Chittoor liquor truck accident / ରାସ୍ତାରେ ଓଲଟିଗଲା ଗାଡ଼ି; ଲୁଙ୍ଗିରେ ଲୁଚାଇ ବୋହିନେଲେ ଲୋକେ
·3 months ago·2 min read

Key Points
ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ଯେତେବେଳେ ଏକ ମଦ ବୋଝେଇ ଟ୍ରକ୍ ଓଲଟି ପଡ଼ିଥିଲା, ସେତେବେଳେ ଲୋକେ ଏହାକୁ ଲୁଟିବା ପାଇଁ ଧାଇଁ ଆସିଥିଲେ। ଅନେକ ଲୋକ ଲୁଙ୍ଗି ଏବଂ ବ୍ୟାଗ୍ ରେ ମଦ ବୋତଲ ଲୁଚାଇ ରଖିଥିଲେ। ଏପରିକି ମହିଳା ମଧ୍ୟ ମଦ ଲୁଟିବାକୁ ପଛେଇ ନଥିଲେ।
People loot alcohol in Andhra Pradesh: ରାସ୍ତାରେ ଏକ ମଦ ବୋଝେଇ ଗାଡ଼ି ଓଲଟି ଯିବା ପରେ ଏହାକୁ ଲୁଟିବାକୁ କୌଣସି ସୁଯୋଗ ହାତ ଛଡ଼ା କରିନାହାଁନ୍ତି ଲୋକ। ଆନ୍ଧ୍ର ପ୍ରଦେଶର ଚିତ୍ତୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯେଉଁଠି ଏକ ମଦ ବୋଝେଇ ଗାଡ଼ି ଓଲଟି ଯିବା ପରେ ଲୋକେ ରାସ୍ତାରୁ ମଦ ଲୁଟି ନେଇଛନ୍ତି। କିଏ ଲୁଙ୍ଗିରେ ପୁରାଇ ଆଉ କିଏ ପକେଟରେ ଲୁଚାଇ ମଦ ଲୁଟି ନେଇଥିଲେ। ଏପରିକି କେତେକ ଲୋକେ ସମ୍ପୂର୍ଣ୍ଣ କାର୍ଟୁନ୍ ମଧ୍ୟ ଚୋରି କରି ନେଇଥିଲେ। କେତେକ ବ୍ୟାଗରେ ମଦ ବୋତଲ ଭର୍ତ୍ତି କରୁଥିବା ଦେଖା ଯାଇଥିଲା। ଏପରିକି କିଛି ମହିଳା ମଧ୍ୟ ମଦ ଡକାୟତି କରିବାରେ ଅଂଶଗ୍ରହଣ କରୁଥିବାର ଦେଖିବାକୁ ମିଳିଥିଲା।
ଯେତେବେଳେ ରାସ୍ତାରେ ମଦ ବୋଝେଇ ଏକ ଟ୍ରକ୍ ଓଲଟି ପଡ଼ିଥିଲା, ସେତେବେଳେ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଲୋକ କେହି ସେହି ଡ୍ରାଇଭରଙ୍କୁ ସାହାଯ୍ୟକୁ କରିବାକୁ ଆଗେଇ ଆସିନଥିଲେ। ହେଲେ ଏହି ଗାଡିରୁ ମଦ ଲୁଟିବା ପାଇଁ ସେମାନେ ଏକାଠି ହୋଇ ଯାଇଥିଲେ। ଏହି ମଦ ଡକାୟତିର ଏହି ଦୃଶ୍ୟ ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ଘଟିଥିଲା। ଅନେକ ଲୋକ ଏହାକୁ ନିଜ ମୋବାଇଲ୍ କ୍ୟାମେରାରେ କଏଦ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହା ସହ ପଢନ୍ତୁ: ଚର୍ଚ୍ଚାରେ ଉଇଙ୍କ କାରନାମା; ସୁଟକେଶ ଭିତରୁ ଖାଇଗଲେ ଟଙ୍କା
ଯେଉଁଥିରେ ଦେଖିବାକୁ ମିଳିଛି ଘଟଣାସ୍ଥଳରେ ବହୁ ସଂଖ୍ୟକ ଲୋକ ବୋତଲ ସଂଗ୍ରହ କରୁଥିବାର ନଜର ଆସୁଛନ୍ତି। କେତେକ ସମ୍ପୂର୍ଣ୍ଣ କାର୍ଟୁନ ନେଇଯାଇଥିବା ବେଳେ, ଅନ୍ୟମାନେ ଲୁଙ୍ଗି, ଗାମୁଛା ଏବଂ ବ୍ୟାଗରେ ଭର୍ତ୍ତି କରି ଘଟଣାସ୍ଥଳରୁ ମଦ ବୋତଲ ଲୁଟି ନେଇଥିଲେ। ଅନେକ ମହିଳା ମଧ୍ୟ ମଦ ବୋତଲ ପାଇଁ ସଂଘର୍ଷରେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା। ପୋଲିସ ପହଞ୍ଚିବା ବେଳକୁ ମଦର ଏକ ବଡ଼ ଅଂଶ ଚୋରି କରି ନିଆଯାଇଥିବାର ଜଣାପଡ଼ିଛି। ଘଟଣାସ୍ଥଳରେ ଛାଡିଯାଇଥିବା ଅଧିକାଂଶ ବୋତଲ ଭାଙ୍ଗି ଯାଇଥିଲା। ଯାହା ମାଲିକଙ୍କ ପାଇଁ ଏକ ବଡ଼ କ୍ଷତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋଲିସ ଆସିବା ଆଗରୁ ଲୁଟି ନେଲେ ଅଧାରୁ ଅଧିକ ମଦ
ପରେ ଏ ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାକି ଷ୍ଟକ୍ ସୁରକ୍ଷିତ କରିଥିଲେ। ମଦ ମାଲିକ କ୍ଷତି ଉପରେ ନିଜର ନିରାଶା ପ୍ରକାଶ କରିଥିଲେ। ସେ ଦାବି କରିଥିଲେ ଯେ ପୋଲିସ ପହଞ୍ଚିବା ପୂର୍ବରୁ ରାସ୍ତାରେ ପଡ଼ିଥିବା ଅଧାରୁ ଅଧିକ ବୋତଲ ଚୋରି ହୋଇଯାଇଥିଲା। ହେଲେ ତଥାପି ଏହି ଘଟଣାରେ କେହି ଗୁରୁତର ଆହତ ହୋଇ ନାହାଁନ୍ତି। ଦୁର୍ଘଟଣାର ପ୍ରକୃତ କାରଣ କ'ଣ ତାହା ଜାଣିବା ପାଇଁ ପୋଲିସ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଛି।

Related Topics
Explore more stories