Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Free LPG Cylinders / ଖୁସିଖବର...ହୋଲିରେ ମିଳିବ ମାଗଣା LPG ସିଲିଣ୍ଡର, ଆକାଉଣ୍ଟକୁ ଆସିବ ୮୫୩ ଟଙ୍କା

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ଖୁସିଖବର...ହୋଲିରେ ମିଳିବ ମାଗଣା LPG ସିଲିଣ୍ଡର, ଆକାଉଣ୍ଟକୁ ଆସିବ ୮୫୩ ଟଙ୍କା
LPG Cylinder

Key Points

ରେଖା ଗୁପ୍ତା ସରକାରଙ୍କ ବଡ଼ ଘୋଷଣା
ବର୍ଷେ ଦୁଇଥର ମାଗଣା ସିଲିଣ୍ଡର
ଦୀପାବଳିରେ ମଧ୍ୟ ମିଳିବ ମାଗଣା ଗ୍ୟାସ୍‌
ଦିଲ୍ଲୀବାସୀଙ୍କ ପାଇଁ ଖୁସି ଖବର । ହୋଲିରେ ଦିଲ୍ଲୀବାସୀଙ୍କୁ ମିଳିବ ମାଗଣା ସିଲିଣ୍ଡର । ରେଖା ଗୁପ୍ତାଙ୍କ ଦିଲ୍ଲୀ ସରକାର ହୋଲିରୁ ଏକ ମାଗଣା ସିଲିଣ୍ଡର ଯୋଜନା ଆରମ୍ଭ କରିବେ । ଏହି ଯୋଜନା ଅଧୀନରେ ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର୍‌ କରାଯିବ । ସମସ୍ତ ରାସନ କାର୍ଡ ହିତାଧିକାରୀଙ୍କୁ ମାଗଣା ଗ୍ୟାସ୍‌ ସିଲିଣ୍ଡର ମିଳିବ । କେବଳ ହୋଲିରେ ନୁହେଁ, ଦିଲ୍ଲୀର ରାସନ କାର୍ଡ ହିତାଧିକାରୀମାନେ ଆଲୋକର ପର୍ବ ଦୀପାବଳିରେ ମଧ୍ୟ ମାଗଣା ଗ୍ୟାସ୍‌ ସିଲିଣ୍ଡର ପାଇବେ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଫେବ୍ରୁଆରୀ ୫ ତାରିଖରେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ସେୟାର କରିଛି । ପୋଷ୍ଟରେ କୁହାଯାଇଛି, "ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନେତୃତ୍ୱରେ ଦିଲ୍ଲୀ ସରକାର ଦିଲ୍ଲୀର ଲୋକମାନଙ୍କୁ ଦେଇଥିବା ଆଉ ଏକ ପ୍ରତିଶ୍ରୁତି ପୂରଣ କରିଛି । ଏବେଠାରୁ ସମସ୍ତ ରାସନ କାର୍ଡ ହିତାଧିକାରୀମାନେ ପ୍ରତିବର୍ଷ ହୋଲି ଏବଂ ଦୀପାବଳିରେ ମାଗଣା ଗ୍ୟାସ ସିଲିଣ୍ଡର ପାଇବେ । ଏହି ବର୍ଷ ହୋଲିରେ ଆରମ୍ଭ ହେବାକୁ ଥିବା ଏହି ଯୋଜନାକୁ ଡିବିଟି ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍‌ କରାଯିବ ।"

ଦେଶବ୍ୟାପୀ ହୋଲି ଉତ୍ସବ ମାର୍ଚ୍ଚ ୪ ତାରିଖରେ ପାଳନ କରାଯିବ । ଏହା ପୂର୍ବରୁ ଦିଲ୍ଲୀର ଲୋକମାନେ ମାଗଣା ସିଲିଣ୍ଡର ପାଇବେ । ଦୀପାବଳିରେ ଦିଆଯାଉଥିବା ମାଗଣା ସିଲିଣ୍ଡର ୮ ନଭେମ୍ବର ୨୦୨୬ରେ ଉପଲବ୍ଧ ହେବ ।

ଏଥିସହ ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର

ଏହି ଯୋଜନାରୁ କିଏ ଲାଭବାନ ହେବେ ?

ଯେଉଁମାନଙ୍କର ଦିଲ୍ଲୀ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ବୈଧ ରାସନ କାର୍ଡ ଅଛି
ହିତାଧିକାରୀଙ୍କର DBT ସହିତ ଲିଙ୍କ୍ ହୋଇଥିବା ଏକ ସକ୍ରିୟ ବ୍ୟାଙ୍କ ଆକାଉଣ୍ଟ ରହିବା ଆବଶ୍ୟକ
ରାସନକାର୍ଡ ସିଷ୍ଟମ ଅଧୀନରେ ପଞ୍ଜିକୃତ ହେବା ଆବଶ୍ୟକ

ଏହି ଦିଲ୍ଲୀ ସରକାରଙ୍କ ଯୋଜନାର ମୂଲ୍ୟ ପ୍ରାୟ ୨୪୨.୭୭ କୋଟି ହେବ । ଫେବ୍ରୁଆରୀ ୩, ୨୦୨୬ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଥିଲେ, "ଆମେ ଆମର ଇସ୍ତାହାରରେ ଏକ ପ୍ରତିଶ୍ରୁତି ଦେଇଥିଲୁ । ଆମେ କ୍ୟାବିନେଟ ବୈଠକରେ ଏହି ଯୋଜନାକୁ ପାସ୍ କରିଥିଲୁ । ଏଥିପାଇଁ ଆମେ ୨୪୨ କୋଟି ଟଙ୍କା ବ୍ୟୟ କରିଛୁ । ଏହି ହୋଲିରେ ଆମେ ଗୋଟିଏ ସିଲିଣ୍ଡରର ମୂଲ୍ୟ ଅର୍ଥାତ୍ ୮୫୩ ଟଙ୍କା ସମସ୍ତ ରାସନ କାର୍ଡଧାରୀ ପରିବାରଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍‌ କରିବୁ । PNG ବ୍ୟବହାର କରୁଥିବା ଲୋକଙ୍କ ଆକାଉଣ୍ଟକୁ ମଧ୍ୟ ୮୫୩ ଟଙ୍କା ଟ୍ରାନ୍ସଫର୍‌ କରାଯିବ ।''

ପଢନ୍ତୁ ଏହି ଖବର: ଶସ୍ତା ହୋଇଗଲା ସୁନା-ରୂପା, ଜାଣନ୍ତୁ ମଙ୍ଗଳବାର କେତେ ରହିଛି ଦର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delhi Govt Announces Free LPG Cylinder on Holi, ₹853 to Be Transferred via DBT | Argus News