Delhi Bomb Threat / ୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀକୁ ବୋମା ଧମକ; ଆଲର୍ଟରେ ସୁରକ୍ଷାକର୍ମୀ
·1 hour ago·2 min read

Key Points
ରାଷ୍ଟ୍ରୀୟ ରାଜଧାନୀର ଦିଲ୍ଲୀର ଏକାଧିକ ସ୍ଥାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ସ୍ଵାଧୀନତା ଦିବସ ସମାରୋହର ଠିକ୍ ପୂର୍ବରୁ ଏହି ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସି ସକ୍ରିୟ ହୋଇ ପଡ଼ିଛନ୍ତି ।
ନୂଆଦିଲ୍ଲୀ: ସ୍ଵାଧୀନତା ଦିବସର ଠିକ୍ ଦିନକ ପୂର୍ବରୁ ଦିଲ୍ଲୀକୁ ବୋମା ଧମକ । ରାଷ୍ଟ୍ରୀୟ ରାଜଧାନୀର ଦିଲ୍ଲୀର ଏକାଧିକ ସ୍ଥାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଦିଲ୍ଲୀ ହାଇକୋର୍ଟ, ଜାମା ନଗର ହାଉସ, ଝଣ୍ଡେୱାଲାନ ବିଲ୍ଡିଂ, MB ସାକେତ ଅଫିସ୍, DM ଅଫିସ୍, IGI ଏୟାରପୋର୍ଟ ଟର୍ମିନାଲ୍ ୩, ଦିଲ୍ଲୀ କ୍ୟାଣ୍ଟନମେଣ୍ଟ SDM ଅଫିସ ସହ ୬ ସ୍ଥାନକୁ ବୋମା ଧମକ ମିଳିଛି ।
ସ୍ଵାଧୀନତା ଦିବସ ସମାରୋହର ଠିକ୍ ପୂର୍ବରୁ ଏହି ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସି ସକ୍ରିୟ ହୋଇ ପଡ଼ିଛନ୍ତି । ହୋଇକୋର୍ଟ ଉଡ଼ାଇ ଦେବାକୁ ଇ-ମେଲ୍ରେ ଧମକ ଆସିଥିବା ବେଳେ ବୋମା ନିଷ୍କ୍ରିୟକାରୀ ଟିମ୍ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ।
ଏଥିସହ ପଢ଼ନ୍ତୁ: ଧର୍ମ-ଜାତିରୁ ନେଇ ବ୍ୟାଙ୍କ ଆକାଉଣ୍ଟ; ଜନଗଣନାରେ ଏସବୁ ପ୍ରଶ୍ନ ପଚାରିବେ ସରକାର
ବୋମା ଧମକ ମିଳିଥିବା ସମସ୍ତ ସ୍ଥାନରେ ସୁରକ୍ଷା ଟିମ୍ ସହ ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନରୁ ବି ସନ୍ଦିଗ୍ଧ ବସ୍ତୁ ମିଳି ନାହିଁ । ତେବେ ସୁରକ୍ଷା ଦୃଷ୍ଟିରୁ ସତର୍କ ପଦକ୍ଷେପ ନିଆଯାଇ ସର୍ଚ୍ଚ ଅପେରସନ୍ ଜାରି ରହିଛି ।
ଦିଲ୍ଲୀ ହାଇକୋର୍ଟକୁ ବୋମା ଧମକ ମିଳିବା ମାତ୍ରେ ରେଜିଷ୍ଟ୍ରାର ଜେନରାଲ୍ ଦିଲ୍ଲୀ ପୋଲିସକୁ ସମ୍ପର୍କ କରିଥିଲେ । କୋର୍ଟ ପରିସରରେ ବୋମା ନିଷ୍କ୍ରିୟକାରୀ ଦଳ ତନ୍ନ ତନନ କରି ଯାଞ୍ଚ କରିବା ସହ ସୁରକ୍ଷା ପ୍ରୋଟୋଲ ଅନୁସାରେ ପଦକ୍ଷେପ ନେଉଛନ୍ତି ।
ଧମକକୁ ନେଇ ଦିଲ୍ଲୀ ହାଇକୋର୍ଟର ଯୁଗ୍ମ ସମ୍ପାଦକ, ଓକିଲ କୁଣାଲ କହିଛନ୍ତି, "ମିଳିଥିବା ବୋମା ଧମକ କେବଳ ଭୟଭୀତ କରିବା ଭଳି ଲାଗୁଛି । ସବୁକିଛି ନିୟନ୍ତ୍ରଣରେ ରହିଛି । ବୋମା ନିଷ୍କ୍ରିୟକାରୀ ସ୍କ୍ଵାଡ୍ ଓ ସନ୍ଧାନୀ କୁକୁର ସମ୍ପୂର୍ଣ୍ଣ ଅଞ୍ଚଳରେ ତୀକ୍ଷଣ ଯାଞ୍ଚ କରୁଛନ୍ତି ।
ସୂଚନାଯୋଗ୍ଯ, ବିଗତ କିଛି ମାସ ହେଲା ଦିଲ୍ଲୀର ସ୍କୁଲ୍, କୋର୍ଟ ଓ ହାଇକୋର୍ଟକୁ ଏଭଳି ବାରମ୍ବାର ବୋମାରେ ଉଡ଼ାଇ ଦେବାକୁ ଧମକ ଆସୁଛି । ପ୍ରତି ଥର ଧମକ ମିଳିବା ମାତ୍ରେ ସୁରକ୍ଷା ଏଜେନ୍ସି ଏହାକୁ ଗୁରୁତର ସହ ନେଇ ଛାନଭିନ୍ କରୁଥିବା ବେଳେ କେବେ କିଛି ସନ୍ଦିଗ୍ଧ ବସ୍ତୁ ମିଳି ନାହିଁ ।
ଏଥିସହ ପଢ଼ନ୍ତୁ: ସିଂହ ଆକ୍ରମଣ ଭିଡିଓ ଭାଇରାଲ: ୩୦ ମିନିଟ୍ ପାଇଁ ସିଂହର ପଞ୍ଝାରେ ଫସି ରହିଥିଲେ ଯୁବକ
ସ୍ଵାଧୀନତା ଦିବସ ପାଇଁ କଡ଼ା ସୁରକ୍ଷା
ଅଗଷ୍ଟ ୧୫, ସ୍ଵାଧୀନତା ଦିବସ ପାଇଁ ଦିଲ୍ଲୀ ସମତେ ଦେଶର ଅନେକ ଭାଗରେ ପୂର୍ବରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ପୋଲିସ କର୍ମଚାରୀଙ୍କ ମୁତୟନ ବୃଦ୍ଧି କରାଯାଇଛି । ପ୍ରମୁଖ ରାସ୍ତା ଗୁଡ଼ିକରେ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି ।
ଜନଗହଳିପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ସୁରକ୍ଷାକର୍ମୀ ଓ ଅନ୍ୟ ଏଜେନ୍ସି ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୫ରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories