Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Delhi Blast / i20, Ford ପରେ ଏବେ ମିଳିଲା ତୃତୀୟ କାର ! ଦିଲ୍ଲୀ ବିସ୍ଫୋରଣ ଷଡ଼ଯନ୍ତ୍ରର ନୂଆ ଖୁଲାସା

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
i20, Ford ପରେ ଏବେ ମିଳିଲା ତୃତୀୟ କାର ! ଦିଲ୍ଲୀ ବିସ୍ଫୋରଣ ଷଡ଼ଯନ୍ତ୍ରର ନୂଆ ଖୁଲାସା

Key Points

ଦିଲ୍ଲୀ ବିସ୍ଫୋରଣ: ପୋଲିସକୁ ମିଳିଲା ଆତଙ୍କବାଦୀ ମଡ୍ୟୁଲର ତୃତୀୟ କାର । ତୃତୀୟ କାର ଏକ ମାରୁତି ବ୍ରେଜା ହୋଇଥିବା ସୂଚନା । ଅଲ୍ ଫଲାହ ବିଶ୍ୱବିଦ୍ୟାଳୟ ଭିତରେ କାର ପାର୍କିଂ ହୋଇଥିବା ସୂଚନା।
୧୦ ନଭେମ୍ବର ୨୦୨୫ । ରାଜଧାନୀ ଦିଲ୍ଲୀରେ ହୋଇଥିଲା ବଡ଼ ବିସ୍ଫୋରଣ । ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ତେବେ ଏହି ମାମଲାରେ ତଦନ୍ତ ଯେତେ ଆଗକୁ ବଢ଼ୁଛି, ଗୋଟିଏ ପରେ ଗୋଟିଏ ଷଡ଼ଯନ୍ତ୍ରର ପରଦା ଉନ୍ମୋଚନ ହେଉଛି । ଦିଲ୍ଲୀରେ ବଡ଼ ଧରଣର ବିସ୍ଫୋରଣ କରିବା ପାଇଁ ଆତଙ୍କବାଦୀ କରିଥିବା ସମ୍ପୂର୍ଣ୍ଣ ଯୋଜନା ପର୍ଦ୍ଦାଫାଶ ହୋଇଛି । ଏହି ଆତ୍ମଘାତୀ ଆକ୍ରମଣ ପାଇଁ ଗୋଟିଏ କି ଦୁଇଟି ନୁହେଁ ବରଂ ତିନୋଟି କାର ବ୍ୟବହାର କରାଯାଇଥିଲା । ପ୍ରଥମ ଦୁଇଟି କାର ମିଳିଥିବା ବେଳେ ଏବେ ତୃତୀୟ କାରକୁ ପୋଲିସ୍‌ ଚିହ୍ନଟ କରିଛି ।

ତେବେ ପୋଲିସ୍‌ ଏବେ ଚିହ୍ନଟ କରିଥିବା ତୃତୀୟ କାରଟି ହେଉଛି ଏକ ମାରୁତି ବ୍ରେଜା । ତଦନ୍ତକାରୀ ଏଜେନ୍ସି ଏବେ ଆକ୍ରମଣରେ ବ୍ୟବହୃତ ଏକ ବ୍ରେଜା କାରକୁ ଠାବ କରିଛନ୍ତି । ଯାହା ଷଡ଼ଯନ୍ତ୍ରର ପ୍ରକୃତ ମାଷ୍ଟରମାଇଣ୍ଡ ପର୍ଯ୍ୟନ୍ତ ନେଇପାରେ । ଏହି ବ୍ରେଜା କାରଟି ଅଲ୍ ଫଲାହ ବିଶ୍ୱବିଦ୍ୟାଳୟ ଭିତରେ କୌଣସି ସ୍ଥାନରେ ପାର୍କିଂ କରାଯାଇଥିଲା । ତଦନ୍ତକାରୀ ଏଜେନ୍ସି ଏବେ କାରକୁ ଜବତ କରି ତଦନ୍ତ ଜାରି ରଖିଛି । ଦିଲ୍ଲୀରେ ବିସ୍ଫୋରଣ ଘଟାଇଥିବା ଡକ୍ଟର ଉମର ଏବଂ ଡକ୍ଟର ମୁଜାମ୍ମିଲ୍ ମଧ୍ୟ ଏହି ବ୍ରେଜା କାର ବ୍ୟବହାର କରିଥିଲେ ବୋଲି ସୂଚନା ମିଳିଛି ।

