Videos
|
National

Delhi Government Holiday / ସେପ୍ଟେମ୍ବର ୧୧ରେ ଦିଲ୍ଲୀରେ ସରକାରୀ ଛୁଟି, ବନ୍ଦ ରହିବ ସମସ୍ତ ସରକାରୀ ଅନୁଷ୍ଠାନ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ସେପ୍ଟେମ୍ବର ୧୧ରେ ଦିଲ୍ଲୀରେ ସରକାରୀ ଛୁଟି, ବନ୍ଦ ରହିବ ସମସ୍ତ ସରକାରୀ ଅନୁଷ୍ଠାନ
Delhi Government Holiday

Key Points

ଦିଲ୍ଲୀରେ ୧୧ ସେପ୍ଟେମ୍ବର ଛୁଟି ଘୋଷଣା
ସରକାରୀ କାର୍ଯ୍ୟାଳୟ ରହିବ ବନ୍ଦ
ଜାଣନ୍ତୁ କାହିଁକି ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ

ଦିଲ୍ଲୀବାସୀଙ୍କ ପାଇଁ ବଡ଼ ଖବର । ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ରାଜଧାନୀ ଦିଲ୍ଲୀରେ ସରକାରୀ ଛୁଟି ଘୋଷଣା କରାଯାଇଛି । ଦିଲ୍ଲୀରେ ହେବାକୁ ଥିବା ଅନ୍ତର୍ଜାତୀୟ BRICS ସମିଟ୍‌କୁ ଦୃଷ୍ଟିରେ ରଖି ଭିଭିଆଇପି ସୁରକ୍ଷା, ଟ୍ରାଫିକ୍ ପରିଚାଳନା ଏବଂ ସହରରେ ସୁଗମ ଯାତାୟାତକୁ ନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

ଦିଲ୍ଲୀର ଉପରାଜ୍ୟପାଳଙ୍କ ଅନୁମୋଦନ ପରେ ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । ୩ ସେପ୍ଟେମ୍ବର ୨୦୨୬ରେ ଜାରି ହୋଇଥିବା ଏହି ବିଜ୍ଞପ୍ତି ଅନୁସାରେ, ୧୧ ସେପ୍ଟେମ୍ବରରେ ଦିଲ୍ଲୀ ସରକାର ଅଧୀନରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍ୱୟଂଶାସିତ ସଂସ୍ଥା ଏବଂ PSU ବନ୍ଦ ରହିବ ।
ଆସନ୍ତା BRICS ଶିଖର ସମ୍ମିଳନୀରେ ବିଭିନ୍ନ ସଦସ୍ୟ ଦେଶର ରାଷ୍ଟ୍ରମୁଖ୍ୟ ଓ ବହୁ ବିଦେଶୀ ପ୍ରତିନିଧି ଯୋଗଦେବାର ଥିବାରୁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯିବ । ଭିଭିଆଇପିଙ୍କ ଯାତାୟାତ ପାଇଁ ଅନେକ ରୁଟ୍‌ରେ ଟ୍ରାଫିକ୍ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇପାରେ । ଏହା ସହିତ ସମ୍ଭାବ୍ୟ ଟ୍ରାଫିକ୍ ଜାମ୍ ଓ ସାଧାରଣ ଲୋକଙ୍କ ଅସୁବିଧାକୁ କମାଇବା ପାଇଁ ସରକାରୀ ଛୁଟି ଘୋଷଣା କରାଯାଇଛି ।



ଏହି ଛୁଟି ଯୋଗୁଁ ସରକାରୀ କର୍ମଚାରୀଙ୍କ ଯାତାୟାତ କମିବ ଏବଂ ଦିଲ୍ଲୀର ରାସ୍ତାରେ ଭିଡ଼ ମଧ୍ୟ ହ୍ରାସ ପାଇବ ବୋଲି ପ୍ରଶାସନ ଆଶା କରୁଛି । ଫଳରେ ସୁରକ୍ଷା ଏଜେନ୍ସିଗୁଡ଼ିକ ବିଦେଶୀ ଅତିଥି ଓ ରାଷ୍ଟ୍ରମୁଖ୍ୟମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁବିଧାରେ ପରିଚାଳନା କରିପାରିବେ । ବିଜ୍ଞପ୍ତିରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ୧୧ ସେପ୍ଟେମ୍ବରରେ ଦିଲ୍ଲୀ ସରକାର ଅଧୀନରେ ଥିବା ସରକାରୀ ଅଫିସ୍ ଓ ସଂସ୍ଥାଗୁଡ଼ିକ ବନ୍ଦ ରହିବ । ଏହି ନୋଟିଫିକେସନ୍ ଦିଲ୍ଲୀ ଗଜେଟ୍‌ର ପାର୍ଟ-IVରେ ପ୍ରକାଶ ପାