China Burial Crisis / ଏଠି ମରିବା ବି ମହଙ୍ଗା; ଶବ ପାଇଁ କିଣାଯାଉଛି ଫ୍ଲାଟ୍, ଭୟରେ ପଡ଼ୋଶୀ
·5 months ago·3 min read

Key Points
ଚୀନରେ ଶବଙ୍କ ଉପରେ ମହଙ୍ଗା ମାଡ଼
ଶ୍ମଶାନଘାଟରେ ପରିଣତ ହେଲା ଫ୍ଲାଟ୍
ଭୟରେ ପଡ଼ୋଶୀ, ଚିନ୍ତାରେ ସରକାର
ଶ୍ମଶାନଘାଟରେ ପରିଣତ ହେଲା ଫ୍ଲାଟ୍
ଭୟରେ ପଡ଼ୋଶୀ, ଚିନ୍ତାରେ ସରକାର
ଥରେ ଭାବନ୍ତୁ ଆପଣ କୌଣସି ଫ୍ଲାଟରେ ରହୁଛନ୍ତି ଏବଂ ପଡ଼ୋଶୀ ଘରେ କେହି ରହୁନାହାନ୍ତି । କିନ୍ତୁ ସେଠାରେ ଜଣେ ମୃତବ୍ୟକ୍ତିଙ୍କ ଫଟୋ ଲାଗିଛି । ଉକ୍ତ ଫ୍ଲାଟ୍ ଭିତରେ ମୃତବ୍ୟକ୍ତିଙ୍କ ହାଡ଼ ରହିଛି ଓ ବନ୍ଦ ଘରୁ ଲାଲ ରଙ୍ଗର ଆଲୋକ ଆସୁଛି । ଏହା ବାସ୍ତବରେ କୌଣସି ହରର୍ ସିନ୍ ଠାରୁ କମ ନୁହେଁ । ତେବେ ଏପରି ସ୍ଥିତି ଏବେ ଚୀନର ବିଭିନ୍ନ ଆପାର୍ଟମେଣ୍ଟରେ ସୃଷ୍ଟି ହୋଇଛି । ଏଠାରେ ମୃତ୍ୟୁ ପରେ ବି ଶବ ମହଙ୍ଗା ମାଡ଼ର ସମ୍ମୁଖୀନ ହୋଇଛି । ଚୀନରେ ଏବେ ଅନ୍ତିମ ସଂସ୍କାରର ଖର୍ଚ୍ଚ ଏତେ ବଢିଛି ଯେ ଲୋକେ ଫ୍ଲାଟ୍ କିଣି ସେଠାରେ ମୃତ ବ୍ୟକ୍ତିଙ୍କ ଅସ୍ଥି ରଖୁଛନ୍ତି ।
ଚୀନର ଏବେ ଅନେକ ଅଞ୍ଚଳରେ ଏପରି ଆପାର୍ଟମେଣ୍ଟ ରହିଛି ଯାହାର ଝରକା କେବେ ବି ଖୋଲାଯାଏ ନାହିଁ କି ପରଦା ହଟାଯାଇନଥାଏ । ଚୀନର ମିଡିଆ ରିପୋର୍ଟ ଅନୁସାରେ, ଯେତେବେଳେ ପଡ଼ୋଶୀ ଏହି ଘର ଭିତରକୁ ଝାଙ୍କି ଦେଖିଲେ ତେବେ ଏହାର ଦୃଶ୍ୟ ବେଶ ଭୟଙ୍କର ଥିଲା । ଘରର ମଝିରେ ମହମବତୀ ଜଳୁଥିଲା ଓ ଏକ କଳା ରଙ୍ଗର ଫଟୋ ଆଗରେ ଅସ୍ଥି ରଖାଯାଇଥିଲା । ସେଠାକାର ଲୋକେ କବରସ୍ଥାନର ମହଙ୍ଗାରୁ ବର୍ତ୍ତିବା ଲାଗି ଅପହଞ୍ଚ ଅଞ୍ଚଳରେ ଥିବା ଫ୍ଲାଟକୁ କିଣି ସେଠାରେ ମୃତବ୍ୟକ୍ତିଙ୍କୁ ଅସ୍ଥି ରଖୁଥିବା ଜଣାପଡ଼ିଛି ।
ପଢନ୍ତୁ ଏହି ଖବର: ମରିବା ପରେ କେମିତି ଲାଗେ ? ଏଠି ବଞ୍ଚିବା ଅବସ୍ଥାରେ ବି ହୁଏ ମୃତ୍ୟୁର ଟ୍ରାଏଲ୍

- ଫ୍ଲାଟ୍ ହେଲା କବରସ୍ଥାନ
ପଢନ୍ତୁ ଏହି ଖବର: ମରିବା ପରେ କେମିତି ଲାଗେ ? ଏଠି ବଞ୍ଚିବା ଅବସ୍ଥାରେ ବି ହୁଏ ମୃତ୍ୟୁର ଟ୍ରାଏଲ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ପ୍ରତି ବର୍ଗମିଟର ଜମିକୁ ୮୮ ଲକ୍ଷ
- ଭୟରେ ପଡ଼ୋଶୀ, ନୂଆ ଆଇନ ଆଣିଲେ ସରକାର
କିଙ୍ଗମିଙ୍ଗ ଫେଷ୍ଟିଭାଲ: ଏଠାରେ କହିରଖୁଛୁ କି, ଚୀନର କ୍ୱିଙ୍ଗମିଙ୍ଗ ଫେଷ୍ଟିଭାଲକୁ ସମାଧି ସଫା କରିବା ଦିବସ ବୋଲି ମଧ୍ୟ କୁହାଯାଏ । ଏହା ଚୀନର ଏକ ପ୍ରମୁଖ ପାରମ୍ପରିକ ପର୍ବ ଯେଉଁଥିରେ ପୂର୍ବପୁରୁଷଙ୍କୁ ସ୍ମରଣ କରାଯାଇଥାଏ ଏବଂ ସେମାନଙ୍କ ସମାଧି ସଫା କରାଯାଇଥାଏ । ଏହି ଦିନ ପରିବାରର ସଦସ୍ୟମାନେ ସେମାନଙ୍କ ପୂର୍ବପୁରୁଷଙ୍କ ସମାଧି ପାଖକୁ ଯାଇ ସେଠାରେ ସଫାସୁତୁରା କରନ୍ତି ଏବଂ ଫୁଲ, ଖାଦ୍ୟ ଓ ଧୂପ ଅର୍ପଣ କରନ୍ତି ।
- କାହିଁକି ଚୀନରେ ଉପୁଜିଲା ଏପରି ସମସ୍ୟା ?
ଅଧିକ ଖବର ପଢନ୍ତୁ...
Related Topics
Explore more stories