Cyclone Arnab Landfall Update / ସ୍ଥଳଭାଗ ଛୁଇଁଲା 'ଅର୍ଣ୍ଣବ' ବାହ୍ୟ ବଳୟ; ମଧ୍ୟରାତ୍ରୀରେ କରିବ ଲ୍ୟାଣ୍ଡଫଲ୍

Key Points
The very severe cyclonic storm “Arnab” [Pronunciation :Ornab] overWestcentral Bay of Bengal moved west-northwestwardswith a speed of 18 kmph during past 6 hours, and lay centered at 1730 hrs ISTof today, the 27th October, 2026 over Westcentral Bay of Bengal off Andhra Pradesh coast, near latitude16.3°N and longitude 82.7°E, about 90 km southeast of Kakinada (Andhra Pradesh),170 km south-southwest of Vishakhapatnam (Andhra Pradesh), 170 km east-northeastof Machilipatnam (Andhra Pradesh), 240 km east-northeast of Bapatla (AndhraPradesh), and 410 km southwest ofGopalpur (Odisha). It is very likely to continue to move nearly west-northwestwards during nextfew hours, then northwestwards and cross Andhra Pradesh & Yanam coastsbetween Bapatla and Visakhapatnam, close to south of Yanam as a very severecyclonic storm with the maximum sustained wind speed of 125-135 kmph gusting to150 kmph during early hours of 28th October, 2026. Very severe cyclonic storm “Arnab” is interacting with the land surfaceand the outer spiral band has entered into the land. Due to faster movement,the landfall of cyclone is expected early. It is likely to make landfall duringearly hours (2-4 AM) of 28th October.
— India Meteorological Department (@Indiametdept) October 27, 2026
ପ୍ରବଳ ବର୍ଷା ପ୍ରବଳ ପବନ ଏବଂ ବନ୍ୟା ଭଳି ପରିସ୍ଥିତିର ଆଶଙ୍କା ମଧ୍ୟରେ ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ତେଲେଙ୍ଗାନା, ଉତ୍ତର ପ୍ରଦେଶ ସମେତ ଅନେକ ରାଜ୍ୟ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ହଜାର ହଜାର ଲୋକଙ୍କୁ ରିଲିଫ୍ କ୍ୟାମ୍ପ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ବାତ୍ୟାଯୋଗୁଁ ରେଳ ଏବଂ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। ମଙ୍ଗଳବାର "ଅର୍ଣ୍ଣବ" ଆହୁରି ତୀବ୍ର ହୋଇ ଅତ୍ୟନ୍ତ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟା ସମୟରେ ଏହି ବାତ୍ୟା ଆନ୍ଧ୍ର ପ୍ରଦେଶ ଉପକୂଳର ବହୁତ ନିକଟରେ ଥିଲା। ବିଭାଗ ଆକଳନ ଅନୁସାରେ ଏହି ବାତ୍ୟା ମଙ୍ଗଳବାର-ବୁଧବାର ମଧ୍ୟ ରାତ୍ରୀରେ ବାପତାଲା-ବିଶାଖାପାଟଣା ମଧ୍ୟରେ, କେନ୍ଦ୍ରଶାସିତ ଅଞ୍ଚଳ ପଦୁଚେରୀର ୟାନମ ଜିଲ୍ଲାର ଦକ୍ଷିଣ ଭାଗ ନିକଟରେ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବା ସମୟରେ ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ପ୍ରାୟ ୧୨୫ ରୁ ୧୩୫ କିଲୋମିଟର ଏବଂ ଝଟକା ପବନର ଘଣ୍ଟା ପ୍ରତି ବେଗ ୧୫୦ କିଲୋମିଟର ରହିବ।
ଏହା ସହ ପଢନ୍ତୁ: ଦ୍ରୁତ ଗତିରେ ସ୍ଥଳଭାଗ ମୁହାଁ ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ'; ରାତି ୨ରୁ ଭୋର୍ ୪ଟା ମଧ୍ୟରେ କରିପାରେ ଉପକୂଳ ଅତିକ୍ରମ
ଆନ୍ଧ୍ର ପ୍ରଦେଶ-ଓଡ଼ିଶା ଉପରେ ରହିଛି ସର୍ବାଧିକ ବିପଦ
ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସତର୍କ ଅଛନ୍ତି ଏବଂ ଜୀବନର ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା। ଉପକୂଳ ଏବଂ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ସରକାର ୨୯୦ ରିଲିଫ୍ ଶିବିର ସ୍ଥାପନ କରିଛନ୍ତି। ଯେଉଁଥିରେ ପ୍ରାୟ ୮୪ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ, ବିଜୟନଗରମ, କାକିନାଡା, କୋନାସୀମା, ଏଲୁରୁ, ପଶ୍ଚିମ ଗୋଦାବରୀ ଏବଂ ବିଶାଖାପାଟଣା ସମେତ ରାଜ୍ୟର ଅନେକ ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରାଯାଇଛି। କିଛି ଅଞ୍ଚଳରେ ୩୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ସମୁଦ୍ର ପାଣି ତଳିଆ ଅଞ୍ଚଳରେ ପ୍ରବେଶ କରିପାରେ। ଏହାକୁ ନଜରରେ ରଖି ଲୋକଙ୍କୁ ଘର ଭିତରେ ରହିବା ଏବଂ ଅନାବଶ୍ୟକ ଯାତ୍ରା ଏଡାଇବାକୁ ପରାମର୍ଶ ଦିଆଯାଇଛି।
ରେଳ ଏବଂ ବିମାନ ଚଳାଚଳ ଉପରେ ପ୍ରଭାବ
ବାତ୍ୟାର ମୁକାବିଲା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଦକ୍ଷିଣ ତଟ ରେଳବାଇ ଏବଂ ପୂର୍ବତଟ ରେଳ କ୍ଷେତ୍ରରେ ପ୍ରାୟ ୬୦୦ କିଲୋମିଟର ଟ୍ରାକ ଉପରେ କଡ଼ା ନଜର ରଖାଯାଇଛି। ରେଲୱେ ବୋର୍ଡ଼ ଠାରୁ ଡିଭିଜନାଲ ସ୍ତର ପର୍ଯ୍ୟନ୍ତ ୱାର ରୁମ୍ (War Room) ସକ୍ରିୟ କରାଯାଇଛି। ଦୁର୍ବଳ ସ୍ଥାନରେ ମରାମତି ସାମଗ୍ରୀ, ଡିଜେଲ ଇଞ୍ଜିନ, ଆମ୍ବୁଲାନ୍ସ ଏବଂ ବିପର୍ଯ୍ୟୟ ସହାୟତା ଉପକରଣ ନିୟୋଜିତ କରାଯାଇଛି। ମଙ୍ଗଳବାର-ବୁଧବାର ପାଇଁ ବିଜୟୱାଡା ଏବଂ ବିଶାଖାପାଟଣା ବିମାନବନ୍ଦରରୁ ମୋଟ ୨୧ ବିମାନ ବାତିଲ କରାଯାଇଛି। ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବା ଲାଗି ବାରଣ କରାଯାଇଛି।
📱 Get Argus News App
✨