Delhi Airport SKYCAST System / ଦିଲ୍ଲୀ ବିମାନବନ୍ଦରରେ ଲାଗିଲା 'ସ୍କାଏକାଷ୍ଟ ସିଷ୍ଟମ'; ଜାଣନ୍ତୁ ଏହାର ବିଶେଷତ୍ୱ
·51 mins ago·2 min read

Key Points
ଦିଲ୍ଲୀ ବିମାନବନ୍ଦରରେ 'SKYCAST' ନାମକ ଏକ ହାଇ-ଟେକ୍ ସିଷ୍ଟମ୍ ସ୍ଥାପନ କରାଯାଇଛି। ଏହି ସୁବିଧା କେବଳ ବିଶ୍ୱର କିଛି ହାତଗଣତି ବିମାନବନ୍ଦରରେ ଉପଲବ୍ଧ ରହିଛି।
Delhi Airport SKYCAST System Features: ବିମାନ ଉଡ଼ାଣ-ଅବତରଣ ସମୟରେ ପାଣିପାଗ ଉପରେ ନିରୀକ୍ଷଣ କରିବା ପାଇଁ ଦିଲ୍ଲୀ ବିମାନବନ୍ଦରରେ ସ୍ଥାପିତ ହୋଇଛି "ସ୍କାଏକାଷ୍ଟ ସିଷ୍ଟମ"। ଏହି ଉଚ୍ଚ କ୍ଷମତା ସମ୍ପନ୍ନ ବ୍ୟବସ୍ଥା ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟକାରୀ ହୋଇଛି।
"ସ୍କାଏକାଷ୍ଟ ସିଷ୍ଟମ" (SKYCAST System) ବିଶେଷ ଭାବରେ ପ୍ରବଳ ପବନ, ପବନ ଦିଗ/ବେଗରେ ହେଉଥିବା ହଠାତ୍ ପରିବର୍ତ୍ତନ, କୁହୁଡ଼ି, ଝଡ଼, ବର୍ଷା, ବରଫପାତ ଭଳି ପାଣିପାଗ ସହ ଜଡ଼ିତ ଘଟଣାକ୍ରମ ସହିତ ଏବଂ ବିଭିନ୍ନ ଅଶାନ୍ତିକର ପରିସ୍ଥିତି (Turbulence) ଉପରେ ସତର୍କ ନଜର ରଖିବ। ଏହି ଉଚ୍ଚ-ପ୍ରଯୁକ୍ତି କ୍ଷମତାସମ୍ପନ୍ନ ପାଣିପାଗ ନୀରିକ୍ଷଣ ପ୍ରଣାଳୀ (High-Tech Weather Monitoring System) ଦିଲ୍ଲୀ ବିମାନବନ୍ଦରରେ ସ୍ଥାପନ କରାଯାଇଛି। ଏପରି ଏକ ଉନ୍ନତ ଏବଂ ସମନ୍ୱିତ ପାଣିପାଗ ନିରୀକ୍ଷଣ ପ୍ରଣାଳୀ (Advanced and Integrated Weather Monitoring System) ସ୍ଥାପନ କରିବାରେ ଦିଲ୍ଲୀ ଏୟାରପୋର୍ଟ ହେଉଛି ଦେଶର ପ୍ରଥମ ବିମାନବନ୍ଦର।
"ସ୍କାଏକାଷ୍ଟ ସିଷ୍ଟମ" ହେଉଛି ଏକ ଅତ୍ୟାଧୁନିକ "ଆଭିଏସନ୍ ୱେଦର ଇଣ୍ଟେଲିଜେନ୍ସ" (Modern Aviation Weather Intelligence) ଏବଂ "ନାଓକାଷ୍ଟିଂ" ପ୍ରଣାଳୀ (Nowcasting System), ଯାହା ବିମାନବନ୍ଦର ଏବଂ ବିମାନ ଉଡ଼ାଣ-ଅବତରଣ ବେଳେ ପ୍ରକୃତ-ସମୟ ପାଣିପାଗ ସୂଚନା (Real Time Weather Forecasting) ପ୍ରଦାନ କରିଥାଏ।
ଏହା ସହ ପଢନ୍ତୁ: ମଜବୁତ ହେବ ରାଷ୍ଟ୍ରୀୟ ସୁରକ୍ଷା; ଏଣକି ସ୍ୱଦେଶୀ ପ୍ରଣାଳୀରେ ହେବ ବିମାନବନ୍ଦର ସୁରକ୍ଷା ଉପକରଣ ଯାଞ୍ଚ
"ସ୍କାଏକାଷ୍ଟ ସିଷ୍ଟମ" ସ୍ଥାପନ ଦ୍ୱାରା କ'ଣ ମିଳିବ ଲାଭ?
ଉନ୍ନତ ଉଡ଼ାଣ ସୁରକ୍ଷା: ଖରାପ ପାଗ ସମୟରେ ପାଣିପାଗ ଜନିତ ସଠିକ୍ ପୂର୍ବାନୁମାନ ଉଡ଼ାଣ ଏବଂ ଅବତରଣକୁ ସୁରକ୍ଷିତ କରିବ।
ବିମାନ ବିଳମ୍ବ ହ୍ରାସ ପାଇବ: ଆଗୁଆ ପାଣିପାଗ ପୂର୍ବାନୁମାନ ମିଳିଯିବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ କୁହୁଡ଼ି, ଝଡ଼ ତୋଫାନ କିମ୍ବା ପ୍ରବଳ ପବନ ବହିବା ଭଳି ପରିସ୍ଥିତି ବେଳେ ଆବଶ୍ୟକୀୟ ପ୍ରସ୍ତୁତି କରିପାରିବେ।
ପାଇଲଟ୍ ଏବଂ ବିମାନ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାକୁ ମିଳିବ ସହଯୋଗ: ପାଇଲଟ୍ ଏବଂ ବିମାନ ଟ୍ରାଫିକ୍ ନିୟନ୍ତ୍ରଣ ବିଭାଗ, "ସ୍କାଏକାଷ୍ଟ ସିଷ୍ଟମ" ମାଧ୍ୟମରେ ପ୍ରକୃତ-ସମୟ ପାଣିପାଗ ସୂଚନା ପାଇପାରିବେ। ଯାହା ସେମାନଙ୍କୁ ଶୀଘ୍ର ଏବଂ ସଠିକ୍ ନିଷ୍ପତ୍ତି ନେବାରେ ସହାୟକ ହେବ।
ଯାତ୍ରୀଙ୍କ ପାଇଁ ଆଶ୍ୱସ୍ତି: ବିମାନ ଉଡ଼ାଣ-ଅବତରଣ କମ୍ ବିଳମ୍ବ ହେବା ସହ ସେମାନଙ୍କ ଯାତ୍ରା ସହଜ ଏବଂ ସୁରକ୍ଷିତ ହୋଇପାରିବ।
"ସ୍କାଏକାଷ୍ଟ ସିଷ୍ଟମ" ସହ ଜଡ଼ିତ ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହା ପ୍ରତି ୫ ମିନିଟ୍ ବ୍ୟବଧାନରେ "ନାଓକାଷ୍ଟ ଅପଡେଟ୍" (Nowcast Update), ବାୟୁ ପ୍ରବାହରେ ପରିବର୍ତ୍ତନ (Wind Shear) ଏବଂ କୁହୁଡ଼ି ପାଇଁ ତୁରନ୍ତ ଆଗୁଆ ସତର୍କତା ପଠାଇବା। ଏହା ସହିତ କୌଣସି ବିମାନ ବନ୍ଦରର ରନୱେ ହିସାବରେ ନିର୍ଦ୍ଦିଷ୍ଟ ପାଣିପାଗ ଜନିତ ଚେତାବନୀ ପ୍ରଦାନ କରିବ। ପାଣିପାଗ ଜନିତ ଘଟଣା ଦ୍ରୁତ ଗତିରେ ବଦଳିଥାଏ। ଏହାକୁ ନଜରରେ ରଖି ଆଗୁଆ ସଠିକ୍ ଏବଂ ସମୟୋଚିତ ସୂଚନା ପାଇବା ଗୁରୁତ୍ୱପୂର୍ଣ୍ଣ। ଏହି ବ୍ୟବସ୍ଥା ଯାତ୍ରୀଙ୍କୁ ସୁରକ୍ଷିତ କରିବାସହ ଏକ ଉତ୍ତମ ଯାତ୍ରା ଅଭିଜ୍ଞତା ଯୋଗାଇଦେବ।
ହିଥ୍ରୋ ବିମାନବନ୍ଦର, ହଂକଂ ଅନ୍ତର୍ଜାତୀୟ ବିମାନବନ୍ଦର, ଜନ୍ ଏଫ୍. କେନେଡି ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ସିଙ୍ଗାପୁର ଚାଙ୍ଗି ବିମାନବନ୍ଦରରେ ଆଗି ବିଶ୍ୱର ପ୍ରମୁଖ ବିମାନବନ୍ଦରରେ ଏପରି ଉଚ୍ଚ-ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ବ୍ୟବସ୍ଥା ସ୍ଥାପନ କରାଯାଇଛି। ଯାହା ପାଣିପାଗ ଜନିତ ତଥ୍ୟ ପ୍ରଦାନ କରିଥାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories