Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Raghav Chadha / ରାଘବ ଚଡ୍ଡା କିଛି ଭୁଲ କରିନାହାନ୍ତି କହି AAP ଉପରେ ବର୍ଷିଲା କଂଗ୍ରେସ

Debashree Debasmita Sahoo
Browse all articles by Debashree Debasmita Sahoo
·3 months ago·2 min read
ରାଘବ ଚଡ୍ଡା କିଛି ଭୁଲ କରିନାହାନ୍ତି କହି AAP ଉପରେ ବର୍ଷିଲା କଂଗ୍ରେସ
Raghav Chadha

Key Points

ରାଘବ ଚଡ୍ଡା ବିଜେପି ସହ ମିଶିଥିବା ଅଭିଯୋଗ ଆଣିଥିଲା ଆପ୍
ଏବେ ଆପ୍ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ଉଦିତ ରାଜ୍
କହିଲେ ରାଘବ ଚଡ୍ଡା ଯାହା କରିଛନ୍ତି ସମ୍ପୂର୍ଣ୍ଣ ଠିକ୍ କରିଛନ୍ତି
ଆମ୍ ଆଦମି ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କ ଉପନେତା ପଦରୁ ହଟାଯିବା ପରେ ଜାତୀୟ ରାଜନୀତି ବେଶ ସରଗରମ ହୋଇଛି । ରାଘବ ଚଡ୍ଡା ଗୃହରେ ପ୍ରମୁଖ ମୁଦ୍ଦା ନ ଉଠାଇ ସାଧାରଣ ପ୍ରସଙ୍ଗ ଉଠାଉଥିବାବେଳେ ମୋଦିଙ୍କ ବିରୁଦ୍ଧରେ କହିବାକୁ ଡରୁଥିବା ନେଇ ଆପ୍ ଅଭିଯୋଗ ଆଣିଛି । ଏହାରି ମଧ୍ୟରେ ରାଘବଙ୍କ ସପକ୍ଷରେ ବାହାରିଛି କଂଗ୍ରେସ । ରାଘବ ଯାହା କରିଛନ୍ତି ସମ୍ପୂର୍ଣ୍ଣ ଠିକ୍ କରିଛନ୍ତି । ଅନ୍ୟ ନେତାଙ୍କୁ ବି ଏହି ରାସ୍ତାରେ ଅଗ୍ରସର ହେବା ଉଚିତ ବୋଲି କଂଗ୍ରେସ ନେତା ଉଦିତ ରାଜ କହିଛନ୍ତି ।

ଆପ୍ ପୂର୍ବରୁ କଂଗ୍ରେସକୁ ବଦନାମ କରିବାକୁ ବି ଉଦ୍ୟମ କରୁଥିଲା । ଆପ୍ ଜନତାଙ୍କୁ ଧୋକା ଦେଇଥିଲା ଓ ସେମାନଙ୍କଠାରୁ ଲୁଟ୍ କରି କଂଗ୍ରେସକୁ ବଦନାମ କରୁଥିଲା । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ସମସ୍ତ ଅଭିଯୋଗ ପ୍ରମାଣିତ ହୋଇନଥିଲା । ଏବେ ସେମାନେ ନିଜ ଦଳର ନେତା ରାଘବ ଚଡ୍ଡାଙ୍କୁ ଘେରିଯାଇଛନ୍ତି ଏବଂ ତାଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି । ହେଲେ ରାଘବ ଚଡ୍ଡା ଯାହା କରିଛନ୍ତି ଠିକ୍ କରିଛନ୍ତି ଏବଂ ଅନ୍ୟମାନଙ୍କୁ ସେହି ରାସ୍ତାରେ ଚାଲିବା ଆବଶ୍ୟକ ବୋଲି ଉଦିତ୍ ରାଜ କହିଛନ୍ତି ।

  • 'ରାଘବ ଚୁପ୍ ରହିବା ଉଚିତ ନୁହେଁ'
କଂଗ୍ରେସ ନେତା ଉଦିତ ରାଜ ରାଘବ ଚଡ୍ଡାଙ୍କୁ ଚୁପ୍ ନ ରହିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, "ରାଜନୀତି କୌଣସି ବ୍ୟକ୍ତିଗତ ପ୍ରସଙ୍ଗ ନୁହେଁ, ଏହା ସାର୍ବଜନୀନ । ରାଘବ ଚଡ୍ଡା କାହିଁକି ଚୁପ୍ ରହୁଛନ୍ତି ? ତାଙ୍କୁ କିଏ ଚୁପ୍ ରହିବାକୁ ବାଧ୍ୟ କରିଛି ? ରାଘବଙ୍କୁ ଏହି ପ୍ରସଙ୍ଗ ଉପରେ ଖୋଲାଖୋଲି ଭାବେ ପ୍ରତିକ୍ରିୟା ଦେବା ଉଚିତ । ଯଦି ରାଘବ ଦଳଠାରୁ ଅସନ୍ତୋଷ ଅଛନ୍ତି ତେବେ ସେ ସମ୍ପର୍କରେ କହିବା ଉଚିତ ।"

ପଢନ୍ତୁ ଏହି ଖବର: କାହିଁକି ରାଘବ ଚଡ୍ଡାଙ୍କୁ ରାଜ୍ୟସଭା ଉପନେତା ପଦରୁ ହଟାଇଲା AAP; କହିଲା କାରଣ

  • ପାର୍ଟିର ନିଷ୍ପତ୍ତି ଉପରେ କଣ କହିଥିଲେ ରାଘବ ?
ରାଘବଙ୍କୁ ରାଜ୍ୟସଭା ଉପନେତା ପଦରୁ ହଟାଇ ଦିଆଯିବା ପରେ ରାଘବ ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରିଥିଲେ ଓ କହିଥିଲେ ତାଙ୍କୁ ସଂସଦରେ ଯେତେବେଳେ କହିବାକୁ ସୁଯୋଗ ମିଳେ ସେତେବେଳେ ସେ ସାଧାରଣ ଜନତାଙ୍କ ପ୍ରସଙ୍ଗ ଉଠାନ୍ତି । ସଂସଦରେ ଯେଉଁ ପ୍ରସଙ୍ଗକୁ ଅଣଦେଖା କରାଯାଏ, ସେ ସେହି ପ୍ରସଙ୍ଗକୁ ଉଠାଇଥାନ୍ତି । ଏହି ସମସ୍ୟାଗୁଡ଼ିକ ଉଠାଇ କଣ ସେ କିଛି ଭୁଲ୍ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏହାପରେ ଦଳ ପକ୍ଷରୁ ତାଙ୍କୁ ଟାର୍ଗେଟ୍ କରାଯାଇଛି । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ କହିବାକୁ ଡରୁଛନ୍ତି ବୋଲି ଆପର ବିଭିନ୍ନ ନେତା ଅଭିଯୋଗ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Congress leader Udit Raj backs Raghav Chadha, slams AAP amid internal rift | Argus News