Videos
|
National

Cyclone Arnab / ବିଶାଖାପାଟଣାରେ ଭାଙ୍ଗିଲା ଗଛ; ରାସ୍ତାରେ ପହଞ୍ଚିଲା ସମୁଦ୍ର ଜୁଆର

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
ବିଶାଖାପାଟଣାରେ ଭାଙ୍ଗିଲା ଗଛ; ରାସ୍ତାରେ ପହଞ୍ଚିଲା ସମୁଦ୍ର ଜୁଆର
Cyclone Arnab

Key Points

ଉଗ୍ର ହେଉଛି ବାତ୍ୟା ଅର୍ଣ୍ଣବ
ରାସ୍ତାରେ ପହଞ୍ଚିଲା ସମୁଦ୍ର ଜୁଆର
ବିଶାଖାପାଟଣାରେ ଭାଙ୍ଗିଲା ଗଛ
ଅମରାବତୀ: ଆନ୍ଧ୍ରର ବିଶାଖାପାଟଣା ସହରରେ ପ୍ରଭାବ ଦେଖାଇଲାଣି ଅର୍ଣ୍ଣବ । ସାମୁଦ୍ରିକ ଝଡ଼ 'ଅର୍ଣ୍ଣବ' ପ୍ରଭାବରେ ବଢ଼ୁଛି ପବନର ବେଗ । ସମୁଦ୍ର ଭିତରେ ଏବେ ପବନର ବେଗ ରହିଛି ୧୮୦ କିଲୋମିଟର । ସମୁଦ୍ର ଭିତରେ ୧୪ ମିଟର ଉଚ୍ଚ ଜୁଆର ଉଠୁଛି । ସ୍ଥଳଭାଗ ଆଡ଼କୁ ୨୦କିମି ବେଗରେ ମାଡ଼ି ଆସୁଛି ବାତ୍ୟା । ଅତି ଭୀଷଣ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବିଶାଖାପାଟଣାରେ ବିଶାଳ ଗଛ ଉପୁଡ଼ିବା ସହ ବିଦ୍ୟୁତ ଖୁଣ୍ଟ ବି ଭାଙ୍ଗିବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

  • କାକିନଡ଼ାରେ ଅଶାନ୍ତ ସମୁଦ୍ର
ଉପକୂଳ ଆଡ଼କୁ ୨୦ କିଲୋମିଟର ବେଗରେ ମାଡ଼ି ଆସୁଛି ଅର୍ଣ୍ଣବ । ବିଶାଖାପାଟଣାଠାରୁ ୨୨୦ କିଲୋମିଟର ଓ କାକିନାଡ଼ାଠାରୁ ୨୪୦ କିଲୋମିଟର ଦୂରରେ ଅଛି ବାତ୍ୟା । ଆନ୍ଧ୍ରର ମହାରାଣୀପେଟା ପୋଲିସ ଷ୍ଟାଣ୍ଡାଡ୍ ଅଞ୍ଚଳରେ ଏକ ବିଶାଳ ଗଛ ଏକ ଘର ଉପରେ ପଡ଼ିଛି । ଟ୍ରାଫିକ୍ ବ୍ୟବସ୍ଥା ସ୍ୱାଭାବିକ କରିବା ଏବଂ ରାସ୍ତା ସଫା କରିବା ପାଇଁ ପୌରପାଳିକା ଏବଂ ବିପର୍ଯ୍ୟୟ ପରିଚାଳନା ଦଳ ପକ୍ଷରୁ ଜରୁରୀକାଳୀନ ଉଦ୍ଧାର ଓ ସଫେଇ କାର୍ଯ୍ୟ ଆରମ୍ଭ କରାଯାଇଛି ।

