Patek Philippe Watch Seized at Delhi Airport / ଦିଲ୍ଲୀ ବିମାନବନ୍ଦରରେ ୯୪ ଲକ୍ଷର ଘଣ୍ଟା ଜବତ, ଦୁବାଇରୁ ଆସିଥିବା ଯାତ୍ରୀ ଗିରଫ
·20 mins ago·2 min read

Key Points
ଦିଲ୍ଲୀର IGI ବିମାନବନ୍ଦରରେ କଷ୍ଟମ୍ସ ଅଧିକାରୀ ୯୪ ଲକ୍ଷ ଟଙ୍କା ମୂଲ୍ୟର ଏକ ଦାମୀ Patek Philippe Aquanaut ଘଣ୍ଟା ଜବତ କରିଛନ୍ତି। ଦୁବାଇରୁ ଆସିଥିବା ଜଣେ ଭାରତୀୟ ଯାତ୍ରୀଙ୍କଠାରୁ ଏହା ଜବତ ହୋଇଛି। ଘଟଣାରେ ଯାତ୍ରୀଙ୍କୁ ଗିରଫ କରାଯାଇଥିବାବେଳେ କଷ୍ଟମ୍ସର ତଦନ୍ତ ଜାରି ରହିଛି।
ବୁଧବାର (୧୮ ନଭେମ୍ବର) ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ଯାତ୍ରୀଙ୍କ ଠାରୁ ଏକ ମହଙ୍ଗା ହାତ ଘଣ୍ଟା ଜବତ କରିଛି ସୀମାଶୁଳ୍କ ବିଭାଗ ଅଧିକାରୀ। ଜବତ ହୋଇଥିବା ଏହି ପୁରୁଣା ବିଳାସପୂର୍ଣ୍ଣ ହାତ ଘଣ୍ଟାର ମୂଲ୍ୟ ପ୍ରାୟ ୯୪ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହି ମହଙ୍ଗା ଘଣ୍ଟାକୁ କଥିତ ରୂପରେ ଚୋରା ଚାଲାଣ କରିବା ଅଭିଯୋଗରେ ଜଣେ ଭାରତୀୟ ଯାତ୍ରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ହୋଇଥିବା ଏକ ଅଭିଯାନ ସମୟରେ ଗତ ବୁଧବାର (୧୧ ନଭେମ୍ବର) ବିମାନବନ୍ଦରର ଟର୍ମିନାଲ-୩ ଠାରେ ଏହି ହାତ ଘଣ୍ଟା ଜବତ ହୋଇଥିଲା।
ଦିଲ୍ଲୀ ସୀମାଶୁଳ୍କ ବିଭାଗ ଅନୁଯାୟୀ ଦୁବାଇରୁ SG5106 ବିମାନରେ ଆସୁଥିବା ଜଣେ ଭାରତୀୟ ଯାତ୍ରୀଙ୍କୁ ବିଭାଗୀୟ ଅଧିକାରୀ ଅଟକାଇ ତାଙ୍କର ତଲାସୀ କରିଥିଲେ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଧିକାରୀ ଯାତ୍ରୀଙ୍କୁ ଗ୍ରୀନ୍ ଚ୍ୟାନେଲ (Delhi IGI Airport Green Channel) ମଧ୍ୟରୁ ବାହାର କରି ତାଙ୍କର ଏକ୍ସ-ରେ ସ୍କ୍ରାନିଂ (Airport X Ray Scanning) କରିଥିଲେ। ଯାହା ପରେ ତାଙ୍କର ଲଗେଜ୍ ସମ୍ପୂର୍ଣ୍ଣ ଭାବରେ ଯାଞ୍ଚ କରାଯାଇଥିଲା। ସ୍କ୍ରାନିଂ କରାଯିବା ସମୟରେ, ଡୋର ଫ୍ରେମ୍ ମେଟାଲ୍ ଡିଟେକ୍ଟର ଗେଟ୍ ଠାରେ ଆଲର୍ଟ (Door Frame Metal Detector Gate Alert) ବାଜି ଉଠିଥିଲା। ଯାହା ପରେ ସୀମାଶୁଳ୍ପ ବିଭାଗ ଅଧିକାରୀ ଏହି ଘଟଣାରେ ଅଧିକ ତଦନ୍ତ ଆରମ୍ଭ କରିଥିଲେ। ଯାତ୍ରୀଙ୍କ ତଲାସୀ ନିଆଯିବା ସମୟରେ, "ପାଟେକ୍ ଫିଲିପ୍ ଆକ୍ୱାନାଟ୍" (Patek Philippe Aquanaut) ବ୍ରାଣ୍ଡ୍ ର ଏକ ପୁରୁଣା ବିଳାସପୂର୍ଣ୍ଣ ହାତଘଣ୍ଟା (Branded Vintage Luxury Wristwatches) ଜବତ କରାଯାଇଥିଲା।
ଜବତ ହୋଇଥିବା ହାତ ଘଣ୍ଟାର ସତ୍ୟତା ଏବଂ ମୂଲ୍ୟ ନିର୍ଣ୍ଣୟ କରିବା ପାଇଁ ଜଣେ ଚାର୍ଟର୍ଡ ଇଞ୍ଜିନିୟରଙ୍କୁ ଡକାଯାଇଥିଲା। ପରୀକ୍ଷା କରିବା ପରେ ବିଶେଷଜ୍ଞ ଜାଣିବାକୁ ପାଇଥିଲେ ଯେ ଏହା ଏକ ଅସଲି ହାତ ଘଣ୍ଟା। ଏହାର ପ୍ରକୃତ ମୂଲ୍ୟ ପ୍ରାୟ ୯୪ ଲକ୍ଷ ଟଙ୍କା ହେବ। ପରବର୍ତ୍ତୀ ସମୟରେ ଅଧିକାରୀ ୧୯୬୨ ସୀମାଶୁଳ୍କ ଆଇନ, ଧାରା ୧୧୦ ଅନୁଯାୟୀ ଏହି ପୁରୁଣା ବିଳାସପୂର୍ଣ୍ଣ ହାତଘଣ୍ଟାକୁ ଜବତ କରିଥିଲେ। ଏହି ଘଟଣା ସହିତ ଜଡି଼ତ ଯାତ୍ରୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
ଏହା ସହ ପଢନ୍ତୁ: ଅନ୍ତଃବସ୍ତ୍ର ମଧ୍ୟରେ ଗୁପ୍ତ ପ୍ୟାକେଟ ଲୁଚାଇ ରଖିଥିଲେ ସଦିଗ୍ଧ ବ୍ୟକ୍ତି; ଦୌଡ଼ିବା ବେଳେ ମାଡ଼ି ବସିଲେ CISF ଯବାନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଘଟଣାକୁ ନେଇ କ'ଣ କହିଲା ବିଭାଗ?
ଘଟଣା ସହିତ ଜଡିତ ଅନ୍ୟାନ୍ୟ ବିବରଣୀ ନିର୍ଣ୍ଣୟ କରିବା ଏବଂ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ପକ୍ଷ ଏଥିରେ ସାମିଲ ଅଛନ୍ତି ନା ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ ଅଧିକ ତଦନ୍ତ ଜାରି ରହିଛି। ଚୋରା ଚାଲାଣ ରୋକିବା ଏବଂ ସରକାରୀ ରାଜସ୍ୱକୁ ସୁରକ୍ଷା ଦେବା ପାଇଁ ଏହାର ପ୍ରତିବଦ୍ଧତାକୁ ଦୋହରାଇ ଦିଲ୍ଲୀ ସୀମା ଶୁଳ୍ପ ବିଭାଗ (Delhi Custom Dept) କହିଛି ଯେ କୌଣସି ମହଙ୍ଗା ସାମଗ୍ରୀର ଅବୈଧ ଆମଦାନୀ ମାଧ୍ୟମରେ କଷ୍ଟମ୍ସ ଶୁଳ୍କ (Custom Duty) ଏଡାଇବାର ପ୍ରୟାସ ଉପରେ ସତର୍କ ନଜର ରଖିଛି।
ବିଭାଗୀୟ ଅଧିକାରୀ ଭାରତ ଆସୁଥିବା ବିଦେଶୀ ଯାତ୍ରୀଙ୍କୁ ଭାରତରେ ପହଞ୍ଚିବା ପରେ ସମସ୍ତ ଶୁଳ୍କ-ଲାଗୁଥିବା ଜିନିଷ ସମ୍ପର୍କରେ ରିପୋର୍ଟ କରିବାକୁ ପରାମର୍ଶ ଦେଇଛନ୍ତି। ଯଦି ସେମାନଙ୍କ ପାଖରେ ଏପରି ଜିନିଷ ରହିଛି, ତାହେଲେ ସେମାନେ "ଗ୍ରୀନ୍ ଚ୍ୟାନେଲ" ପରିବର୍ତ୍ତେ "ରେଡ୍ ଚ୍ୟାନେଲ" (Delhi IGI Airport Red Channel) ବ୍ୟବହାର କରିବା ଉଚିତ। ସେମାନେ ବିନା କୌଣସି ସୂଚନା ନଦେଇ "ଗ୍ରୀନ୍ ଚ୍ୟାନେଲ" ରୁ ବାହାରି ଯିବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ।

Related Topics
Explore more stories