Life Imprisonment / କିଏ ଆସିୟା ଅନ୍ଦ୍ରାବୀ ? ଆଜୀବନ କାରାଦଣ୍ଡ ଶୁଣାଇଲେ ଦିଲ୍ଲୀ କୋର୍ଟ
·5 months ago·2 min read

Key Points
ଭାରତ ବିରୋଧରେ ଲୋକଙ୍କୁ ପ୍ରବର୍ତ୍ତାଉଥିଲା
ଭାରତର ସ୍ଵର୍ଗ କାଶ୍ମୀରକୁ କହୁଥିଲା ପାକିସ୍ତାନ
ଦିଲ୍ଲୀ ହାଇକୋର୍ଟ ଶୁଣାଇଲେ ଆଜୀବନ କାରାଦଣ୍ଡ

ଜାତୀୟ ରାଜଧାନୀ ଦିଲ୍ଲୀର ଏକ ସ୍ଵତନ୍ତ୍ର କୋର୍ଟ ମଙ୍ଗଳବାର ଆତଙ୍କବାଦୀ ବିରୋଧୀ ଆଇନ UAPA ଅଧୀନସ୍ଥ ଏକ ମାମଲାରେ କାଶ୍ମୀର ଉଗ୍ରବାଦୀ ତଥା ଦୁଖତରାନ-ଏ-ମିଲ୍ଲତର ପ୍ରମୁଖ ଆସିୟା ଅନ୍ଦ୍ରାବୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହିତ ତାର ଦୁଇ ସହଯୋଗୀ ସୋଫି ଫହମିଦା ଓ ନାହିଦା ନସରିନକୁ ୩୦-୩୦ ବର୍ଷ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ତିନି ଜଣଙ୍କୁ ଜାନୁଆରୀ ୧୪ରେ ୟୁଏପିଏର ବିଭିନ୍ନ ପ୍ରାବଧାନ ଓ ଅପରାଧୀ କାର୍ଯ୍ୟକଳାପ ଲାଗି ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏମାନେ ଦେଶ ବିରୋଧରେ ଲୋକଙ୍କୁ ପ୍ରବର୍ତ୍ତାଇବା ସହ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବା ଲାଗି ଉଦ୍ୟମ କରୁଥିବା ଅଭିଯୋଗ ମଧ୍ୟ ଥିଲା ।
କୋର୍ଟଙ୍କ ଏହି ରାୟ ସେତେବେଳେ ଆସିଛି, ଯେତେବେଳେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଚଳିତ ମାସ ପ୍ରାରମ୍ଭରେ ଅନ୍ଦ୍ରାବୀ ଲାଗି ଆଜୀବନ କାରାଦଣ୍ଡ ଦାବି କରିଥିଲେ । ଆସିୟା ଅନ୍ଦ୍ରାବୀ ତାର ସଂଗଠନ ସହ ମିଶି ଭାରତ ବିରୋଧରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରୁଥିଲା ବୋଲି ସଂସ୍ଥା ଯୁକ୍ତି ବାଢିଥିଲା । ଏହି ଦଣ୍ଡ ସେହି ଉଗ୍ରବାଦୀଙ୍କୁ ଏକ ଦୃଢ ଚେତାବନୀ ଦେବ ଯେ ଭାରତ ବିରୋଧୀ କାର୍ଯ୍ୟକଳାପ ଲାଗେ ଏହାକୁ ବରଦାସ୍ତ କରାଯିବନାହିଁ ।
ଆସିୟା ନିଜ ସଂଗଠନର ବ୍ୟବହାର ଦେଶରେ ଅଶାନ୍ତି ସୃଷ୍ଟି କରିବା ଓ ଜମ୍ମୁକାଶ୍ମୀରରେ ଭାରତ ବିରୋଧୀ ଚିନ୍ତାଧାରା ଲୋକମାନଙ୍କ ମୁଣ୍ଡରେ ଭର୍ତ୍ତି କରୁଥିଲା । ଭାରତର ଅବିଚ୍ଛେଦ ଅଙ୍ଗ କାଶ୍ମୀରକୁ ପାକିସ୍ତାନର ଅଂଶ ବୋଲି ମଧ୍ୟ କହୁଥିଲା । ଏଜେନ୍ସି ଏହା ମଧ୍ୟ କୋର୍ଟକୁ କହିଛି ଯେ ଅନ୍ଦ୍ରାବୀର ଅପରାଧିକ କାର୍ଯ୍ୟକଳାପ କଥା କହିଲେ ତାହା ଇତିହାସ ହେବ । ଜମ୍ମୁକାଶ୍ମୀରରେ ଅନ୍ଦ୍ରାବୀ ବିରୋଧରେ ପ୍ରାୟ ୩୩ଟି ମାମଲା ରୁଜୁ ହୋଇଛି । ସେହିପରି ତାର ସହଯୋଗୀ ଫହମିଦା ଓ ନସରିନ ବିରୋଧରେ ମଧ୍ୟ ଯଥାକ୍ରମେ ୯ ଓ ୫ଟି ମାମଲା ରୁଜୁ ହୋଇଛି । ଏମାନଙ୍କ ବିରୋଧରେ ୟୁଏପିଏର ଧାରା ୨୦, ୩୮ ଓ ୩୯ ଲାଗିଛି ।

- କିଏ ଆସିୟା ଅନ୍ଦ୍ରାବୀ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ଖବର ପଢନ୍ତୁ...
Related Topics
Explore more stories