  • ୧୫୦କିମି ପର୍ଯ୍ୟନ୍ତ ଝଟକା ପବନ
ଅତି ଭୀଷଣ ସାମୁଦ୍ରିକ ଝଡ଼ ସ୍ଥିତିରେ ହିଁ ଉପକୂଳ ଅତିକ୍ରମ କରିବ । ସମୁଦ୍ର ଭିତରେ ଏବେ ପବନର ବେଗ ରହିଛି ୧୮୦ କିଲୋମିଟର । ଆସନ୍ତାକାଲି (ବୁଧବାର) ପୂର୍ବାହ୍ନରେ ବାତ୍ୟା ଆନ୍ଧ୍ରପ୍ରଦେଶର ବାପତଲା ଓ ବିଶାଖାପାଟନମ ମଧ୍ୟରେ ସ୍ଥଳଭାଗ ଛୁଇଁବ । ସେତେବେଳେ ପବନର ବେଗ ଘଣ୍ଟା ପ୍ରତି ୧୨୫ରୁ ୧୩୫ କିଲୋମିଟର ରହିବାକୁ ଥିବାବେଳେ ୧୫୦ କିଲୋମିଟର ପର୍ଯ୍ୟନ୍ତ ଝଟକା ପବନ ବହିବ ।

  • ବିଶାଖାପାଟଣାରେ ସବୁ ବେଳାଭୂମି ବନ୍ଦ
ବିଶାଖାପାଟଣାର ସମସ୍ତ ବେଳାଭୂମି ବନ୍ଦ କରିଦିଆଯାଇଛି ଏବଂ ଲୋକମାନଙ୍କୁ ପାଣି ଭିତରକୁ ଯିବାରୁ ରୋକିବା ପାଇଁ ପୋଲିସ ପାଟ୍ରୋଲିଂ କରୁଛି । ସହରରେ ପଡ଼ିଥିବା ପାଞ୍ଚଟି ଗଛକୁ ଶୀଘ୍ର ସଫା କରାଯାଇଛି ଏବଂ ଚାରିଟି ସ୍ଥାନରେ ବିଦ୍ୟୁତ୍ କାଟ ଶୀଘ୍ର ପୁନଃସ୍ଥାପିତ କରାଯାଇଛି । ଯେଉଁଠି ଗଛ ଭାଙ୍ଗୁଛି, ତୁରନ୍ତ ତାକୁ ହଟାଯାଇ ସ୍ଵାଭାବିକ ସ୍ଥିତି ଉପରେ ଗୁରୁତ୍ଵ ଦିଆଯାଉଛି । ଏଥିଲାଗି ଜିଲ୍ଲା ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଛି । ଯେପରି କୌଣସି ବ୍ୟକ୍ତି ଆହତ କିମ୍ବା ଯାନବାହନ କ୍ଷତିଗ୍ରସ୍ତ ହେବେ ନାହିଁ ତା' ଉପରେ ବି ଗୁରୁତ୍ଵ ଦିଆଯାଉଛି ।

ପଢନ୍ତୁ ଏହି ଖବର: ୨୦ ମତ୍ସ୍ୟଜୀବୀ ନିଖୋଜ; ସପ୍ତାହକ ପୂର୍ବରୁ କଙ୍କଡା ଧରିବା ପାଇଁ ଯାଇଥିଲେ

  • କାକିନାଡ଼ା ନିକଟ ଗାଁରେ ପଶିଲା ସମୁଦ୍ର ପାଣି
ଆଜି (ମଙ୍ଗଳବାର) କାକିନାଡା ଜିଲ୍ଲାର ଉପ୍ପଡା, କୋନାପାପେଟ ଏବଂ ମୂଳାପେଟର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ସମୁଦ୍ର ପାଣି ପହଞ୍ଚିଛି । ଯାହା ଫଳରେ ଉପ୍ପଡା ଏବଂ ନିକଟବର୍ତ୍ତୀ ଗ୍ରାମଗୁଡ଼ିକୁ କାକିନାଡା ସହିତ ସଂଯୋଗ କରୁଥିବା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏପରିକି ସମୁଦ୍ର ଢେଇ କୂଳ ପାଖରେ ଥିବା ଘର ଆଡକୁ ମାଡିଯାଇଛି, ଯାହା ଉପ୍ପଡା, କୋନାପାପେଟ, ମୂଳାପେଟ, ସୁବାମ୍ପେଟ ଏବଂ ଏହାର ଆଖପାଖ ଗାଁର ବାସିନ୍ଦାଙ୍କୁ ଚିନ୍ତିତ କରିଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: