Videos
|
National

Delhi Protest / CJP ଆନ୍ଦୋଳନକୁ ନେଇ 'ଇଣ୍ଡି' ମେଣ୍ଟରେ ଫାଟ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
CJP ଆନ୍ଦୋଳନକୁ ନେଇ 'ଇଣ୍ଡି' ମେଣ୍ଟରେ ଫାଟ
INDIA Bloc Faces Internal Rift Over NEET Protest

Key Points

ଛାତ୍ରଙ୍କୁ ମୋହରା କରି ରାଜନୈତିକ ସ୍ବାର୍ଥ ପୂରଣ ପାଇଁ ପ୍ଲାନ
ବିକ୍ଷୋଭ ନାଁରେ ଅପରାଧ କରିଥିବା CJP ପଛରେ କିଏ ?
ନୂଆଦିଲ୍ଲୀ: ଦିଲ୍ଲୀରେ କକ୍ରୋଚ ଜନତା ପାର୍ଟିର ବିକ୍ଷୋଭ ବେଳେ ସାମ୍ନାକୁ ଆସିଛି ଆନ୍ଦୋଳନକାରୀଙ୍କ ଅପରାଧୀ ଚେହେରା । ଛାତ୍ରଙ୍କୁ ମୋହରା କରି ରାଜନୈତିକ ସ୍ବାର୍ଥ ପୂରଣ ପାଇଁ ପ୍ଲାନ କରୁଥିବା କଂଗ୍ରେସ ଓ ଆପ ମଧ୍ୟରେ ଆରମ୍ଭ ହୋଇଛି ତୁତୁ ମେଁମେଁ ।

ସିଜେପି ଆନ୍ଦୋଳନକୁ ନେଇ `ଇଣ୍ଡି' ମେଣ୍ଟରେ ଫାଟ ଜଳ ଜଳ ହୋଇଥିବାବେଳେ ଧାରଣାସ୍ଥଳରେ ମହିଳା ସାମ୍ବାଦିକଙ୍କୁ ଅସଦାଚରଣର ଭିଜୁଆଲ କ୍ୟାମେରାରେ କଏଦ ହୋଇଛି । ଛାତ୍ରଙ୍କ ସ୍ଵାର୍ଥ କଥା କହି ଦିଲ୍ଲୀରେ ଆନ୍ଦୋଳନ କରୁଥିବା CJPର ଆଚ୍ଚରଣ ବଡ଼ ପ୍ରଶ୍ନ ଉଠାଇଛି ।

ଏଥିସହ ପଢ଼ନ୍ତୁ: ରାହୁଲଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର, ଛାତ୍ରଙ୍କୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା କଲେ ଅଭିଯୋଗ 

ଛାତ୍ରମାନଙ୍କ କଲ୍ୟାଣ ବନାମ ବିରୋଧୀଙ୍କ କୃତ୍ରିମ ଆକ୍ରୋଶ । ନିଟ୍ ପେପର ଲିକ୍ ବିବାଦକୁ ନେଇ ସଂସଦରୁ ରାସ୍ତା ପର୍ଯ୍ୟନ୍ତ କମ୍ପନ । ଗୋଟିଏ ପଟେ ଦିଲ୍ଲୀରେ ଛାତ୍ର ଓ ବିରୋଧୀ ଦଳଗୁଡ଼ିକର ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବା ବେଳେ ଅନ୍ୟପଟେ କେନ୍ଦ୍ର ସରକାର ଏହାକୁ ନେଇ ବିରୋଧୀଙ୍କୁ କରିଛନ୍ତି କଡ଼ା କାଉଣ୍ଟର ।

ସଂସଦ ଛାଡ଼ି ରାସ୍ତାରେ ସମାଧାନ ଖୋଜୁଛନ୍ତି ବିରୋଧୀ । କିଛି ଲୋକ ନିଜର ରାଜନୈତିକ ସ୍ଵାର୍ଥ ସାଧନ ପାଇଁ ଦେଶର ନିରୀହ ଛାତ୍ର ଓ ଯୁବବର୍ଗଙ୍କୁ ମୋହରା ବନାଇଥିବା ଅଭିଯୋଗ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ଛାତ୍ରମାନଙ୍କ ଭବିଷ୍ୟତ ଓ ସେମାନଙ୍କର ସମସ୍ୟାର ସମାଧାନ ପାଇଁ ସରକାର ସମ୍ପୂର୍ଣ୍ଣ ସମ୍ବେଦନଶୀଳ । ସଂସଦର ମୌସୁମୀ ଅଧିବେଶନରେ ସରକାର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ଆହ୍ଵାନ ଦେବା ପରେ ବି ବିରୋଧୀ ରାସ୍ତାରେ ହଙ୍ଗାମା ସୃଷ୍ଟି କରି ନିଜ ଦୁର୍ବଳତାର ପରିଚୟ ଦେଇଥିବା କହିଛନ୍ତି ରାଜନାଥ ।

ସିଜେପି ଆନ୍ଦୋଳନରେ ସାମିଲ ହୋଇ ରାଜନୈତିକ ଫାଇଦା ନେବାକୁ ପ୍ରୟାସ ବିରୋଧୀଙ୍କୁ ମହଙ୍ଗା ପଡ଼ିଛି । 'ଇଣ୍ଡି' ମେଣ୍ଟ ଭିତରେ ଥିବା କନ୍ଦଳ ବଢିଛି । କଂଗ୍ରେସ ସିଜେଆଇ ଆନ୍ଦୋଳନକୁ ଦୁର୍ବଳ କରୁଥିବା ଅଭିଯୋଗ କରିଛି ଆମ ଆଦମୀ ପାର୍ଟି । ଗୋଟିଏ ପଟେ ଛାତ୍ରଙ୍କ ଭବିଷ୍ୟତକୁ ନେଇ ଚିନ୍ତା, ଆଉ ଅନ୍ୟପଟେ ବିରୋଧୀଙ୍କ ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଜୋର ଧରିଛି ।

ଏପଟେ କକ୍ରୋଚ ଜନତା ପାର୍ଟିର ଅସଲ ଚେହେରା ପଦାକୁ ଆସିଛି । ଆନ୍ଦୋଳନ ନାଁରେ ମହିଳା ସାମ୍ବାଦିକଙ୍କୁ ଅସଦାଚରଣ କରିଛନ୍ତି । ରିପୋର୍ଟିଂ ବେଳେ ଘେରି ଯାଇଥିଲେ ଶହ ଶହ CJP ଆନ୍ଦୋଳନକାରୀ । ଘେରି ଯାଇ ମହିଳାଙ୍କୁ ଦୁର୍ବ୍ୟବହାର କରିଛନ୍ତି । ସ୍ପଷ୍ଟ ଭାବେ କ୍ୟାମେରାରେ କଏଦ ହୋଇଛି ଅସଦାଚରଣର ଦୃଶ୍ୟ । ଛାତ୍ରଙ୍କ ସ୍ବାର୍ଥ କଥା କହୁଥିହା ଆନ୍ଦୋଳନକାରୀ ଘେରି ଯାଇ ମହିଳା ସାମ୍ବାଦିକାଙ୍କୁ ମାଡ଼ ମାରିଥିଲେ ।

ଏଥିସହ ପଢ଼ନ୍ତୁ: ସାମ୍ନାକୁ ଆସିଲା CJPର ଅସଲ ଚେହେରା; ବ୍ୟାପକ ହିଂସା ପାଇଁ କରିଥିଲେ ବିଧିବଦ୍ଧ ଷଡ଼ଯନ୍ତ୍ର 

CJPର 'ସଂସଦ ଚଲୋ' ମାର୍ଚ୍ଚ ସମୟରେ ହିଂସାକାଣ୍ଡରେ ପ୍ରାୟ ୧୨୦ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଦିଲ୍ଲୀ ପୋଲିସ ବିଭିନ୍ନ ଥାନାରେ ୧୦ଟି ଏଫ୍‌ଆଇଆର୍ ରୁଜୁ କରିଛି । ଘଟଣାସ୍ଥଳରୁ ପ୍ରାୟ ୨୫୦ରୁ ଅଧିକ ଭିଡିଓ ଫୁଟେଜ୍ ସାହାଯ୍ୟରେ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରାଯାଉଛି । ସେନା ଓ ଆରଏଏଫ୍ ଉପରେ ଆକ୍ରମଣ ଓ ବେଆଇନ୍ ଡ୍ରୋନ୍ ଉଡ଼ାଇବା ନେଇ ତଦନ୍ତ ଚାଲିଛି । ଅଭିଯୁକ୍ତଙ୍କ ବିରୋଧରେ ହେବ କଡ଼ା ଆକ୍ସନ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored