Dharmendra Pradhan Slams Rahul / ରାହୁଲଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର, ଛାତ୍ରଙ୍କୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା କଲେ ଅଭିଯୋଗ
·1 hour ago·2 min read

Key Points
ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ
କହିଲେ, ସଂସଦର ମୌସୁମୀ ଅଧିବେଶନରେ ବିଭ୍ରାଟ ସୃଷ୍ଟି କରିବାକୁ ପ୍ରୟାସ
ଛାତ୍ରଙ୍କୁ ରାଜନୈତିକ ହତିଆର ଭାବେ ବ୍ୟବହାର କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ

ସଂସଦର ମୌସୁମୀ ଅଧିବେଶନ ସମୟରେ କଂଗ୍ରେସ ଦଳ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ରଛାତ୍ରୀଙ୍କୁ ରାଜନୈତିକ ହାତବାରିସି ଭାବେ ବ୍ୟବହାର କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଏକ୍ସ’ ପୋଷ୍ଟରେ କହିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦେଇ ସୁରକ୍ଷା ନିୟମ ଭଙ୍ଗ କରିବା ସହ ସାଧାରଣ ଜନତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିବା ବିରୋଧୀଙ୍କ କେବଳ ଏକ ରାଜନୈତିକ ନାଟକବାଜି । ସରକାର ନିଟ୍ ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟା ଉପରେ ସଂସଦରେ ସମ୍ପୂର୍ଣ୍ଣ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ସତ୍ତ୍ୱେ କଂଗ୍ରେସ ଗଣତାନ୍ତ୍ରିକ ଚର୍ଚ୍ଚା ବଦଳରେ କେବଳ ଗଣମାଧ୍ୟମରେ ଶିରୋନାମା ସାଉଁଟିବାକୁ ଚେଷ୍ଟା କରୁଛି ।
ନିଟ୍ ପରୀକ୍ଷା ଏବଂ ଯୁବବର୍ଗଙ୍କ ପ୍ରତ୍ୟେକ ଯୁକ୍ତିଯୁକ୍ତ ଚିନ୍ତା ପ୍ରକାଶ କରିବା ପାଇଁ ସରକାର ଗୃହରେ ସମ୍ପୂର୍ଣ୍ଣ ଚର୍ଚ୍ଚା କରିବାକୁ ୧୦୦% ପ୍ରତିଶ୍ରୁତିବଦ୍ଧ । ଦେଶର ଛାତ୍ରଛାତ୍ରୀମାନେ ଅନିଶ୍ଚିତତା ବଦଳରେ ସ୍ଥିରତା, ନାରାବାଜି ବଦଳରେ ସମାଧାନ ଏବଂ ବିଶୃଙ୍ଖଳା ବଦଳରେ ଦାୟିତ୍ୱବାନ ଆଚରଣ ପାଇବାର ହକ୍ଦାର । ସରକାର ସବୁପ୍ରକାର ଚର୍ଚ୍ଚା ପାଇଁ ଦ୍ୱାର ଖୋଲା ରଖିଥିଲେ ସୁଦ୍ଧା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ କେବଳ ବିବାଦ ଓ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁଛନ୍ତି । କେବଳ ଆକ୍ରୋଶ ପ୍ରକାଶ ନକରି ଛାତ୍ରଛାତ୍ରୀଙ୍କୁ ସଠିକ୍ ଉତ୍ତର, ପରୀକ୍ଷା ପ୍ରଣାଳୀରେ ଆବଶ୍ୟକୀୟ ସଂସ୍କାର ଯୋଗାଇଦେବା ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ।
ଅଧିକ ପଢ଼ନ୍ତୁ: ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ମସଜିଦ ଇମାମ ଗିରଫ; ଲସ୍କର ନେଟୱାର୍କ ସହ ଲିଙ୍କ୍ ରହିଥିବାର ହେଉଛି ଦାବି
ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ପାଇଁ ଏହା ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ନୁହେଁ, ବରଂ ନିଜ ରାଜନୈତିକ ଫାଇଦା ପାଇଁ କଳି ଝଗଡ଼ା ସୃଷ୍ଟି କରିବାର ଏକ ମାଧ୍ୟମ । ଆମ ସରକାର ଯୁବବର୍ଗଙ୍କ ଭବିଷ୍ୟତ ସହ କୌଣସି ବୁଝାମଣା ନକରି ସେମାନଙ୍କୁ ସ୍ୱଚ୍ଛତା, ସଂସ୍କାର ଏବଂ ନ୍ୟାୟ ଦେବା ପାଇଁ ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ ବୋଲି ଧର୍ମେନ୍ଦ୍ର ପ୍ରଧାନ ମତପ୍ରକାଶ କରିଛନ୍ତି ।

