Videos
|
National

Raksha Bandhan Tragedy / ରାକ୍ଷୀରେ ଉଜୁଡ଼ିଗଲା ପରିବାର; ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ପୁଅ ପରେ ବାପାମାଆ

Sushanta Sahoo
Browse all articles by Sushanta Sahoo
·23 mins ago·2 min read
ରାକ୍ଷୀରେ ଉଜୁଡ଼ିଗଲା ପରିବାର; ଟ୍ରେନ୍ ଆଗକୁ ଡେଇଁ ପଡ଼ିଲେ ପୁଅ ପରେ ବାପାମାଆ
Son Dies, Parents Take Extreme Step in Damoh

Key Points

ରାକ୍ଷୀ ପୂର୍ଣ୍ଣିମାରେ ପୁଅ ପରେ ବାପାମାଆଙ୍କ ମୃତ୍ୟୁ ହୋଇଛି । ପାରିବାରିକ ବିବାଦକୁ ନେଇ ରକ୍ଷା ବନ୍ଧନରେ ୩ ଜଣ ଜୀବନ ହାରି ଦେଇଛନ୍ତି ।
ଭୋପାଳ: ଲୁହରେ ଭିଜିଲା ରାକ୍ଷୀ । ହାତ ଅପେକ୍ଷାରେ ରହିଗଲା ଭଉଣୀର ସ୍ନେହର ଡୋରି । ରାକ୍ଷୀ ପୂର୍ଣ୍ଣିମାରେ ପୁଅ ପରେ ବାପାମାଆଙ୍କ ମୃତ୍ୟୁ ହୋଇଛି । ପାରିବାରିକ ବିବାଦକୁ ନେଇ ରକ୍ଷା ବନ୍ଧନରେ ୩ ଜଣ ଜୀବନ ହାରି ଦେଇଛନ୍ତି । ଏଭଳି ଅଘଟଣ ଘଟିଛି ମଧ୍ୟପ୍ରଦେଶର ଦମୋହରେ ।

ସୂଚନା ଅନୁସାରେ, ଏକ ଘରୋଇ ସିକ୍ୟୁରିଟି କମ୍ପାନୀରେ ମୁକେଶ ଅହିରବାର କାମ କରନ୍ତି । ତାଙ୍କ ପରିବାରରେ କିଛି ବିବାଦ ଲାଗି ରହିଥିଲା । ଯାହାକୁ ନେଇ ପରିବାର ଉଜୁଡ଼ି ଯାଇଛି । ରାକ୍ଷୀ ପୂର୍ଣ୍ଣିମାରେ ସାନ ଭଉଣୀକୁ ଆଣିବାକୁ ଯାଇଥିଲେ ମୁକେଶ ।

ଏଥିସହ ପଢ଼ନ୍ତୁ: ନେପାଳ ବନ୍ୟାରେ ଏବେ ବି ୩୨୦ ଭାରତୀୟ ନିଖୋଜ, MEA ଦେଲା ବଡ଼ ଅପଡେଟ୍ 

କିନ୍ତୁ ଭଉଣୀଙ୍କୁ ଆଣିବା ପୂର୍ବରୁ କୌଣସି କଥାକୁ ନେଇ ସିଧା ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଦେଲେ । ପୁଅର ମୃତ୍ଯୁ ଖବର ଶୁଣି ନିଜକୁ ସମ୍ଭାଳି ପାରି ନଥିଲେ ବାପାମାଆ । ମୁକେଶଙ୍କ ପରେ ବାପା ଭରତ ଓ ମାଆ ଉମା ମଧ୍ୟ ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରି ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ମୁକେଶଙ୍କ ପିତା ମଧ୍ୟ ଏକ ଘରୋଇ ହସ୍ପିଟାଲ୍‌ରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି । ପରିବାର ଉପରେ ସେଭଳି ଆର୍ଥିକ ବୋଝ ନଥିଲା । କିନ୍ତୁ କୌଣସି କାରଣକୁ ନେଇ ପରିବାର ଭିତରେ କନ୍ଦଳ ଲାଗି ରହିଥିଲା ।

ଆଉ ଶୁକ୍ରବାର ରାକ୍ଷୀ ପୂର୍ଣ୍ଣିମାରେ ତାହା ଭୟଙ୍କର ରୂପ ଧାରଣା କରିଥିଲା । ସକାଳ ପ୍ରାୟ ୧୦ଟାରେ ମୁକେଶ ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଥିଲେ । ଆଉ ଦ୍ଵିପ୍ରହରରେ ପୁଅର ମୃତ୍ୟୁ ଦୁଃଖରେ ମାତାପିତା ମଧ୍ୟ ଜୀବନ ହାରିଛନ୍ତି ।

ଏଥିସହ ପଢ଼ନ୍ତୁ: ଘର ତୋଳିବା ପାଇଁ ଗାତ ଖୋଳିଥିଲେ ବାପା; ବୁଡ଼ି ଯାଇ ପୁଅ-ଝିଅ ମୃତ 

ମୃତକ ଭରତଙ୍କ ସମ୍ପର୍କୀୟ କହିଛନ୍ତି, "ଭରତଙ୍କ ଦୁଇ ପୁଅ ଓ ଜଣେ ଝିଅ ଥିଲେ । ବଡ଼ ପୁଅ ମୁକେଶଙ୍କ ବିବାହ ହୋଇ ସାରିଥିବା ବେଳେ ସେ ଏବେ ଗର୍ଭବତୀ ଅଛନ୍ତି । ସାନ ଭାଇ ବିବାହିତ ସାନ ଭଉଣୀ ଘରକୁ ରାକ୍ଷୀ ବାନ୍ଧିବାକୁ ଯାଇଥିଲା । ସକାଳେ ମୁକେଶ ଓ ଭରତଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା ।"

ପୋଲିସ ଅନୁସାରେ, ପରିବାରରେ କୌଣସି କଥାକୁ ନେଇ ଝଗଡ଼ା କିମ୍ବା ବିବାଦ ଥିଲା କି ନାହିଁ ଯାଞ୍ଚ କରାଯାଉଛି । କେଉଁ କାରଣରୁ ତିନିଜଣ ଏଭଳି ପଦକ୍ଷେପ ନେଲେ ଜଣାପଡ଼ିନାହିଁ । ପୋଲିସ ସମସ୍ତ ଦିଗକୁ ନଜରରେ ରଖି ତଦନ୍ତ କରୁଛି ।