବେ ଏଠାରେ ବୁଲିବା ସମୟରେ ଏକ ଅଦୃଶ୍ୟ ଆଖି ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଆଶା କରୁଛନ୍ତି। ଆଉ AI ଏବେ ସେହି ଆଖି ହେବ।