Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Delhi Fire / ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ସେଠାରେ ରହୁନ୍ତି ଅନେକ ସାଂସଦ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ସେଠାରେ ରହୁନ୍ତି ଅନେକ ସାଂସଦ

Key Points

ଦିଲ୍ଲୀର ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ବଡ଼ ଧରଣର ଅଗ୍ନିକାଣ୍ଡ
କିଛି ଲୋକ ଅଗ୍ନିକାଣ୍ଡରେ ଆହତ ହୋଇଥିବା ସୂଚନା
ଆପାର୍ଟମେଣ୍ଟରେ କିଛି ସାଂସଦ ରହୁଥିବା ନେଇ ସୂଚନା
ଦିଲ୍ଲୀ ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ବଡ଼ ଧରଣର ଅଗ୍ନିକାଣ୍ଡ । ଶନିବାର ଦିନ ପ୍ରାୟ ୧ଟା ସମୟରେ ନୂଆଦିଲ୍ଲୀ ସ୍ଥିତ ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ପରେ ଦିନ ପ୍ରାୟ ୧.୨୨ ମିନିଟ ସମୟରେ ଅଗ୍ନିଶମ ବାହିନୀକୁ ଦୁଇଟି କଲ୍ ମିଳିଥିଲା । ଯାହାଫଳରେ ସଙ୍ଗେ ସଙ୍ଗେ ୧୨ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ପାର୍ଲାମେଣ୍ଟରୁ ଅଳ୍ପ ଦୂରରେ ବିଡି ବିଶମ୍ବର ଦାସ ମାର୍ଗରେ ଏହି ବ୍ରହ୍ମପୁତ୍ର ଆପାର୍ଟମେଣ୍ଟ ରହିଛି । ଅଗ୍ନିକାଣ୍ଡ ବିଷୟରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ଗାଡ଼ି ତୁରନ୍ତ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ । ଏହି ଆପାର୍ଟମେଣ୍ଟରେ ଅନେକ ଲୋକସଭା, ରାଜ୍ୟସଭା ସାଂସଦ ଏବଂ ସେମାନଙ୍କ କର୍ମଚାରୀ ରୁହନ୍ତି ।


ଘଟଣାସ୍ଥଳରେ ୧୨ଟି ଦମକଳ ଗାଡ଼ି ରହିଛି

ଘଟଣାସ୍ଥଳରେ ୧୨ଟି ଦମକଳ ଗାଡ଼ି ଉପସ୍ଥିତ ରହି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ତେବେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ଅନୁମାନ କରାଯାଉଛି କି ନିଆଁ ତଳ ମହଲାରୁ ଲାଗି ପରେ ଚତୁର୍ଥ ମହଲାକୁ ବ୍ୟାପିଥିଲା । ତେବେ ବ୍ରହ୍ମପୁତ୍ର ଆପର୍ଟମେଣ୍ଟରେ ନିଆଁ କିପରି ଲାଗିଲା ? ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଠୋସ୍ ସୂଚନା ମିଳିପାରି ନାହିଁ । ସୌଭାଗ୍ୟବଶତଃ, ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତଙ୍କ ରିପୋର୍ଟ ଆସିନାହିଁ । ତେବେ କିଛି ଲୋକ ପୋଡ଼ିଯିବା ଯୋଗୁଁ ଆହତ ହୋଇଥିବା ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ:

କଂଗ୍ରେସ ସରକାରରେ ଦୁଇ ବର୍ଷ ହେବ ମିଳିନି ଦରମା, ପୁଣି ଜଣେ କର୍ମଚାରୀଙ୍କ ଆତ୍ମହତ୍ୟା



ନିଆଁ ତଳ ମହଲାରୁ ତୃତୀୟ ମହଲାକୁ ବ୍ୟାପିଥିଲା

ତେବେ ଅଗ୍ନିକାଣ୍ଡକୁ ନେଇ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ନିଆଁ ପ୍ରଥମେ ତଳ ମହଲାରୁ ଆରମ୍ଭ ହୋଇଥିଲା ଏବଂ ତା'ପରେ ତୃତୀୟ ମହଲାରେ ଥିବା ତାଙ୍କ ଘରକୁ ଦ୍ରୁତ ଗତିରେ ବ୍ୟାପିଥିଲା । ତାଙ୍କ ଝିଅ ଏବଂ ସ୍ତ୍ରୀ ମଧ୍ୟ ନିଆଁରେ ପୋଡ଼ି ଯାଇଥିଲେ ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା । ତାଙ୍କ ଗୋଟିଏ ଝିଅ ଘର ବାହାରେ ଥିଲା, ତେଣୁ ସେ ବଞ୍ଚିଗଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Massive Fire at Brahmaputra Apartment in Delhi | Argus News