Bypoll To Nuapada Assembly / ନୂଆପଡ଼ା ଉପନିର୍ବାଚନ ପୂର୍ବରୁ BJDକୁ ଶକ୍ତ ଝଟ୍କା, ପଦ୍ମ ଧରିଲେ ଜୟ ଢୋଲକିଆ

Key Points
ନୂଆପଡ଼ା ଉପନିର୍ବାଚନର ଠିକ୍ ପୂର୍ବରୁ ବିଜେଡିକୁ ଲାଗିଛି ବଡ଼ ଝଟ୍କା । ଦିବଙ୍ଗତ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ନଭେମ୍ବର ୧୧ରେ ହେବ ନିର୍ବାଚନ । ଆଉ ଭୋଟ୍ର ଠିକ୍ ମାସକ ପୂର୍ବରୁ ବିଜେପି ବଡ଼ ଗେମ୍ ଖେଳିଛି ।
ଭୁବନେଶ୍ଵର: ବିଜେପିରେ ମିଶିଲେ ଜୟ ଢୋଲକିଆ । ନୂଆପଡ଼ା ଉପନିର୍ବାଚନର ଠିକ୍ ପୂର୍ବରୁ ବିଜେଡିକୁ ଲାଗିଛି ବଡ଼ ଝଟ୍କା । ଦିବଙ୍ଗତ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ନଭେମ୍ବର ୧୧ରେ ହେବ ନିର୍ବାଚନ । ଆଉ ଭୋଟ୍ର ଠିକ୍ ମାସକ ପୂର୍ବରୁ ବିଜେପି ବଡ଼ ଗେମ୍ ଖେଳିଛି ।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସ୍ଵାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ପୂର୍ବତନ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ଜୟ ପଦ୍ମ ଶିବିରରେ ସାମିଲ୍ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ଏଣିକି ନିଜେ ଟେଣ୍ଟ ନେଇ ମନ ଇଚ୍ଛା ଦେଓମାଳିରେ ନାଇଟ୍ ଷ୍ଟେ କରିପାରିବେନି ପର୍ଯ୍ୟଟକ !
ଜୟ ଢୋଲକିଆଙ୍କୁ ବିଜେପିକୁ ସ୍ଵାଗତ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, "ଜୟ ଢୋଲକିଆଙ୍କ ଯୋଗଦାନ ଦଳକୁ ନୂଆପଡ଼ାରେ ଆହୁରି ଶକ୍ତିଶାଳୀ କରିବ । ସରକାରକୁ ଆଜି ରାତିରେ ୧୬ ମାସ ପୂରିବ । ଦେଢ଼ ବର୍ଷର ଶାସନ କାଳରେ ସରକାର ଯେଉଁ ସବୁ କାମ କରଛନ୍ତି ଲୋକେ ବିଶ୍ଵାସ ଭାଜନ ହୋଇଛି । ଆଗାମୀ ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ହେବ ।"
📱 Get Argus News App
✨ମିଶ୍ରଣ ପର୍ବରେ ଜୟ ଢୋଲକିଆଙ୍କୁ ସ୍ଵାଗତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ସମସ୍ତଙ୍କୁ ଦଳରେ ସ୍ଵାଗତ । ସ୍ଵର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର ଜୟ ଢୋଲକିଆ ବିଜେପିରେ ମିଶିଛନ୍ତି । ସୁଶାସନ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ରହିଛି । ଜୟ ଢୋଲକିଆ ଦଳରେ ମିଶିବା ବିଜେପିକୁ ଆହୁରି ସଶକ୍ତ କରିବ ।"
ନଭେମ୍ବର ୧୧ ତାରିଖରେ ହେବ ନୂଆପଡ଼ା ଉପନିର୍ବାଚନ । ନଭେମ୍ବର ୧୪ରେ ଭୋଟ୍ ଗଣତି ହେବ । ନୂଆପଡ଼ା ଉପନିର୍ବାଚନ ପାଇଁ ଆସନ୍ତା ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୨୦ ହେଉଥି ନାମାଙ୍କନ ଦାଖଲର ଶେଷ ତାରିଖ । ସେହିପରି ଅକ୍ଟୋବର ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ଅକ୍ଟୋବର ୨୪ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି ।
ଏଥିସହ ପଢ଼ନ୍ତୁ: ୩ ବର୍ଷ ଲାଗି RED ZONE ଘୋଷଣା ହେଲା ଶ୍ରୀମନ୍ଦିର
ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଖାଲି ପଡ଼ିଛି ନୂଆପଡ଼ା ଆସନ । ସେପ୍ଟେମ୍ବର ୮ରେ ତାଙ୍କର ଦେହାନ୍ତ ହୋଇଥିଲା । ବିଧାୟକ ରାଜେନ୍ଦ୍ର ଢୋଲକିଆ ଚାରିଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପ୍ରଥମେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ି ବିଧାନସଭାକୁ ଯାଇଥିଲେ । ପରେ ବିଜେଡିରୁ ତିନିଥର ବିଧାୟକ ହୋଇଥିଲେ ସ୍ଵର୍ଗତ ରାଜେନ୍ଦ୍ର ଢୋଲକିଆ । ଗତ ବିଜେଡି ସରକାରରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଥିଲେ ଢୋଲକିଆ । ତାଙ୍କର ଦେହାନ୍ତ ହେବା ପରେ ନୂଆପଡ଼ାରେ ଉପନିର୍ବାଚନ ହେବାକୁ ଯାଉଛି ।
Related Topics
Explore more stories