Videos
|
National

Political Buzz / ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଶରଦ ପାୱାର, ସୁପ୍ରିୟା ସୁଲେ; ବଢ଼ିଲା ସମର୍ଥନ ଚର୍ଚ୍ଚା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଶରଦ ପାୱାର, ସୁପ୍ରିୟା ସୁଲେ; ବଢ଼ିଲା ସମର୍ଥନ ଚର୍ଚ୍ଚା
Sparks NDA Support Speculation

Key Points

ପ୍ରଧାନମନ୍ତ୍ରୀ ମୋଦି, ଶରଦ ପାୱାରଙ୍କ ହାତ ଧରି ଭିତରକୁ ନେଉଥିବା ଦେଖା ଯାଉଛି । ଅନ୍ୟ ଫଟୋରେ ଶରଦ ପାୱାର ଓ ପ୍ରଧାନମନ୍ତ୍ରୀ ମୋଦି ପାଖାପାଖି ବସିଛନ୍ତି ।
ନୂଆଦିଲ୍ଲୀ: ଗୋଟିଏ ପଟେ ବିରୋଧୀ ସଂସଦ ବାହାରେ ସରକାର ବିରୋଧୀ ନାରା ଦେଉଛନ୍ତି । ଆଉ ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟୁଛନ୍ତି NCP (SP) ମୁଖ୍ୟ ଶରଦ ପାୱାର ଓ ତାଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେ । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରାଯାଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି, ଶରଦ ପାୱାରଙ୍କ ହାତ ଧରି ଭିତରକୁ ନେଉଥିବା ଦେଖା ଯାଉଛି । ଅନ୍ୟ ଫଟୋରେ ଶରଦ ପାୱାର ଓ ପ୍ରଧାନମନ୍ତ୍ରୀ ମୋଦି ପାଖାପାଖି ବସିଛନ୍ତି । ସାଙ୍ଗରେ ଅଛନ୍ତି ଶରଦ ପାୱାରଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେ ।

ଏଥିସହ ପଢ଼ନ୍ତୁ: ବିଜେଡିକୁ ବିଜେପିର ଟାର୍ଗେଟ୍, ଔଷଧ ବିକଳରେ ନବୀନ ତାଟିଆ କାମୁଡ଼ୁଛନ୍ତି 

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟଘାଟ ସମୟରେ ଶରଦ ପାୱାର ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦେଶରେ ଏବେ ଚାଷକୁ ନେଇ କୃଷକ ସମ୍ମୁଖିନ ହେଉଥିବା ଅସୁବିଧା ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ଶରଦ ପାୱାର ।


ଏବେ ସଂସଦର ମୌସୁମୀ ଅଧିବେଶନ ଜାରି ରହିଛି । ଆଉ ଏହି ଅଧିବେଶନରେ ସଂସଦରେ ମୋଦି ସରକାର ସୀମା ପୁନଃ ନିର୍ଦ୍ଧାରଣ (Delimitation Bill) ବିଲ୍ ଆଣିବାକୁ ଯାଉଛନ୍ତି । ଏଥିପାଇଁ ସରକାର ଦୁଇ ତୃତୀୟାଂଶ ସମର୍ଥନ ଯୋଗାଡ଼ କରୁଛନ୍ତି ।

ଆଉ ଠିକ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପାୱାର ବାପ-ଝିଅ ଭେଟିବା ରାଜନୀତିକୁ ଉଷ୍ମ କରିଛି । ଶଦର ପାୱାରଙ୍କ ଏନସିପି ପାଖରେ ଏବେ ୮ ଜଣ ସାଂସଦ ଅଛନ୍ତି । ପୂର୍ବରୁ ମଧ୍ୟ ଏନସିପି ୫୦ ପ୍ରତିଶତ ସିଟ୍ ବଢ଼ିଲେ ବିଲ୍‌କୁ ସମର୍ଥନ ଦେବ ବୋଲି କହିଥିଲା ।

ଏଥିସହ ପଢ଼ନ୍ତୁ: ବଦଳୁଛି ରାଜନୈତିକ ସମୀକରଣ; ନବୀନଙ୍କ ଗଡ଼ ହିଞ୍ଜିଳିରେ ପ୍ରଦୀପ ପାଣିଗ୍ରାହୀଙ୍କ ଏଣ୍ଟ୍ରି 

ଗତ ସପ୍ତାହରେ ଏନସିପି ସାଂସଦ ସୁପ୍ରିୟା ସୁଲେ କହିଥିଲେ, "ଲେଖିକି ଦିଅନ୍ତୁ ସୀମା ୫୦ ପ୍ରତିଶତ ଆସନ ବଢ଼ିବ । ତାହେଲେ ଆମେ ଆଲୋଚନା କରିବୁ ।" ଆଉ ବୁଧବାର ପାୱାର ବାପ-ଝିଅ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା NDAକୁ NCP (SP)ର ସମର୍ଥନ ଚର୍ଚ୍ଚାକୁ ଜୋର୍ କରିଛି ।

ସୂଚନାଯୋଗ୍ୟ, ଏନସିପି ନେତା ଶରଦ ପାୱର କିଛିଦିନ ତଳେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅକନାଥ ସିନ୍ଦେଙ୍କ ଆଲୋଚନା କରିଥିଲେ । ଆଉ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଆଲୋଚନା କରିବା ଦିଲ୍ଲୀରୁ ନେଇ ମହାରାଷ୍ଟ୍ର ରାଜନୀତି ପର୍ଯ୍ୟନ୍ତ ଚର୍ଚ୍ଚା ସହ ଆଲୋଚନା ବଢ଼ାଇ ଦେଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored