China Thanks India / 'ଆମେ କେବେ ଭୁଲିବୁ ନାହିଁ'… ଭାରତୀୟ ସେନାକୁ ଚୀନ କାହିଁକି କହିଲା ଏମିତି ?
·1 hour ago·2 min read

Key Points
ଚୀନର ସେନାର ୯୯ତମ ପ୍ରତିଷ୍ଠା ଦିବସରେ ବେଜିଂ, ଭାରତୀୟ ସେନାକୁ ଧନ୍ୟବାଦ ଜଣାଇଛି । ମଙ୍ଗଳବାର ଚୀନର ଡିଫେନ୍ସ ଅତାଶେ ରିୟର ଏଡମିରଲ ୟୁ ଜିୟାନ ଭାରତୀୟ ସେନାକୁ ଧନ୍ୟବାଦ ଜଣାଇଛନ୍ତି ।
ନୂଆଦିଲ୍ଲୀ: ଭାରତୀୟ ସେନାର ପ୍ରଶଂସା କଲା ଚୀନ । ପ୍ରଶଂସା ସହ ଭାରତୀୟ ସେନାକୁ କଲା ସାଲ୍ୟୁଟ୍ । କହିଲା ଧନ୍ୟବାଦ ଭାରତ... । ଚୀନର ସେନାର ୯୯ତମ ପ୍ରତିଷ୍ଠା ଦିବସରେ ବେଜିଂ, ଭାରତୀୟ ସେନାକୁ ଧନ୍ୟବାଦ ଜଣାଇଛି । ମଙ୍ଗଳବାର ଚୀନର ଡିଫେନ୍ସ ଅତାଶେ ରିୟର ଏଡମିରଲ ୟୁ ଜିୟାନ ଭାରତୀୟ ସେନାକୁ ଧନ୍ୟବାଦ ଜଣାଇଛନ୍ତି ।
ଗତବର୍ଷ କେରଳ ଉପକୂଳରେ ଏକ କାର୍ଗୋ ଜାହାଜରେ ନିଆଁ ଲାଗିବା ସହିତ ବିସ୍ଫୋରଣ ହୋଇଥିଲେ । ସେଥିରେ ଚୀନର ୧୨ ଜଣ କ୍ରିଉ ମେମ୍ବର ଥିଲେ । ସେମାନଙ୍କୁ ଉଦ୍ଧାର କରିଥିଲା ଭାରତୀୟ ସେନା । ଯାହାକୁ ମନେ ପକାଇ ଭାରତୀୟ ସେନାକୁ ଧନ୍ୟବାଦ ଜଣାଇଛନ୍ତି ଚୀନର ଡିଫେନ୍ସ ଅତାଶେ ରିୟର ଏଡମିରଲ ୟୁ ଜିୟାନ ।
ଏଥିସହ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଶରଦ ପାୱାର, ସୁପ୍ରିୟା ସୁଲେ; ବଢ଼ିଲା ସମର୍ଥନ ଚର୍ଚ୍ଚା
ଏଥିସହ ସେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହୋଇଥିବା କହିଛନ୍ତି । ଆଗକୁ ଅଧିକ ଆଲୋଚନା ଓ ସହଯୋଗ କଥା କହିଛନ୍ତି । ସୀମା ବିବାଦ ପ୍ରସଙ୍ଗ ଭିତରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାରିବାକୁ ବେଜିଂ ପକ୍ଷରୁ ଏହି ବଡ଼ ସଂକେତ ଦିଆଯାଇଛି ।
ପିପୁଲ୍ସ ଲିବରେସନ୍ ଆର୍ମି (PLA)ର କାର୍ଯ୍ୟକ୍ରମରେ ରିୟର ଏଡମିରଲ ୟୁ ଜିୟାନ କହିଛନ୍ତି, "ଚୀନ ଓ ଭାରତ ପରସ୍ପରର ପଡ଼ୋଶୀ । ଦୁଇ ଦେଶ ବିକାଶ ଓ ସମ୍ପୂର୍ଣ୍ଣ ପରିବର୍ତ୍ତନ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଯୁଗର ପଥିକ । ଆମକୁ ଖୁସି ଲାଗୁଛି ଯେ ଆମ ନେତାଙ୍କ ରଣନୀତିକ ମାର୍ଗ ଦର୍ଶନରେ ଚୀନ-ଭାରତ ସମ୍ପର୍କରେ ସୁଧାର ଆସିବା ସହ ବିକାଶ ପଥକୁ ଫେରୁଛେ ।"
ଭାରତ-ଚୀନ ସମ୍ପର୍କ ଉପରେ ଗୁରୁତ୍ଵ
ଜାତିସଂଘର ଶାନ୍ତି ଅଭିଯାନରେ ଚୀନ ପ୍ରତିନିଧି ଦୁଇ ଦେଶର ସେନା ଉପରେ ମତ ରଖିଛନ୍ତି । କହିଛନ୍ତି, "ଆମକୁ ମନେ ରଖିବାକୁ ପଡ଼ିବ ଚୀନ ଓ ଭାରତୀୟ ସେନା ଜାତିସଂଘର ଶାନ୍ତି ଅଭିଯାନରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ସହ ବଳିଦାନ ଦେଇଛନ୍ତି । ମତଭେଦ ତୁଳନାରେ ସାମୁହିକ ସ୍ଵାର୍ଥ ଗୁରୁତ୍ଵପୂର୍ଣ୍ଣ ।"
ଏଥିସହ ପଢ଼ନ୍ତୁ: ଆଗେ ଦେଲେ ଧମକ; ଏବେ ୟୁ-ଟର୍ଣ୍ଣ ମାାରିଲେ ନ୍ୟୁୟର୍କ ମେୟର
ଭାରତ ସହ ସୈନ୍ୟ ସହଯୋଗ ଓ ଘନିଷ୍ଠ ସମ୍ପର୍କର ଇଚ୍ଛା ଜାହିର୍ କରିଛି ଚୀନ । ଆମେ ଭାରତ ସହ ମିଶି କାର୍ଯ୍ୟ କରିବାକୁ ପ୍ରସ୍ତୁତ । କୂଟନୀତି ଓ ସୈନ୍ୟ ମାଧ୍ୟମରେ ଆଲୋଚନା ଜାରି ରହି ଭରସା ବଢ଼ାଯାଇ ପାରିବ । ଆଲୋଚନା ମାଧ୍ୟମରେ ସହଯୋଗକୁ ପ୍ରୋତ୍ସାହନ ମିଳିବ ବୋଲି ବେଜିଂ କହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories