Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - 'ଯିଏ କଥାରେ ମାନୁନଥିଲା ସିଏ ଗୁଳିରେ ମାନିଗଲା'

National

CM Yogi Latest Warnings / 'ଯିଏ କଥାରେ ମାନୁନଥିଲା ସିଏ ଗୁଳିରେ ମାନିଗଲା'

Subhramjit Ray
Browse all articles by Subhramjit Ray
·3 weeks ago·2 min read
'ଯିଏ କଥାରେ ମାନୁନଥିଲା ସିଏ ଗୁଳିରେ ମାନିଗଲା'
CM Yogi Latest Warnings

Key Points

ପୂର୍ବ ସରକାରଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ ଯେ ପୂର୍ବରୁ ଅପରାଧ ବୃଦ୍ଧି ପାଉଥିଲା। ହେଲେ ଏବେ ଆଇନ ଶୃଙ୍ଖଳା ସୁଦୃଢ଼ ​​ହୋଇଛି। ଅପରାଧିଙ୍କୁ ନିୟନ୍ତ୍ରଣ କରିବାରେ ସରକାର ସଫଳ ହୋଇଛନ୍ତି।
CM Yogis Warns Pakistans Terrorist: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ ଅପରାଧି ଏବଂ ଆତଙ୍କବାଦୀଙ୍କୁ ଚେତାବନୀ ଦେଇଛନ୍ତି। ଏନେଇ ସେ କହିଛନ୍ତି ଯେ ଜନସାଧାରଣଙ୍କ ଗୋଟିଏ ଭୋଟ୍ ଏହାର ଶକ୍ତି ପ୍ରଦର୍ଶନ କରୁଛି। ଦିଲ୍ଲୀରେ ଏହି ଗୋଠିଏ ଭୋଟ୍ ହିଁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଏବଂ ଜାମୁ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ଆଦି କାର୍ଯ୍ୟ କରୁଛି। ସେ ଆହୁରି କହିଛନ୍ତି ଯେ ପାକିସ୍ତାନ, ପ୍ରତିଦିନ ଭାରତକୁ ଉତ୍ତେଜିତ କରିବା ଭଳି କାମ କରିଥାଏ, ପାକିସ୍ତାନ ଉପରେ ମାଡ଼ କରାଯାଉଥିବା କ୍ଷେପଣାସ୍ତ୍ର ଏବେ ଲକ୍ଷ୍ନୌରେ ନିର୍ମିତ ହେଉଛି। ଏହି କ୍ଷେପଣାସ୍ତ୍ର ପାକିସ୍ତାନକୁ ଥରାଇ ଦେଉଛି।

ବିଶ୍ୱରେ ନାହିଁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର କୌଣସି ପ୍ରତିରୋଧ

ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ପାକିସ୍ତାନ ସାରା ବିଶ୍ୱରେ "ବାପା, ବାପା" ବୋଲି ଚିତ୍କାର ଛାଡୁଛି। କାରଣ ବିଶ୍ୱରେ କେହି ବ୍ରହ୍ମୋସ୍ କ୍ଷେପଣାସ୍ତ୍ରକୁ ପ୍ରତିରୋଧ କରିବା ଭଳି ସାମର୍ଥ୍ୟ ରଖିନାହାଁନ୍ତି। ଯାହା ଏବେ ଲକ୍ଷ୍ନୌରେ ନିର୍ମିତ ହେଉଛି। ପୂର୍ବ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ସେମାନେ ଦେଶୀ ପିସ୍ତଲ ଏବଂ ବୋମା ତିଆରି କରୁଥିଲେ। ଯାହା ନିରୀହ ଲୋକ ଏବଂ ବ୍ୟବସାୟୀଙ୍କୁ ଲୁଟିବା ଏବଂ ମହିଳାଙ୍କ ସୁରକ୍ଷାକୁ ବିପଦରେ ପକାଇବା ପାଇଁ ବ୍ୟବହୃତ ହେଉଥିଲା।


ଏହା ସହ ପଢନ୍ତୁ: 'ବନ୍ଧୁତା ନାଁରେ ଛୁରୀ ମାରିବା ଗ୍ରହଣୀୟ ନୁହେଁ'

ହେଲେ ଏବେ ଏଭଲି ସ୍ଥିତି ସୁଧାରି ଯାଇଛି। ଯେଉଁ ଲୋକ ଦିନେ କଥାରେ ମାନୁନଥିଲା ଏବେ ସେମାନେ ଏବେ ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ମାତ୍ରେ ମାନି ଯାଉଛନ୍ତି। ଏବେ ଉତ୍ତର ପ୍ରଦେଶରେ ଦେଶକୁ ସୁରକ୍ଷା ଦେବା ପାଇଁ ବ୍ରହ୍ମୋସ କ୍ଷେପଣାସ୍ତ୍ର ନିର୍ମାଣ କରାଯାଉଛି। ଯେତେବେଳେ ଜଣେ ସାହସୀ ଭାରତୀୟ ସୈନିକ ଶତ୍ରୁ ପକ୍ଷ ଉପରେ ଏହି କ୍ଷେପଣାସ୍ତ୍ର ମାଡ଼ କରନ୍ତି, ସେତବେଳେ ପାକିସ୍ତାନ ଚିତ୍କାର କରି ଉଠେ ଯେ "ଆମକୁ ରକ୍ଷା କର, ଆମକୁ ରକ୍ଷା କର!" ଯିଏ କଥାରେ ମାନୁନଥିଲେ ସେମାନେ ଏବେ ଗୁଳିରେ ମାନିଗଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଆମର ସମସ୍ତଙ୍କର ଆମର ଜାତୀୟ କର୍ତ୍ତବ୍ୟ ପ୍ରତି ଦାୟିତ୍ୱ ରହିଛି। ଆମେ ଏହି ଦାୟିତ୍ୱ ପୂରଣ କରିବା ପାଇଁ ରାଜନୀତିରେ ପ୍ରବେଶ କରିଛୁ। ସେ କହିଥିଲେ ଯେ ରାଜନୀତି ସେବାର ଏକ ମାଧ୍ୟମ। ଏହି ମାଧ୍ୟମରେ, ସୁରକ୍ଷା, ସୁଶାସନ ଏବଂ ନାଗରିକଙ୍କ ଅଧିକାର ସୁନିଶ୍ଚିତ କରିବା ପାଇଁ ନିରନ୍ତର କାର୍ଯ୍ୟ କରାଯାଉଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
"Won't Listen to Words, Will to Bullets": CM Yogi Warns Mafias | Argus News