Videos
|
National

Coimbatore Blast Accused Parole / କୋଏମ୍ବାଟୁର ବିସ୍ଫୋରଣରେ ଜଡ଼ିଡ ୫ ଦୋଷୀଙ୍କୁ ମିଳିଲା ୬୦ ଦିନର ପାରୋଲ; ବିବାଦରେ ଟିଭିକେ ସରକାର

Subhramjit Ray
Browse all articles by Subhramjit Ray
·58 mins ago·3 min read
କୋଏମ୍ବାଟୁର ବିସ୍ଫୋରଣରେ ଜଡ଼ିଡ ୫ ଦୋଷୀଙ୍କୁ ମିଳିଲା ୬୦ ଦିନର ପାରୋଲ; ବିବାଦରେ ଟିଭିକେ ସରକାର
Coimbatore Blast Accused Parole

Key Points

୧୯୯୮ କୋଏମ୍ବାଟୁର ବୋମା ବିସ୍ଫୋରଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ପାଞ୍ଚ ଜଣ ଦୋଷୀଙ୍କୁ ତାମିଲନାଡୁ ସରକାର ୬୦ ଦିନର ପାରୋଲ ମଞ୍ଜୁର କରିଛନ୍ତି। ଭିସିକେ ନେତାମାନେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି, ଏହାକୁ ଏକ ଦୀର୍ଘକାଳୀନ ଦାବିର ପରିଣାମ ବୋଲି କହିଛନ୍ତି।
କୋଏମ୍ବାଟୁର ବିସ୍ଫୋରଣ ମାମଲାରେ ଜଡ଼ିଡ ୫ ଦୋଷୀଙ୍କୁ ୬୦ ଦିନର ପାରୋଲ ଦେବାକୁ ନେଇ ସରଗରମ ହୋଇଉଠିଛି ତାମିଲନାଡୁ ରାଜନୀତି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଏକ ନୂତନ ବିବାଦ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ବିଜୟଙ୍କ ନେତୃତ୍ୱାଧିନ ଟିଭିକେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧି ବିଜେପି ତୀବ୍ର ବିରୋଧ କରିଛି। ଶାସକ ଦଳ କଟାକ୍ଷ କରିବା ଢଙ୍ଗରେ ଏହାକୁ "ନିର୍ବାଚିତ ଅନୁକମ୍ପା" ବୋଲି କୁହାଯାଇଛି। ଏପରିକି ପାରୋଲ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି ହୋଇଛି। ଅନ୍ୟପକ୍ଷରେ ଟିଭିକେ ସରକାରଙ୍କ ସହଯୋଗୀ ଏହାକୁ ସ୍ୱାଗତ କରିଛନ୍ତି। ସେମାନେ ଏହାକୁ ଆଇନର ପରିସର ମଧ୍ୟରେ ନିଆଯାଇଥିବା ନିଷ୍ପତ୍ତି ବୋଲି କହିଛନ୍ତି।

କେଉଁ ପରିସ୍ଥିତିରେ ପାରୋଲ ମଞ୍ଜୁର କରାଯାଇଛି?
୧୯୯୮ ମସିହାର କୋଏମ୍ବାଟୁର ସିରିଏଲ ବିସ୍ଫୋରଣରେ ୫୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ପ୍ରାୟ ୨୨ ଜଣ ବ୍ୟକ୍ତି ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ବ୍ୟକ୍ତିଗତ ଏବଂ ସ୍ୱାସ୍ଥ୍ୟଗତ କାରଣ ଆଧାରରେ ଏହି ଦୋଷୀଙ୍କ ମଧ୍ୟରୁ ୫ ଜଣଙ୍କୁ ୬୦ ଦିନର ପାରୋଲ ଦିଆଯାଇଛି। ପାରୋଲ ଦିଆଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ମହମ୍ମଦ ଅନସାରି, ମହମ୍ମଦ ଅଲି, ମହମ୍ମଦ ହାସନ, ମହମ୍ମଦ ଆଜମ ଏବଂ ନବାବ ଖାନ। କିଛି ସର୍ତ୍ତ ସହିତ ସେମାନଙ୍କୁ ପାରୋଲ ଦିଆଯାଇଛି।

ଟିଭିକେ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରି ଭିସିକେ ନେତା ଏବଂ ସାମାଜିକ ନ୍ୟାୟ ମନ୍ତ୍ରୀ ଭାନି ଆରାସୁ କହିଛନ୍ତି ଯେ ତାଙ୍କ ଦଳ ଦୀର୍ଘ ଦିନ ଧରି ଏହି ପ୍ରସଙ୍ଗ ଉଠାଇ ଆସୁଛି। ସେ କହିଛନ୍ତି ଯେ ଜୁନ୍ ୬ ତାରିଖରେ ସେ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଭେଟି ୨୨ ଜଣ ମୁସଲିମ ଦୀର୍ଘକାଳୀନ କଏଦୀଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ। ତାଙ୍କ କହିବା ଅନୁଯାୟୀ ଭିସିକେ ପକ୍ଷରୁ ହୋଇଥିବା ନିରନ୍ତର ପ୍ରୟାସ ପରେ, ସରକାର ନିୟମ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୬୦ ଜଣ କଏଦୀଙ୍କୁ ୬୦ ଦିନର ପାରୋଲ ପ୍ରଦାନ କରିବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। ଭାନି ଆରାସୁ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଦଳ ବାକି କଏଦୀଙ୍କ ପାଇଁ ସମାନ ସହାୟତା ଲୋଡି଼ବ। ସେ କହିଛନ୍ତି ଯେ ଭିସିକେ ଏହି ୨୨ କଏଦୀଙ୍କୁ ସ୍ଥାୟୀ ମୁକ୍ତି ନମିଳିବା ପର୍ଯ୍ୟନ୍ତ ସେମାନଙ୍କ ସହିତ ଛିଡା ହେବ। ଏପରିକି ଶାସକ ଟିଭିକେ ବିଧାୟକ ମୁସ୍ତାଫା ମଧ୍ୟ ୫ ଜଣ କଏଦୀଙ୍କୁ ପାରୋଲ ପ୍ରଦାନ କରିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।