LoP Shri @RahulGandhi and @INCIndia continue to shamelessly exploit students as political tools to manufacture disruption during the Monsoon Session of Parliament.
— Dharmendra Pradhan (@dpradhanbjp) July 21, 2026
Shri @RahulGandhi and @INCIndia chose to stage a dharna outside the Hon'ble Prime Minister's residence , causing…
ନିଟ୍ ପରୀକ୍ଷା ଏବଂ ଯୁବବର୍ଗଙ୍କ ପ୍ରତ୍ୟେକ ଯୁକ୍ତିଯୁକ୍ତ ଚିନ୍ତା ପ୍ରକାଶ କରିବା ପାଇଁ ସରକାର ଗୃହରେ ସମ୍ପୂର୍ଣ୍ଣ ଚର୍ଚ୍ଚା କରିବାକୁ ୧୦୦% ପ୍ରତିଶ୍ରୁତିବଦ୍ଧ । ଦେଶର ଛାତ୍ରଛାତ୍ରୀମାନେ ଅନିଶ୍ଚିତତା ବଦଳରେ ସ୍ଥିରତା, ନାରାବାଜି ବଦଳରେ ସମାଧାନ ଏବଂ ବିଶୃଙ୍ଖଳା ବଦଳରେ ଦାୟିତ୍ୱବାନ ଆଚରଣ ପାଇବାର ହକ୍ଦାର । ସରକାର ସବୁପ୍ରକାର ଚର୍ଚ୍ଚା ପାଇଁ ଦ୍ୱାର ଖୋଲା ରଖିଥିଲେ ସୁଦ୍ଧା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ କେବଳ ବିବାଦ ଓ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁଛନ୍ତି । କେବଳ ଆକ୍ରୋଶ ପ୍ରକାଶ ନକରି ଛାତ୍ରଛାତ୍ରୀଙ୍କୁ ସଠିକ୍ ଉତ୍ତର, ପରୀକ୍ଷା ପ୍ରଣାଳୀରେ ଆବଶ୍ୟକୀୟ ସଂସ୍କାର ଯୋଗାଇଦେବା ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ।
ଅଧିକ ପଢ଼ନ୍ତୁ: ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ମସଜିଦ ଇମାମ ଗିରଫ; ଲସ୍କର ନେଟୱାର୍କ ସହ ଲିଙ୍କ୍ ରହିଥିବାର ହେଉଛି ଦାବି
ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ପାଇଁ ଏହା ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ନୁହେଁ, ବରଂ ନିଜ ରାଜନୈତିକ ଫାଇଦା ପାଇଁ କଳି ଝଗଡ଼ା ସୃଷ୍ଟି କରିବାର ଏକ ମାଧ୍ୟମ । ଆମ ସରକାର ଯୁବବର୍ଗଙ୍କ ଭବିଷ୍ୟତ ସହ କୌଣସି ବୁଝାମଣା ନକରି ସେମାନଙ୍କୁ ସ୍ୱଚ୍ଛତା, ସଂସ୍କାର ଏବଂ ନ୍ୟାୟ ଦେବା ପାଇଁ ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ ବୋଲି ଧର୍ମେନ୍ଦ୍ର ପ୍ରଧାନ ମତପ୍ରକାଶ କରିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories