Dating App Horror / ଡେଟିଂ ଆପ୍ ହେଲା କାଳ; ମାଡ଼ ମାରିଲେ, ୭ ଲକ୍ଷ ଦେବାକୁ ବାଧ୍ୟ କଲେ
·5 months ago·2 min read

Key Points
ଆଜିକାଲି ଯୁବପିଢି ଅନେକ ଡେଟିଂ ଆପ୍ ବ୍ୟବହାର କରନ୍ତି
ହେଲେ ଏହି ଆପ୍ ଜଣେ ଯୁବକଙ୍କୁ ଅଯଥାରେ ଯନ୍ତ୍ରଣା ଦେଇଛି
ତାଙ୍କୁ ୭ ଲକ୍ଷ ଟଙ୍କା ଦେବାକୁ ବାଧ୍ୟ ମଧ୍ୟ କରାଯାଇଛି

ଡେଟିଂ ଆପ ବ୍ୟବହାର କରିବା ପଡ଼ିଲା ମହଙ୍ଗା । ଯୁବକଙ୍କୁ ମାଡ଼ ମାରି ଲୁଟିନେଲେ ୭ ଲକ୍ଷ ଟଙ୍କା । ମଙ୍ଗଳବାର ସନ୍ଧ୍ୟାରେ ନେହେରୁ ପ୍ଲେସ୍ ନିକଟରେ ଏହି ଘଟଣା ଘଟିଥିବାବେଳେ ଦିଲ୍ଲୀ ପୋଲିସ ଜଣେ ୨୦ ବର୍ଷୀୟ ମହିଳା ଏବଂ ଚାରି ଜଣ ପୁରୁଷ ସହଯୋଗୀଙ୍କୁ ଗିରଫ କରିଛି । ଏମାନଙ୍କ ବିରୋଧରେ ୩୪ବର୍ଷୀୟ ପୁରୁଷଙ୍କୁ ଅପହରଣ କରିବା, ଆକ୍ରମଣ କରିବା ଏବଂ ତାଙ୍କ ଠାରୁ ୭ ଲକ୍ଷ ଟଙ୍କା ହଡ଼ପ କରିବା ଅଭିଯୋଗ ରହିଛି ।
ଅଭିଯୁକ୍ତମାନେ ହେଉଛନ୍ତି ହରଲିନ୍ କୌର ଓରଫ ଜେନି (୨୦), ନବଜୋତ (୩୦), ଜିମ୍ ଏବଂ ମାର୍ଶାଲ ଆର୍ଟ ପ୍ରଶିକ୍ଷକ ସଞ୍ଜୟ ଓରଫ ଜୋଇ (୨୮), ଜଣେ ପଶୁ ଚିକିତ୍ସା ପଢୁଥିବା ଛାତ୍ର ରିଷଭ (୨୫), ଜଣେ କ୍ୟାବ୍ ଡ୍ରାଇଭର ଏବଂ ସାହିଲ ଚୌହାନ ସାମିଲ । ପୋଲିସ ଡେପୁଟି କମିଶନର (ଦକ୍ଷିଣ-ପୂର୍ବ) ହେମନ୍ତ ତିୱାରୀ କହିଛନ୍ତି ଯେ ଜେନି ନାମକ ୨୦ ବର୍ଷୀୟ ଯୁବତୀ ଏକ ଡେଟିଂ ଆପ୍ ମାଧ୍ୟମରେ ପୀଡିତଙ୍କ ସହିତ ବନ୍ଧୁତା କରିଥିଲେ ଏବଂ ତାଙ୍କୁ ନେହେରୁ ପ୍ଲେସକୁ ଡାକି ତାଙ୍କ ସହଯୋଗୀଙ୍କ ଜରିଆରେ ତାଙ୍କୁ ଅପହରଣ କରିଥିଲେ ।
କଣ ଥିଲା ପୂରା ଘଟଣା ?
