Delhi Blast / ଫରିଦାବାଦରୁ ୨୯୦୦ କେଜି ବିସ୍ଫୋଟକ ମିଳିବା ପରେ ଦିଲ୍ଲୀରେ ବଡ଼ ବିସ୍ଫୋରଣ
·4 months ago·2 min read

Key Points
ବିସ୍ଫୋରଣର କିଛି ଘଣ୍ଟା ପୂର୍ବରୁ ଲାଲକିଲ୍ଲାରୁ ୩୦ କିଲୋମିଟର ଦୂର ହରିୟାଣାର ଫରିଦାବାଦରୁ ମିଳିଥିଲା ପ୍ରାୟ ୩ ହଜାର କେଜି ବିସ୍ଫୋଟକ । ଉକ୍ତ ବିସ୍ଫୋଟକ ଜମ୍ମୁ-କାଶ୍ମୀରରୁ ଆସୁଥିଲା ।
ନୂଆଦିଲ୍ଲୀ: ଲାଲକିଲ୍ଲା ମେଟ୍ରୋ ଷ୍ଟେସନ୍ ୧ ନମ୍ବର ଗେଟ୍ ବାହାରେ ବଡ଼ ଧରଣର ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ୨୪ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ମୃତାହତ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ଲାଲକିଲ୍ଲା ନିକଟରେ ବଡ଼ ବିସ୍ଫୋରଣରେ ନିକଟରେ ଥିବା ଘର ଗୁଡ଼ିକର କବାଟ ଓ ଝରକା କ୍ଷତିଗ୍ରସ୍ତ ହୋଇଛି ।
୫ରୁ ୬ଟି ଗାଡ଼ି ଜଳି ଯାଇଛି । ବିସ୍ଫୋରଣ ସ୍ଥଳଟି ଦିଲ୍ଲୀର ଅନ୍ୟତମ ଜନଗହଳିପୂର୍ଣ୍ଣ ଅଞ୍ଚଳ । ବିସ୍ଫୋରଣର କିଛି ଘଣ୍ଟା ପୂର୍ବରୁ ଲାଲକିଲ୍ଲାରୁ ୩୦ କିଲୋମିଟର ଦୂର ହରିୟାଣାର ଫରିଦାବାଦରୁ ମିଳିଥିଲା ପ୍ରାୟ ୩ ହଜାର କେଜି ବିସ୍ଫୋଟକ । ଉକ୍ତ ବିସ୍ଫୋଟକ ଜମ୍ମୁ-କାଶ୍ମୀରରୁ ଆସୁଥିଲା ।
ଏଥିସହ ପଢ଼ନ୍ତୁ: ଦୋହଲିଗଲା ଦିଲ୍ଲୀ; ଲାଲକିଲ୍ଲା ମେଟ୍ରୋ ବାହାରେ କାର୍ ବିସ୍ଫୋରଣରେ ୮ ମୃତ
ଜବତ ବିସ୍ଫୋଟକ ଭିତରେ ୩୫୦ କେଜି ଆମୋନିୟମ ନାଇଟ୍ରେଟ୍ ଥିଲା । ଫରିଦାବାଦରୁ ୨୯୦୦ କେଜି ବିସ୍ଫୋଟକ ଜବତରେ ୨ ଜଣ ଡାକ୍ତରଙ୍କ ସମ୍ପର୍କ ଥିବା ଜଣାପଡ଼ିଥିଲା । ମାମଲାରେ ପୋଲିସ ଡକ୍ଟର ଅଦୀଲ ଏବଂ ଡକ୍ଟର ମୁଜାମ୍ମିଲଙ୍କୁ ପଚରା ଉଚରା କରୁଛି ।
ତେବେ ବିପୁଳ ବିସ୍ଫୋଟକ ଜବତ ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ଥିବା ଆଶଙ୍କା କରାଯାଉଛି । ଏପରିକି ପାକିସ୍ତାନରୁ କାଶ୍ମୀର ଦେଇ ଏହି ବିସ୍ଫୋଟକ ଅଣା ଯାଇଥିବା ସନ୍ଦେହ କରାଯାଉଛି । ମାମଲାରେ ପୋଲିସ ପଚରାଉଚରା କରୁଥିବା ଡାକ୍ତର ୨୦୧୮ ଓ ୨୦୨୧ରେ ଆହତ ଆତଙ୍କବାଦୀଙ୍କ ଚିକିତ୍ସା କରିଥିଲେ ।
ଏଥିସହ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣର ଦୃଶ୍ୟ: ଛାତି ଥରିଉଠିବ... ଲୋମ ଟାଙ୍କୁରି ଯିବ
ଡକ୍ଟର ମୁଜାମ୍ମିଲ ଜମ୍ମୁ-କାଶ୍ମୀର ପୁଲୱାମାର ବାସିନ୍ଦା । ବିଗତ ୩ ବର୍ଷ ହେଲା ସେ ଫରିଦାବାଦର ଏଲ୍-ଫଲାହ ସ୍କୁଲ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଏବଂ ରିସର୍ଚ୍ଚ ସେଣ୍ଟରରେ ବରିଷ୍ଠ ଡାକ୍ତର ବାବେ କାର୍ଯ୍ୟ କରୁଛନ୍ତି । କ୍ୟାମ୍ପସରେ ସେ ରହୁଥିବା ବେଳେ ନିକଟରେ ୨ଟି ଘର ମଧ୍ୟ ଭଡ଼଼ା ନେଇଛନ୍ତି ।
ମୁଜାମ୍ମିଲଙ୍କ ଭଡ଼ା ଘରେ ପୋଲିସ ଚଢ଼ାଉ କରିବା ବେଳେ ୧୨ଟି ସୁଟକେସ୍ ମିଳିଥିଲା । ଯେଉଁଥିରୁ ମିଳିଥିଲା ବିସ୍ଫୋଟକ । ପୋଲିସର ୨ଟି ରେଡ୍ରେ ୨୯୦୦ କେଜି ବିସ୍ଫୋଟକ ମିଳିଛି । ବିସ୍ଫୋଟକ ସହ ଟାଇମର ଏବଂ ଅନ୍ୟ ସନ୍ଦେହଜନକ ସାମଗ୍ରୀ ପାଇଛି ପୋଲିସ । ମାମଲାରେ ପୋଲିସ ମୁଜାମ୍ମିଲଙ୍କ ଜଣେ ବାନ୍ଧବୀଙ୍କୁ ଗିରଫ କରିଛି । ସେପଟେ ଏହି ମାମଲାରେ ଜାମ୍ମୁ-କାଶ୍ମୀର ପୋଲିସ ୭ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଦୁଇ ଜଣ ଡାକ୍ତର ଅଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories