Artificial Rain in Delhi / ବିମାନରେ ରହିବ ୮-୧୦ ପ୍ୟାକେଟ୍, ବଟନ୍ ଦବାଇଲେ ହେବ ବିସ୍ଫୋରଣ…ରାଜଧାନୀରେ ଏମିତି ହେବ କୃତ୍ରିମ ବର୍ଷା
·10 months ago·2 min read

Key Points
ଦିଲ୍ଲୀରେ ହେବ କୃତ୍ରିମ ବର୍ଷା
ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀରେ ହେବ କୃତ୍ରିମ ବର୍ଷା
ଆସନ୍ତା ୨୯ରେ ଦିଲ୍ଲୀରେ ହେବ ପ୍ରଥମ କ୍ଲାଉଡ ସିଡିଂ

ଦିନକୁ ଦିନ ରାଜଧାନୀରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗୁଛି । ଆଉ ଶୀତ ଦିନ ଆସିଲେ ଲୋକଙ୍କ ପାଇଁ ଦିଲ୍ଲୀର ପ୍ରଦୂଷଣ ମୁଣ୍ଡବିନ୍ଧାର କାରଣ ପାଲଟିଯାଏ । ଦୀପାବଳି ପରେ ବାୟୁ ଏତେ ବିଷାକ୍ତ ହୋଇଯାଏ ଯେ ନିଶ୍ୱାସ ନେବା କଷ୍ଟକର ହୋଇଯାଏ । ଏହାର ମୁକାବିଲା ପାଇଁ ଦିଲ୍ଲୀ ସରକାର କ୍ଲାଉଡ୍ ସିଡିଂ ମାଧ୍ୟମରେ କୃତ୍ରିମ ବର୍ଷା କରାଇବାକୁ ଯୋଜନା କରୁଛନ୍ତି । ଏହି କୌଶଳରେ ବର୍ଷା କରାଇବା ପାଇଁ ମେଘରେ ରାସାୟନିକ ପଦାର୍ଥ ମିଶାଇବାକୁ ପଡ଼ିଥାଏ । ଏକ ଏୟାରକ୍ରାଫ୍ଟ ୮-୧୦ ରାସାୟନିକ ପ୍ୟାକେଟ ବହନ କରିବ । ଯାହାକୁ ଏକ ବଟନ୍ ଦବାଇ ବିସ୍ଫୋରଣ କରାଯିବ । ଅକ୍ଟୋବର ୨୩ରେ କାନପୁରରୁ ମେରଠ ପହଞ୍ଚିଥିବା ଏହି ସ୍ବତନ୍ତ୍ର ବିମାନ ଆଗାମୀ ୩ ଦିନ ମଧ୍ୟରେ କ୍ଲାଉଡ୍ ସିଡିଂ କରିପାରେ ।
କ୍ଲାଉଡ୍ ସିଡିଂ ହେଉଛି ବାୟୁରେ ଭାସମାନ କଣିକା ବିଲୋପ କରିବା ଏବଂ ପ୍ରଦୂଷଣ ହ୍ରାସ କରିବା ପାଇଁ କୃତ୍ରିମ ବର୍ଷା ସୃଷ୍ଟି କରିବାର ପ୍ରକ୍ରିୟା। ବିଶେଷ କରି ମେଘରେ ଶୁଷ୍କ ବରଫ, ସିଲଭର ଆୟୋଡାଇଡ୍ କିମ୍ବା ଲୁଣ(ସୋଡିୟମ୍ କ୍ଲୋରାଇଡ୍) ପରି ଉପାଦାନ ସିଞ୍ଚନ କରି ଆର୍ଦ୍ରତାକୁ ବର୍ଷାରେ ପରିଣତ କରାଯାଇଥାଏ । ଏହା ସାଧାରଣ ବର୍ଷାଠାରୁ ଭିନ୍ନ, କାରଣ ମନୁଷ୍ୟ ସାହାଯ୍ୟରେ ଏହାକୁ କରାଯାଇଥାଏ । ଦିଲ୍ଲୀରେ ପ୍ରଦୂଷଣ କମ୍ କରିବା ପାଇଁ କୃତ୍ରିମ ବର୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଦିଲ୍ଲୀ ସରକାର ଏହି ପରୀକ୍ଷା ପାଇଁ ୩.୨୧ କୋଟି ବ୍ୟୟ ନିର୍ଦ୍ଧାରଣ କରିଛନ୍ତି। ପୂର୍ବରୁ ଜୁଲାଇ ଓ ଅଗଷ୍ଟ-ସେପ୍ଟେମ୍ବରରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଥିଲା, କିନ୍ତୁ ଅନୁକୂଳ ମୌସୁମୀ ପରିସ୍ଥିତି ନଥିବାରୁ ବିଳମ୍ବ ହୋଇଥିଲା।
ଦିଲ୍ଲୀରେ ଏହି କ୍ଲାଉଡି ସିଡିଂ କରିବା ପାଇ ପାଞ୍ଚଟି ବିମାନର ସାହାଯ୍ୟ ନିଆଯାଇଛି । ପ୍ରତ୍ୟେକ ବିମାନ ରାସାୟନିକ ପଦାର୍ଥ ସହ ୯୦ ମିନିଟ୍ ଆକାଶରେ ଉଡ଼ିବ । ତେବେ ଆସନ୍ତୁ ଜାଣି କେଉଁ କେଉଁ ପଦ୍ଧତିରେ କ୍ଲାଉଡି ସିଡିଂ ହୋଇଥାଏ…
୧. ପ୍ରସ୍ତୁତି
ବିମାନର ଉଭୟ ଓ୍ବିଙ୍ଗ୍ସର ତଳେ ଆଠରୁ ଦଶଟି ପ୍ୟାକେଟ ରଖାଯାଏ । ଏହି ପ୍ୟାକେଟଗୁଡ଼ିକ ରାସାୟନିକ ପଦାର୍ଥରେ ପରିପୂର୍ଣ୍ଣ । ଏଥିରେ ମୁଖ୍ୟତଃ ରୂପା ଆୟୋଡାଇଡ୍, ପୋଟାସିୟମ୍ ଆୟୋଡାଇଡ୍, କିମ୍ବା ଶୁଷ୍କ ବରଫ (ଥଣ୍ଡା କାର୍ବନ ଡାଇଅକ୍ସାଇଡ୍) ରହିଥାଏ । କେତେକ ସମୟରେ ଲୁଣ ମଧ୍ୟ ବ୍ୟବହାର କରାଯାଏ ।

ଅଧିକ ପଢ଼ନ୍ତୁ: ଆଜି ବିହାରରେ ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ମୋଦି
ଦିଲ୍ଲୀରେ ଏହି କ୍ଲାଉଡି ସିଡିଂ କରିବା ପାଇ ପାଞ୍ଚଟି ବିମାନର ସାହାଯ୍ୟ ନିଆଯାଇଛି । ପ୍ରତ୍ୟେକ ବିମାନ ରାସାୟନିକ ପଦାର୍ଥ ସହ ୯୦ ମିନିଟ୍ ଆକାଶରେ ଉଡ଼ିବ । ତେବେ ଆସନ୍ତୁ ଜାଣି କେଉଁ କେଉଁ ପଦ୍ଧତିରେ କ୍ଲାଉଡି ସିଡିଂ ହୋଇଥାଏ…
୧. ପ୍ରସ୍ତୁତି
ବିମାନର ଉଭୟ ଓ୍ବିଙ୍ଗ୍ସର ତଳେ ଆଠରୁ ଦଶଟି ପ୍ୟାକେଟ ରଖାଯାଏ । ଏହି ପ୍ୟାକେଟଗୁଡ଼ିକ ରାସାୟନିକ ପଦାର୍ଥରେ ପରିପୂର୍ଣ୍ଣ । ଏଥିରେ ମୁଖ୍ୟତଃ ରୂପା ଆୟୋଡାଇଡ୍, ପୋଟାସିୟମ୍ ଆୟୋଡାଇଡ୍, କିମ୍ବା ଶୁଷ୍କ ବରଫ (ଥଣ୍ଡା କାର୍ବନ ଡାଇଅକ୍ସାଇଡ୍) ରହିଥାଏ । କେତେକ ସମୟରେ ଲୁଣ ମଧ୍ୟ ବ୍ୟବହାର କରାଯାଏ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨. ଉଡ଼ାଣ
ରାସାୟନିକ ପଦାର୍ଥ ନେଇ ବିମାନଟି ଆର୍ଦ୍ର ମେଘ ଦେଇ ଉଡ଼ିଥାଏ । ପ୍ରତ୍ୟେକ ଉଡ଼ାଣ ପ୍ରାୟ ୧୦୦ ବର୍ଗ କିଲୋମିଟର ଅଞ୍ଚଳକୁ କଭର୍ କରିଥାଏ । ତେବେ ବିମାନଟି ୩-୫ କିଲୋମିଟର ଉଚ୍ଚତାରେ ଉଡ଼ିଥାଏ ।
୩. ବ୍ଲାଷ୍ଟ
ଆକାଶରେ ଉଡ଼ିବା ପରେ ପାଇଲଟ୍ ଏକ ବଟନ୍ ଦବନ୍ତି । ଆଉ ଏହା ପରେ ବିମାନର ଓ୍ବିଙ୍ଗ୍ସରେ ଲାଗିଥିବା ପ୍ୟାକେଟଗୁଡ଼ିକ ବିସ୍ଫୋରଣ ହୋଇଥାଏ । ଆଉ ଏହା ପରେ ରାସାୟନିକ ପଦାର୍ଥଗୁଡ଼ିକ ମେଘରେ ଖେଳିଯାଏ । ରାସାୟନିକ କଣିକାଗୁଡ଼ିକ ପାଣି ବୁନ୍ଦା ସହିତ ଲାଗି ରହିଥାଏ ଏବଂ ବଡ଼ ବୁନ୍ଦା ସୃଷ୍ଟି କରି ବର୍ଷା ହୁଏ । ଏହି ପ୍ରକ୍ରିୟା ୨୦-୩୦ ମିନିଟ୍ ମଧ୍ୟରେ ଆରମ୍ଭ ହୁଏ । ତେବେ ଯେଉଁ ଅଞ୍ଚଳରେ କ୍ଲାଉଡ ସିଡିଂ ହୁଏ ସେହି ଅଞ୍ଚଳରେ ହାଲୁକୁ ବର୍ଷା ହେବ କିନ୍ତୁ ଏହା ହେବା ଦ୍ବାରା ପ୍ରଦୂଷଣ ମାତ୍ରା କମିଯିବ ।
ତେବେ ଦିଲ୍ଲୀର AQI ପ୍ରାୟତଃ ୩୦୦-୪୦୦ ରହିଥାଏ । ତେବେ ଏହି କୃତ୍ରିମ ବର୍ଷା ପରେ ଏହି ସ୍ତର ୧୦୦-୨୦୦ ମଧ୍ୟ ଚାଲିଆସେ । ଚୀନ୍ ଏବଂ ୟୁଏଇ ଭଳି ଦେଶ ବର୍ଷ ବର୍ଷ ଧରି ଏହା କରିଆସୁଛନ୍ତି । ୨୦୦୮ ଅଲିମ୍ପିକ୍ସ ସମୟରେ ଚୀନ୍ ଏମିତି କରି ୪୦% ପ୍ରଦୂଷଣ ହ୍ରାସ କରିଥିଲା।

Related Topics
Explore more stories