ପୀଡିତଙ୍କ ଅନୁଯାୟୀ, ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଦୁଇଟି କାର ତାଙ୍କ ପାଖକୁ ଆସିଥିଲା ଏବଂ ୩ ଜଣ ବ୍ୟକ୍ତି ତାଙ୍କୁ ଜୋର ଜବରଦସ୍ତ ଗୋଟିଏ ଗାଡ଼ିରେ ବସାଇ ଦେଇଥିଲେ । ଏହାପରେ ତାଙ୍କୁ ମାଡ଼ ମାରିଥିଲେ । ଏହି ସମୟରେ ସେମାନେ ତାଙ୍କୁ UPI, ATM ଉଠାଣ ଏବଂ କ୍ରେଡିଟ୍ କାର୍ଡ କାରବାର ମାଧ୍ୟମରେ ପ୍ରାୟ ୭ ଲକ୍ଷ ଟଙ୍କା ସ୍ଥାନାନ୍ତର କରିବାକୁ ବାଧ୍ୟ କରିଥିଲେ । ପୀଡିତଙ୍କୁ ରାତିସାରା ଯନ୍ତ୍ରଣା ଦେଇ ଦକ୍ଷିଣ ଦିଲ୍ଲୀ ଏବଂ ଗୁରୁଗ୍ରାମରେ ଅଞ୍ଚଳରେ ବୁଲାଇଥିଲେ ଏବଂ ବୁଧବାର ସକାଳ ପ୍ରାୟ ୯:୩୦ଟାରେ ନେହେରୁ ପ୍ଲେସ୍ ନିକଟରେ ଛାଡ଼ିଥିଲେ ।
ପଢନ୍ତୁ ଏହି ଖବର: ଅନଲାଇନରେ ଅର୍ଡର କରିଥିଲେ ମାଛ ଦାନା; ପହଞ୍ଚିଲା ପୁଳା ପୁଳା ମଦ ଓ ବିୟର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାପରେ ପୀଡ଼ିତ ଜଣକ ପୋଲିସ ନିକଟରେ ସବୁ କଥା କହିଥିଲେ । କାଲକାଜି ପୋଲିସ ଭାରତୀୟ ନ୍ୟାୟ ସଂହିତା ଧାରା ୩୦୯ (ଡକାୟତି) ଏବଂ ୧୪୦ (ଅପହରଣ) ଅଧୀନରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା । ଏହାସହିତ ପୋଲିସ ଅନଲାଇନ୍ ପେମେଣ୍ଟ ରେକର୍ଡ ଯାଞ୍ଚ କରି ସନ୍ଦିଗ୍ଧଙ୍କୁ ଖୋଜିବାରେ ସଫଳ ହୋଇଛି । ଏବେ ଯୁବତୀଙ୍କ ସମେତ ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ଜେନିର କଳା କାରନାମା
ପଚରାଉଚରାରୁ ଜଣାପଡ଼ିଛି ଯେ ଜେନି ଡେଟିଂ ଆପ୍ ବ୍ୟବହାର କରି ଅନେକ ପୁରୁଷମାନଙ୍କୁ ପ୍ରଲୋଭିତ କରି ବିଭିନ୍ନ ସ୍ଥାନକୁ ଡାକୁଥିଲା । ସେଠାରେ ସେ ଏବଂ ତାର ସହଯୋଗୀମାନେ ଯୁବକଙ୍କଠାରୁ ଲୁଟୁଥିଲେ । ପୋଲିସ କହିଛି ଯେ ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଏହି ଗୋଷ୍ଠୀ ପୂର୍ବରୁ ସମାନ ପଦ୍ଧତି ବ୍ୟବହାର କରି ଜଣେ ଡାକ୍ତରଙ୍କ ସମେତ ଅନ୍ୟ ଦୁଇଜଣଙ୍କୁ ଟାର୍ଗେଟ କରିଥିଲେ ।

Related Topics
Explore more stories