Musafirkhana Building Demolition Stay / ଦାଉଦ ଇବ୍ରାହିମ 'ମୁସାଫିରଖାନା' ଭାଙ୍ଗିବା ଉପରେ ରୋକ୍! BMCକୁ ଝଟକା ଦେଲେ ବମ୍ବେ ହାଇକୋର୍ଟ
·19 mins ago·2 min read

Key Points
ମୁମ୍ବାଇର ଭିଣ୍ଡି ବଜାରସ୍ଥିତ ୮୦ ବର୍ଷରୁ ଅଧିକ ପୁରୁଣା ମୁସାଫିରଖାନା କୋଠା ଭାଙ୍ଗିବା ଉପରେ ବମ୍ବେ ହାଇକୋର୍ଟ ରୋକ୍ ଲଗାଇଛନ୍ତି। ଦାଉଦ ଇବ୍ରାହିମଙ୍କ ସହ ଜଡ଼ିତ ଏହି କୋଠାକୁ ବିପଦପୂର୍ଣ୍ଣ ଦର୍ଶାଇ BMC ଭାଙ୍ଗିବାକୁ ଚାହୁଁଥିଲା। ଏହାର ମାଲିକାନା ଓ ୱାକଫ ସ୍ଥିତିକୁ ନେଇ ମଧ୍ୟ ବିବାଦ ରହିଛି।
ମୁମ୍ବାଇ: ମାୟାନଗରୀ ମୁମ୍ବାଇ ସ୍ଥିତ ଭିଣ୍ଡି ବଜାର ଅଞ୍ଚଳରେ ଥିବା "ମୁସାଫିରଖାନା" କୋଠା ଭାଙ୍ଗିବା ଉପରେ ରୋକ ଲଗାଇଛନ୍ତି ବମ୍ବେ ହାଇକୋର୍ଟ। ପୂର୍ବରୁ ବ୍ରିହାନମୁମ୍ବାଇ ମହାନଗର ନିଗମ (ବିଏମସି) ଏକ ଦଳ ଏହି କୋଠା ଭାଙ୍ଗିବା ପାଇଁ ପହଞ୍ଚିଥିଲା। ହେଲେ ତଥାପି ଏହି କୋଠା ଭଙ୍ଗା ଯିବା ସମୟରେ ବମ୍ବେ ହାଇକୋର୍ଟ ଠାରେ ଏକ ଶୁଣାଣି ହୋଇଥିଲା। ଏହି କୋଠା ଭଙ୍ଗା ଯିବାକୁ ନେଇ ଦାଏର ହୋଇଥିବା ଆବେଦନ ଉପରେ ଶୁଣାଣି କରି ବମ୍ବେ କୋର୍ଟ "ମୁସାଫିରଖାନା" ଭାଙ୍ଗିବା ଉପରେ ତତ୍କାଳ ରୋକ ଲଗାଇଥିଲେ।
"ମୁସାଫିରଖାନା" କୋଠା ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ ଘର ବୋଲି କୁହାଯାଏ। ଏହି କୋଠା ଡି କମ୍ପାନୀ ମାଲିକ ଦାଉଦ ଇବ୍ରାହିମ୍ ଗ୍ୟାଙ୍ଗ ଦ୍ୱାରା ହେଉଥିବା ବେଆଇନ କାର୍ଯ୍ୟକଳାପର ମୁଖ୍ୟାଳୟ ଭାବରେ କାର୍ଯ୍ୟ କରୁଥିଲା। ୧୯୮୦ ଦଶକରେ ଭିଣ୍ଡି ବଜାର ଅଞ୍ଚଳ ଦାଉଦ ଇବ୍ରାହିମ୍ ଏବଂ ତାଙ୍କ ଗ୍ୟାଙ୍ଗ ସଦସ୍ୟଙ୍କ ପ୍ରାଥମିକ ଆଡ୍ଡାସ୍ଥଳ ଭାବରେ ଜଣାଶୁଣା ଥିଲା। ଗତ ୧୯୮୬ ମସିହାରେ ଭାରତ ଛାଡିବା ପୂର୍ବରୁ, ଦାଉଦ ଏବଂ ତାଙ୍କ ପରିବାର ମୁସାଫିରଖାନା କୋଠାର ଦ୍ୱିତୀୟ ମହଲାରେ ରହୁଥିଲେ। ତାଙ୍କର କାର୍ଯ୍ୟାଳୟ ମଧ୍ୟ ସେଠାରେ ଅବସ୍ଥିତ ରହିଥିଲା।
ହେଲେ ତଥାପି ମୁମ୍ବାଇ ଭିଣ୍ଡି ବଜାର ଅଞ୍ଚଳର ସ୍ଥାନୀୟ ଲୋକ "ମୁସାଫିରଖାନା" କୋଠାକୁ ଏକ ମସଜିଦ ବୋଲି କହିଥାନ୍ତି। ଏହି କାରଣରୁ ସେମାନେ ଏହି କୋଠା ବିଏମସି (BMC) ଦ୍ୱାରା ଭଙ୍ଗାଯିବାକୁ ବିରୋଧ କରିଛନ୍ତି। ହେଲେ ଏହି କୋଠା ପ୍ରାୟ ୮୦ ବର୍ଷରୁ ଅଧିକ ପୁରୁଣା ହୋଇଥିବାରୁ ଏବଂ ଏହାର ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବାରୁ BMC ଏହାକୁ ଭାଙ୍ଗିବାକୁ ଚାହୁଁଛି।
ଏହା ସହ ପଡନ୍ତୁ: ଔରଙ୍ଗାବାଦରୁ ହଟାଯିବ ଔରଙ୍ଗଜେବ ସମାଧି; ମନ୍ତ୍ରୀ କହିଲେ କେବେ ହଟାଯିବ
କାହିଁକି ବମ୍ବେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଥିଲେ?
"ମୁସାଫିରଖାନା" ଭଙ୍ଗା ବିରୋଧରେ ବମ୍ବେ ଉଚ୍ଚ ନ୍ୟାୟାଳୟରେ ଏକ ଶୁଣାଣି ହୋଇଥିଲା। ଶୁଣାଣି ସମୟରେ, ଆବେଦନକାରୀ ଯୁକ୍ତି ଦେଇଥିଲେ ଯେ BMC ଏବି କୋଠାକୁ ଭାଙ୍ଗିବା ପାଇଁ ହଠାତ୍ ନୋଟିସ ଜାରି କରିଥିଲା। ଏହି ନିଷ୍ପତ୍ତି ଉପରେ କୌଣସି ଉତ୍ତର ରଖିବା କିମ୍ବା ଏହାକୁ ଚ୍ୟାଲେଞ୍ଜ କରିବା ପାଇଁ କୌଣସି ସମୟ ନଦେଇ କୋଠା ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିଥିଲା। ଅନ୍ୟପକ୍ଷରେ ଏହି ଅଭିଯୋଗ ଉପରେ ଜବାବ ରଖି ମାମଲାର BMC କହିଛି ହଠାତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଯେଉଁ ଦାବି କରାଯାଉଛି ତାହା ମିଥ୍ୟା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରାୟ ୮୦ ବର୍ଷରୁ ଅଧିକ ପୁରୁଣା କୋଠା "ମୁସାଫିରଖାନା" ଭଙ୍ଗା ଯିବା ସମ୍ପର୍କରେ ପ୍ରଥମ ନୋଟିସ ଗତ ୨୦୧୮ ରେ ଜାରି କରାଯାଇଥିଲା। କୋର୍ଟ ଏହା ମଧ୍ୟ ପ୍ରଶ୍ନ କରିଛି ଯେ ସମ୍ପତ୍ତି ୱାକଫ ବୋର୍ଡ ଅଧିନରେ ରହିଛି ନା ନାହିଁ? ଏହି ବିବାଦରେ ସମ୍ପତ୍ତି ମାଲିକାନା ଅଧିକାର ଏବଂ ୱାକଫ ସ୍ଥିତି ପ୍ରମୁଖ ପ୍ରସଙ୍ଗ ଭାବରେ ଉଭା ହୋଇଛି। ହେଲେ ତଥାପି ଏହି ସମ୍ପତ୍ତିର ୱାକଫ ସ୍ଥିତି ସମ୍ପର୍କିତ ବିବାଦ ବର୍ତ୍ତମାନ ୱାକଫ ଟ୍ରିବ୍ୟୁନାଲ ପାଖରେ ବିଚାରାଧିନ ରହିଛି।
କାହିଁକି ଏହି କୋଠାକୁ ଭାଙ୍ଗିବାକୁ ଚାହୁଁଛି ବିଏମସି?
ବିଏମସି (BMC) ଏହି କୋଠାକୁ 'C-1' ଭାବରେ ବର୍ଗୀକୃତ କରିଛି। ଯାହାର ଅର୍ଥ ହେଉଛି ଏହି କୋଠା ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଏଥିପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। BMC ର ଏହି କୋଠା ଭଙ୍ଗା କାର୍ଯ୍ୟ "ମୁସାଫିରଖାନା" ର ସୁରକ୍ଷା ଏବଂ ଭିଣ୍ଡି ବଜାର ଅଞ୍ଚଳର ପୁନଃବିକାଶ ପ୍ରକଳ୍ପ (ଯାହା ରାସ୍ତା ପ୍ରଶସ୍ତୀକରଣ ମଧ୍ୟ ଅନ୍ତର୍ଭୁକ୍ତ) ସହିତ ଜଡି଼ତ।