ସେପଟେ ଏହି ଭୟାନକ ବିସ୍ଫୋରଣ ପରେ ବୁଧବାର ଏକ ଲାଲ୍‌ ରଙ୍ଗର କାରକୁ ଜବତ କରିଥିଲା । ତଦନ୍ତକାରୀ ଏଜେନ୍ସି ଖଣ୍ଡୱାଲି ଗାଁରେ ପରିତ୍ୟକ୍ତ ଏକ ଲାଲ ଫୋର୍ଡ ଇକୋସ୍ପୋର୍ଟ କାର ମଧ୍ୟ ଉଦ୍ଧାର କରିଥିଲା । ଡକ୍ଟର ଉମରଙ୍କ ସମ୍ପର୍କୀୟ ଫହୀମ ସେଠାରେ କାର ପାର୍କିଂ କରି ନିଖୋଜ ହୋଇଯାଇଥିଲେ। ପୋଲିସ ଏବେ ଫହୀମଙ୍କୁ ଠାବ କରିଛି ଏବଂ ତାଙ୍କୁ ପଚରାଉଚରା କରୁଛି ।

ଅଧିକ ପଢ଼ନ୍ତୁ: ଦିଲ୍ଲୀ ସମେତ ୪ ସହର ହୋଇଥାନ୍ତା ବିସ୍ଫୋରଣ ! ଏକକାଳୀନ ବିସ୍ଫୋରଣ ପାଇଁ ଯୋଜନା କରିଥିଲେ ଆତଙ୍କବାଦୀ

ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଫହୀମର ମୁଖ୍ୟ ଅଭିଯୁକ୍ତ ଏବଂ ଆତ୍ମଘାତୀ ବିସ୍ଫୋରଣକାରୀ ଡକ୍ଟର ଉମରଙ୍କ ସହିତ ପାରିବାରିକ ସମ୍ପର୍କ ଥାଇପାରେ । ଏହା ସହିତ ଫହୀମ କାହିଁକି ଖଣ୍ଡୱାଲିରେ ତାଙ୍କ କାର ପାର୍କିଂ କରିଥିଲେ, ତାଙ୍କୁ କିଏ କାର ଦେଇଥିଲେ ଏବଂ ଆକ୍ରମଣ ବିଷୟରେ ସେ କେତେ ଜାଣିଥିଲେ ସେ ବିଷୟରେ ତଦନ୍ତ ଚାଲିଛି ।

ସେପଟେ ଦିଲ୍ଲୀ ବିସ୍ଫୋରଣ ଘଟାଇଥିବା ଡକ୍ଟର ଉମରଙ୍କ ଡିଏନଏ ତାଙ୍କ ମାଆଙ୍କ ଡିଏନଏ ସହିତ ସମ୍ପୂର୍ଣ୍ଣ ମେଳ ଖାଉଛି । ସୁରକ୍ଷା ଏଜେନ୍ସିଗୁଡ଼ିକ ସ୍ପଷ୍ଟ କରିଛନ୍ତି ଯେ ଡକ୍ଟର ଉମର i20 କାର ସହିତ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୧୩ ଜଣଙ୍କ ମୃତ୍ୟୁ ହୋଇଛି।
ରିପୋର୍ଟ ଅନୁଯାୟୀ, ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଉମର ସେସନ୍ ଆପ୍ ବ୍ୟବହାର କରି ତୁର୍କୀର ଅଙ୍କାରାରେ ଅବସ୍ଥିତ ତାଙ୍କ ହ୍ୟାଣ୍ଡଲର୍ 'ୟୁକାସା' (ସମ୍ଭାବ୍ୟ କୋଡନେମ୍) ସହିତ ଯୋଗାଯୋଗ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Delhi Explosion: Police Seize Third Vehicle, Mastermind Trail Widens | Argus News