Cyclone Arnab Landfall Process Start / ସ୍ଥଳଭାଗ ଛୁଇଁଲା ଅର୍ଣ୍ଣବ! ଆରମ୍ଭ ହୋଇଗଲା ଲ୍ୟାଣ୍ଡଫଲ୍ ପକ୍ରିୟା
·1 hour ago·2 min read

Key Points
ଆନ୍ଧ୍ରପ୍ରଦେଶର କାକିନାଡ଼ା ନିକଟସ୍ଥ ୟାନମ୍ ଉପକୂଳରେ "ଅର୍ଣ୍ଣବ" ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ଆନ୍ଧ୍ରପ୍ରଦେଶର କାକିନାଡ଼ା ନିକଟସ୍ଥ, କେନ୍ଦ୍ର ଶାସିତ ଅଞ୍ଚଳ ପୁଦୁଚେରୀର ୟାନମ୍ ଜିଲ୍ଲା ଉପକୂଳରେ ଘୂର୍ଣ୍ଣିଝଡ଼ "ଅର୍ଣ୍ଣବ" ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଘୂର୍ଣ୍ଣିଝଡ଼ ବୁଧବାର (ଅକ୍ଟୋବର ୨୮) ମଧ୍ୟରାତ୍ରୀରେ ପ୍ରାୟ ଦୁଇଟା (02:00 AM) ଚାରିଟା (04:00 AM) ମଧ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବା ନେଇ ପୂ୍ର୍ବାନୁମାନ କରାଯାଇଥିଲା। ହେଲେ ଏହାର ଅଧ୍ୟଘଣ୍ଟା ପୂର୍ବରୁ ଏହି ଘୂର୍ଣ୍ଣିଝଡ଼ ସ୍ଥଳଭାଗ ଛୁଇଁବା ଆରମ୍ଭ କରିଛି। ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯିବା ପରେ ଆନ୍ଧ୍ର ଉପକୂଳରେ ଅବସ୍ଥିତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ଦ୍ରୁତ ବେଗରେ ପବନ ବହିବା ଜାରି ରହିଛି। ଘୂର୍ଣ୍ଣିଝଡ଼ "ଅର୍ଣ୍ଣବ" ପ୍ରଭାବରେ କୋନାସୀମା ଜିଲ୍ଲାର ଅମଲାପୁରମ୍ ଠାରେ ବହୁତ ଜୋରରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଛି।
ୟାନମ୍ ଉପକୂଳରେ ଘୂର୍ଣ୍ଣିଝଡ଼ "ଅର୍ଣ୍ଣବ" ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଦ୍ରୁତ ଗତିରେ ମାଡ଼ି ଆସୁଥିବାରୁ ଏହିର ଘୂର୍ଣ୍ଣିଝଡ଼ର ଆଗୁଆ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ଆଗାମୀ ୪ ଘଣ୍ଟା ପର୍ଯ୍ୟନ୍ତ ପବନର ବେଗ ୧୨୫ କିମି ଠାରୁ ୧୩୫ କିମି ରହିବା ନେଇ ପୂର୍ବାନୁମାନ କରାଯାଇଛି। ଆଗାମୀ ୨ ଘଣ୍ଟା ମଧ୍ୟରେ "ଅର୍ଣ୍ଣବ" ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରାଯାଉଛି। ବତ୍ତମାନ ଘଣ୍ଟାପ୍ରତି ପ୍ରାୟ ୨୨ କିମି ବେଗରେ ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଏହି ବାତ୍ୟାର ପ୍ରଭାବରେ ଆନ୍ଧ୍ରର ଅନେକ ସ୍ଥାନରେ ଗଛ ଉପୁଡ଼ି ରାସ୍ତାରେ ପଡ଼ିଛି।
ଏହା ସହ ପଢନ୍ତୁ: ସ୍ଥଳଭାଗ ଛୁଇଁଲା 'ଅର୍ଣ୍ଣବ' ବାହ୍ୟ ବଳୟ; ମଧ୍ୟରାତ୍ରୀରେ କରିବ ଲ୍ୟାଣ୍ଡଫଲ୍
ରାସ୍ତାରୁ ଗଛ ହଟାଇ ଯାତାୟତକୁ ସ୍ୱାଭାବିକ କରିବା ପାଇଁ ପ୍ରୟାସ ଜାରି ରହିଛି। ଅନ୍ୟପଟେ କାକିନାଡା ଠାରେ ରାତିର ଅନ୍ଧକାର ବଢିବା ସହ ତାଣ୍ଡବ ରଚିବା ଆରମ୍ଭ କରିଥିଲା ବାତ୍ୟା। ବିଶାଖାପଟ୍ଟନମ୍ ରେ ଗଛ ଉପୁଡ଼ିଯିବା ସହ ବିଦ୍ୟୁତ୍ ଖୁଣ୍ଟ କ୍ଷତିଗ୍ରସ୍ତ ହୋଇଥିଲା। ପ୍ରଶାସନିକ ଅଧିକାରୀ ବିଦ୍ୟୁତ୍ ସେବା ପୁନର୍ବାର ଆରମ୍ଭ କରିବା, ରାସ୍ତା ସଫା କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଅନ୍ୟପଟେ ଘୂର୍ଣ୍ଣିଝଡ଼ ଅର୍ଣ୍ଣବ ପ୍ରଭାବରେ ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲାର ଦୀଘା ବେଳାଭୂମିରେ ସମୁଦ୍ର ଅଶାନ୍ତ ହୋଇଉଠିବା ସେଠାରେ ପ୍ରବଳ ପବନ ବହୁଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ତାମିଲନାଡୁ ଉପକୂଳରେ ସମୁଦ୍ରର ଉଚ୍ଚ ଢେଉ ରାସ୍ତାରେ ମାଡ଼ିଯିବାରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସମୁଦ୍ରରେ ଉଠୁଥିବା ଏହି ସୁଉଚ୍ଚ ଢେଉ କାନ୍ଥ ଭାଙ୍ଗି ରାସ୍ତା ପର୍ଯ୍ୟନ୍ତ ମାଡ଼ି ଆସିଥିଲା। ପାଣିର ଦ୍ରୁତ ପ୍ରବାହ ମଧ୍ୟରେ ଅନେକ ଗାଡ଼ି ମଟର ଫସି ଯାଇଥିଲେ। ଅନେକ ଉପକୂଳିଆ ରାସ୍ତା ସମ୍ପୂର୍ଣ୍ଣ ବୁଡ଼ି ରହିଥିବା ପରି ମନେ ହେଉଥିଲା। ଷ୍ଟ୍ରିଟ୍ ଲାଇଟ୍ରେ ପ୍ରବଳ ଢେଉ ଏବଂ ପାଣିର ଛିଟା ସ୍ପଷ୍ଟ ଭାବରେ ଦେଖାଯାଉଥିଲା। କିଛି ଲୋକ ପାଣିରେ ଠିଆ ହୋଇଥିଲେ, ଯେତେବେଳେ ଅନ୍ୟମାନେ ସେମାନଙ୍କ ଯାନବାହନକୁ ବାହାର କରିବାକୁ ଚେଷ୍ଟା କରୁଥିଲେ। ଏହି ଦୃଶ୍ୟ ରାଜଧାନୀ ଚେନ୍ନାଇ ଉପକୂଳରେ ଦେଖିବାକୁ ମିଳିଥିଲା।