Videos
|
National

Cyber Crimes Against Women / ପ୍ରଯୁକ୍ତିବିଦ୍ୟା ସଶକ୍ତିକରଣ ନୁହେଁ, ଶୋଷଣର ମାଧ୍ୟମ ବନିଛି: ପ୍ରଧାନ ବିଚାରପତି

Sushanta Sahoo
Browse all articles by Sushanta Sahoo
·11 months ago·2 min read
ପ୍ରଯୁକ୍ତିବିଦ୍ୟା ସଶକ୍ତିକରଣ ନୁହେଁ, ଶୋଷଣର ମାଧ୍ୟମ ବନିଛି: ପ୍ରଧାନ ବିଚାରପତି

Key Points

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କହିଛନ୍ତି, "ଡିଜିଟାଲ୍ ଯୁଗରେ ମହିଳାଙ୍କୁ ଅନେକ ନୂଆ ଆହ୍ଵାନ ଓ ବିପଦର ସମ୍ମୁଖୀନ ହେବାକୁ ପଡ଼ୁଛି । ପ୍ରଯୁକ୍ତିବିଦ୍ୟା ବା ଟେକ୍ନୋଲୋଜି ସଶକ୍ତିକରଣ ନୁହେଁ, ଶୋଷଣର ମାଧ୍ୟମ ହୋଇ ଯାଇଛି ।"

ନୂଆଦିଲ୍ଲୀ: ଟେକ୍ନୋଲୋଜିକୁ ନେଇ ଦୁନିଆ ଆଗକୁ ବଢ଼ୁଥିବା ବେଳେ ନୂଆ ନୂଆ ସମସ୍ୟା ବି ଆସୁଛି । ସାଇବର କ୍ରାଇମ୍‌ରୁ ନେଇ ଏକାଧିକ ପ୍ରକାର ଅନଲାଇନ୍ ଅପରାଧ ସମସ୍ତଙ୍କ ଚିନ୍ତା ବଢ଼ାଇଛି । ଯାହାକୁ ନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବିଆର୍ ଗବାଇ ଚିନ୍ତାବ୍ୟକ୍ତ କରିଛନ୍ତି ।


ଶନିବାର ଏକ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କହିଛନ୍ତି, "ଡିଜିଟାଲ୍ ଯୁଗରେ ମହିଳାଙ୍କୁ ଅନେକ ନୂଆ ଆହ୍ଵାନ ଓ ବିପଦର ସମ୍ମୁଖୀନ ହେବାକୁ ପଡ଼ୁଛି । ପ୍ରଯୁକ୍ତିବିଦ୍ୟା ବା ଟେକ୍ନୋଲୋଜି ସଶକ୍ତିକରଣ ନୁହେଁ, ଶୋଷଣର ମାଧ୍ୟମ ହୋଇ ଯାଇଛି ।"


ଏଥିସହ ପଢ଼ନ୍ତୁ: ନୂଆପଡ଼ା ଉପନିର୍ବାଚନ ପୂର୍ବରୁ BJDକୁ ଶକ୍ତ ଝଟ୍‌କା, ପଦ୍ମ ଧରିଲେ ଜୟ ଢୋଲକିଆ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପ୍ରଧାନ ବିଚାରପତି ବିଆର୍ ଗବାଇ କହିଛନ୍ତି, "ଝିଅ, ମହିଳାମାନଙ୍କ ପାଇଁ ଆଜି ଅନଲାଇନ୍ ନିର୍ଯାତନା, ସାଇବର ବୁଲିଂ, ବ୍ୟକ୍ତିଗତ ତଥ୍ୟର ଅପବ୍ୟବହାର, ଡିପଫେକ୍ ଫଟୋ ଆଜି ବଡ଼ ଚିନ୍ତାର ବିଷୟ । ଏହି ବିପଦରୁ ବର୍ତ୍ତିବା ଲାଗି ପୋଲିସ ଓ ଅଧିକାରୀଙ୍କୁ ବିଶେଷ ଟ୍ରେନିଂର ଆବଶ୍ୟକତା ରହିଛି । ଯେମିତି ଏଭଳି ମାମଲାକୁ ସେମାନେ ବୁଝି ବିଚାରି ସମ୍ବେଦନଶୀଳତାର ସହ ସମ୍ଭାଳି ପାରିବେ ।"


ଜୁଭେନାଇଲ୍ ଜଷ୍ଟିସ୍ କମିଟି ଓ ୟୁନିସେଫ୍ ଇଣ୍ଡିଆ ଦ୍ଵାରା ଆୟୋଜିତ ରାଷ୍ଟ୍ରୀୟ ସମ୍ମିଳନୀ "ସେଫ୍‌ଗାର୍ଡିଂ ଦ୍ ଗର୍ଲ ଚାଇଲ୍ଡ" କାର୍ଯ୍ୟକ୍ରମରେ ମହିଳା ଓ ଝିଅଙ୍କ ସୁରକ୍ଷାକୁ ନେଇ ଏହି କଥା କହିଛନ୍ତି ପ୍ରଧାନ ବିଚାରପତି ।


ଏହି କାର୍ଯ୍ୟକ୍ରମରେ ଜଷ୍ଟିସ ବିବି ନାଗରତ୍ନା, ଜଷ୍ଟିସ୍ ଦେବି ପାରଦିୱାଲା, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣ ଦେବୀ ଓ ୟୁନିସେଫ୍ ଇଣ୍ଡିଆର ପ୍ରତିନିଧି ସିନ୍ଥିଆ ପ୍ରମୁଖ ଯୋଗ ଦେଇଥିଲେ । ଯେଉଁଠି ପ୍ରଧାନ ବିଚାରପତି କହିଥିଲେ, "ଝିଅଙ୍କ ସୁରକ୍ଷା ଅର୍ଥ କେବଳ ସେମାନଙ୍କ ଶରୀର ସୁରକ୍ଷା ନୁହେଁ ବରଂ ସେମାନଙ୍କ ଆତ୍ମାକୁ ମଧ୍ୟ ସ୍ଵାଧୀନତା ଦେବା ।"


ଏଥିସହ ପଢ଼ନ୍ତୁ: ଓଡ଼ିଆ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ ଅଭିଯୋଗ


ପ୍ରଧାନ ବିଚାରପତି ଆହୁରି କହିଛନ୍ତି, "ସାମ୍ବାଧାନିକ ଗ୍ୟାରେଣ୍ଟି ପରେ ମଧ୍ୟ ଦେଶରେ ଝିଅଙ୍କୁ ସେମାନଙ୍କ ପାରମ୍ପରିକ ଅଧିକାର ଓ ସମ୍ମାନରୁ ବଞ୍ଚିତ କରାଯାଉଛି । ଏହି ସ୍ଥିତି ଯୌନ ଶୋଷଣ, ମାନବ ଚାଲାଣ, ବାଲ୍ୟ ବିବାହ ଓ ଭେଦଭାବକୁ ପ୍ରୋତ୍ସାହନ ଦେଉଛି ।"


ପ୍ରଧାନ ବିଚାରପତି କହିଛନ୍ତି, "ଡିଜିଟାଲ୍ ଯୁଗରେ ଭୌତିକ ଦୁନିଆରୁ ବାହାରି ବିପଦ ଏବେ ଭର୍ଚୁଆଲ୍ ଦୁନିଆରେ ପହଞ୍ଚି ସାରିଲାଣି । ଯେଉଁଠି ଟେକ୍ନୋଲୋଜି ସୁଯୋଗ ଦେଉଛି, ସେଇଠି ନୂଆ ପ୍ରକାର ଶୋଷଣର ମାଧ୍ୟମ ବି ସାଜୁଛି ।"

Related Topics

Explore more stories