ଏହା ସହ ପଢନ୍ତୁ: ୧୩୫ କିଲୋଗ୍ରାମ ଡ୍ରଗ୍ସ ପାଇଁ ସରଗରମ ତାମିଲନାଡୁ ରାଜନୀତି; ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବର୍ଷିଲେ ବିରୋଧି ଦଳ ନେତା

ପାରୋଲ ଦେବାକୁ ନେଇ ଟିଭିକେ ସରକାରକୁ ଘେରିଲ ବିଜେପି
ବିଜେପି ଏହି ପ୍ରସଙ୍ଗରେ ଟିଭିକେ ସରକାରଙ୍କୁ ଘେରିଛି। ବିଜେପି ନେତା ନନାଥି ଶ୍ରୀନିବାସନ ପ୍ରଶ୍ନ କରିଛନ୍ତି ଯେ କାହାର ପରାମର୍ଶ ଏବଂ କେଉଁ କାରଣରୁ ଏହି କଏଦୀଙ୍କୁ ପାରୋଲ ଦିଆଯାଇଥିଲା। ସେ କହିଛନ୍ତି ଯେ ଟିଭିକେ ସରକାର ଏହା ସ୍ପଷ୍ଟ କରିବା ଆବଶ୍ୟକ ଯେ ଏପରି ନିଷ୍ପତ୍ତିର ଆଇନ ଶୃଙ୍ଖଳା ଏବଂ ନ୍ୟାୟ ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ଭରସା ଉପରେ ସମ୍ଭାବ୍ୟ ପ୍ରଭାବ ବିଷୟରେ ଅବଗତ ଅଛନ୍ତି କି ନାହିଁ। ବନଥି ଶ୍ରୀନିବାସ କହିଛନ୍ତି ଯେ କୋଏମ୍ବାଟୁର ବିସ୍ଫୋରଣ ଭଳି ଗମ୍ଭୀର ମାମଲାରେ ଦୋଷୀଙ୍କୁ ପାରୋଲ ପ୍ରଦାନ କରିବା ଅତ୍ୟନ୍ତ ବିପଦଜ୍ଜନକ। ତାଙ୍କ ମତରେ ଟିଭିକେ ସରକାର ଏହି ନିଷ୍ପତ୍ତି ପଛରେ ଥିବା ଚିନ୍ତାଧାରା ଏବଂ ଏହା ସାର୍ବଜନୀନ ଶାନ୍ତିକୁ ବିପଦରେ ପକାଇବାର ବିପଦ ସୃଷ୍ଟି କରେ କି ନାହିଁ ତାହା ଜଣାଇବା ଆବଶ୍ୟକ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ପ୍ରଥମ ଥର ପାଇଁ ହୋଇନାହିଁ ଯେତେବେଳେ କୋଏମ୍ବାଟୁର ବିସ୍ଫୋରଣ ମାମଲାରେ ଜଡ଼ିତ ଦୋଷୀଙ୍କୁ ଆସ୍ଥାୟୀ ଆଶ୍ୱସ୍ତି ପ୍ରଦାନ କରାଯାଇଛି। ପୂର୍ବରୁ ଗତ ୨୦୨୩ ଜାନୁଆରୀରେ, ରାଜ୍ୟରେ ଡିଏମକେ ସରକାର କ୍ଷମତାସୀନ ରହିଥିବା ସମୟରେ ୯ ଜଣ ଦୋଷୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ଦିଆଯାଇଥିଲା। ବର୍ତ୍ତମାନ, ଏହି ମାମଲା କେବଳ ଏକ ଆଇନଗତ ମାମଲା ନୁହେଁ। ବରଂ ରାଜନୈତିକ ବିତର୍କର ବିଷୟ ମଧ୍ୟ ପାଲଟିଛି। ଗୋଟିଏ ପଟେ ଶାସକ ଟିଭିକେ ସରକାର ଏହାକୁ ନିୟମ ଅନୁଯାୟୀ ନିଆଯାଇଥିବା ଏକ ପ୍ରଶାସନିକ ନିଷ୍ପତ୍ତି ବୋଲି କହୁଛି। ହେଲେ ଅନ୍ୟପଟେ ବିରୋଧି ବିଜେପି ପ୍ରଶ୍ନ ଉଠାଉଛି, ଏହାକୁ ସାର୍ବଜନୀନ ଭାବନା ଏବଂ ସୁରକ୍ଷା ସହ ଜଡ଼ିତ ବିଷୟ ବୋଲି କହୁଛି।