Zohran Mamdani takes U turn / ଆଗେ ଦେଲେ ଧମକ; ଏବେ ୟୁ-ଟର୍ଣ୍ଣ ମାାରିଲେ ନ୍ୟୁୟର୍କ ମେୟର
·1 month ago·3 min read

Key Points
ନ୍ୟୁୟର୍କ ମେୟର ଜୋରାନ୍ ମମଦାନି କହିଥିଲେ ଯେ ସଂଘୀୟ ସରକାର (ଟ୍ରମ୍ପ୍ ପ୍ରଶାସନ) ପାଖରେ ଏପରି ଅଧିକାର ରହିଛି। ସେ ଟ୍ରମ୍ପ ପ୍ରଶାସନକୁ ଅନ୍ତର୍ଜାତୀୟ ଅପରାଧ ଅଦାଲତରେ ଯୋଗଦେବା ଏବଂ ଏହାର ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ ଆହ୍ୱାନ କରିଥିଲେ। ଏଟାରେ ଉଲ୍ଲେଖ ଯୋଗ୍ୟ ଯେ ଯୁକ୍ତରାଷ୍ଟ୍ର ଆମେରିକା ଏହି ଅଦାଲତର ସଦସ୍ୟ ନୁହେଁ।
New York City Mayor Zohran Mamdani: ଇସ୍ରାଏଲ ପ୍ରଧାନମନ୍ତ୍ରୀ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଗିରଫ କରିବା ଲାଗି ଧମକ ଦେଇ ଚର୍ଚ୍ଚାକୁ ଆସିଥିଲେ ନ୍ୟୁୟର୍କ ମେୟର ଜୋରାନ ମମଦାନି। ହେଲେ ଆଗେ ଧମକ ଦେବା ପରେ ଏବେ ଏକ ବଡ଼ ୟୁ-ଟର୍ଣ୍ଣ ମାରିଛନ୍ତି ସେ। ପୂର୍ବରୁ ମେୟର ମମଦାନୀ ଧମକ ଦେଇଥିଲେ ଯେ ଯଦି ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନ୍ୟୁୟର୍କ ଆସନ୍ତି ତାହେଲେ ତାଙ୍କୁ ଗିରଫ କରାଯିବ। ହେଲେ ଏବେ ସେ କହିଛନ୍ତି ଯେ ସେ ଚାହିଁଲେ ମଧ୍ୟ ତାହା କରିପାରିବେ ନାହିଁ। ବର୍ତ୍ତମାନର ଆଇନକୁ ସମୀକ୍ଷା କରିବା ଜଣାପଡ଼ିଛି ଯେ ତାଙ୍କ ପ୍ରଶାସନ ପାଖରେ ଏପରି କାର୍ଯ୍ୟାନୁଷ୍ଠାନ ନେବାର କୌଣସି ଅଧିକାର ନାହିଁ। ସେ ତାଙ୍କ ନିର୍ବାଚନ ପ୍ରତୃଶୃତିରୁ ଓହରି ଯାଇ ଏହି ବିବୃତ୍ତି ଦେଇଛନ୍ତି। ତଥାପି ଜୋରନା ମମଦାନି ଦୋହରାଇଛନ୍ତି ଯେ ନେତାନ୍ୟାହୁ ଜଣେ ଯୁଦ୍ଧ ଅପରାଧି। ଆସନ୍ତା ସେପ୍ଟେମ୍ବର ମାସରେ ଆୟୋଜିତ ହେଉଥିବା ଜାତିସଂଘ ସାଧାରଣ ସଭାରେ ଯୋଗ ଦେବା ପାଇଁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନ୍ୟୁୟର୍କ ପହଞ୍ଚିବା ସମୟରେ ତାଙ୍କୁ ଗିରଫ କରିବାକୁ ଟ୍ରମ୍ପ ପ୍ରଶାସନକୁ ଅନୁରୋଧ କରିଛନ୍ତି।
କ'ଣ କହିଛନ୍ତି ନ୍ୟୁୟର୍କ ମେୟର?
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ସେୟାର ହୋଇଥିବା ପୋଷ୍ଟ ଅନୁଯାୟୀ ଏକ ଭିଡି଼ଓରେ ଜୋରାନ ମମଦାନି କହିଛନ୍ତି ଯେ ତାଙ୍କ ପ୍ରଶାସନ ପ୍ରଯୁଜ୍ୟ ଆଇନ ଅନୁଯାୟୀ ସମସ୍ତ ଉପଲବ୍ଧ ଦିଗକୁ ସମୀକ୍ଷା କରିଛି। ଯାହା ଦ୍ୱାରା ନିର୍ଣ୍ଣୟ କରାଯାଇପାରିବ ଯେ ଯଦି ବେଞ୍ଜାମିନ ନେତାନ୍ୟାହୁ ନ୍ୟୁୟର୍କ ଗସ୍ତ କରନ୍ତି ତାହେଲେ ସହରର ଅନ୍ତର୍ଜାତୀୟ ଅପରାଧ ଅଦାଲତ (ICC) ଗିରଫ ପରୱାନା ଲାଗୁ କରିପାରିବ ନା ନାହିଁ। ସେ ଆହୁରି କହିଛନ୍ତି, "ଏହା ସ୍ପଷ୍ଟ ଯେ ଏହି ପରୱାନା ଲାଗୁ କରିବା ପାଇଁ ଆମ ପାଖରେ ସ୍ୱାଧିନ ଆଇନଗତ ଅଧିକାର ନାହିଁ।"
ଏହା ସହ ପଢନ୍ତୁ: ତାତିଲେଣୀ ଇସ୍ରାଏଲୀ; ନିର୍ବାଚନ ଆଗରୁ ବଢୁଛି ନେତାନ୍ୟାହୁଙ୍କ ଚିନ୍ତା
ଗିରଫ ହେବେ ନାହିଁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ: ରାଷ୍ଟ୍ରପତି ଟ୍ରମ୍ପ
ନ୍ୟୁୟର୍କ ମେୟର ଜୋରାନ ମମଦାନିଙ୍କ ଏହି ଧମକ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟ ପରେ ଆସିଥିଲା। ଯେଉଁଥିରେ ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ ଯଦି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଆମେରିକା ଗସ୍ତରେ ଆସନ୍ତି ତାହେଲେ ତାଙ୍କୁ ଅଟକ ରଖାଯିବ ନାହିଁ। ସୋମବାର (ଜୁଲାଇ ୨୦) ରାଷ୍ଟ୍ରପତି ଟ୍ରମ୍ପ ଟ୍ରୁଥ୍ ସୋସିଆଲ ପୋଷ୍ଟ ସେୟାର କରି କହିଥିଲେ, "ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଆମେରିକାରେ ଥିବା ସମୟରେ କୌଣସି ପରିସ୍ଥିତିରେ ଗିରଫ କରାଯିବ ନାହିଁ।"
ମେୟର ନିର୍ବାଚନ ଲାଗି ନିଜର ପ୍ରଚାର କରିବା ସମୟରେ, ଜୋରାନ୍ ମମଦାନି ବାରମ୍ବାର କହିଥିଲେ ଯେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନ୍ୟୁୟର୍କ ଗସ୍ତରେ ଆସିଲେ ସେ ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେବେ। ସେ ସମ୍ପ୍ରତି "ଦି ନ୍ୟୁୟର୍କ ଟାଇମ୍ସ" ପତ୍ରିକାକୁ କହିଥିଲେ ଯେ ତାଙ୍କ ପ୍ରଶାସନ ସହରର ଆଇନ ବିଭାଗ ସହିତ ୱାରେଣ୍ଟ ଲାଗୁ କରିବା ବିଷୟରେ ସକ୍ରିୟ ଭାବରେ ଆଲୋଚନା କରୁଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: 'ଯେପର୍ଯ୍ୟନ୍ତ ମୁଁ ପ୍ରଧାନମନ୍ତ୍ରୀ ଅଛି ସେପର୍ଯ୍ୟନ୍ତ ଇରାନ ହେବ ନାହିଁ ପରମାଣୁ ଶକ୍ତି ସମ୍ପନ୍ନ'
ଟାର୍ଗେଟ କରିବାରୁ ପଛକୁ ହଟିନାହାଁନ୍ତି ଜୋରାନ୍ ମମଦାନି
ଗିରଫ କରିବାର କ୍ଷମତା ତାଙ୍କ ପାଖରେ ନାହିଁ ବୋଲି ସ୍ୱୀକାର କରିବା ସତ୍ତ୍ୱେ, ମେୟର ମମଦାନି ନେତାନ୍ୟାହୁଙ୍କୁ ଟାର୍ଗେଟ୍ କରିବା ଜାରି ରଖିଥିଲେ। ସେ କହିଥିଲେ ଯେ ବେଞ୍ଜାମିନ୍ ନେତାନ୍ୟାହୁ ଜଣେ ଯୁଦ୍ଧ ଅପରାଧି ଏବଂ ପାଲେଷ୍ଟାଇନ୍ ଠାରେ ଚାଲିଥିବା ଭୟଙ୍କର ଗଣହତ୍ୟାର ମାଷ୍ଟରମାଇଣ୍ଡ। ମମଦାନି ଆହୁରି କହିଛନ୍ତି, ମୁଁ ଯେପରି କହିଛି, ମୁଁ ଆନ୍ତର୍ଜାତିକ ଅପରାଧିକ ଅଦାଲତ (International Criminal Court) ସହିତ ସହମତ ଯେ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ତାଙ୍କ ଅପରାଧ ପାଇଁ ଗିରଫ କରାଯାଇ ତାଙ୍କର ବିଚାର କରାଯିବା ଉଚିତ୍, ଯେପରି ICC ଦ୍ୱାରା ଅନ୍ୟ ଅଭିଯୁକ୍ତ ବ୍ୟକ୍ତି ସହିତ କରାଯାଇଥାଏ।"
ସେ ଏହା ମଧ୍ୟ କହିଛନ୍ତି ଯେ ଇସ୍ରାଏଲୀ ନେତାଙ୍କୁ ନ୍ୟୁୟର୍କ ସହରରେ ସ୍ୱାଗତ କରାଯିବ ନାହିଁ। "ମୁଁ ସମାନ ଭାବରେ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ନ୍ୟୁୟର୍କ ସହରରେ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ସ୍ୱାଗତ କରାଯିବ ନାହିଁ, କିମ୍ବା ଅନ୍ୟ କୌଣସି ମୁକ୍ତ ଭାବରେ ଘୁରି ବୁଲୁଥିବା ଯୁଦ୍ଧ ଅପରାଧୀଙ୍କୁ ମଧ୍ୟ ସ୍ୱାଗତ କରାଯିବ ନାହିଁ। ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି ଏବଂ ମେୟର ମମଦାନିଙ୍କୁ ସମାଲୋଚନା କରିଛି। "ଆଇସିସି ଏକ 'କାଙ୍ଗାରୁ କୋର୍ଟ' ଯାହାର ଆମେରିକୀୟ କିମ୍ବା ଇସ୍ରାଏଲୀଙ୍କ ଉପରେ କୌଣସି ଅଧିକାର ନାହିଁ। ଏହା ଏକ୍ସ ରେ ସେୟାର କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି।

Related Topics
Explore more stories
Zohran Mamdani Netanyahu arrestMamdani Netanyahu U-turnNYC Mayor Mamdani campaign promiseBenjamin Netanyahu ICC warrant USDoes NYC Mayor have authority to arrest NetanyahuZohran Mamdani statement on Benjamin NetanyahuMamdani backtracks on Netanyahu arrest pledgeInternational Criminal Court warrant Netanyahu NYC visit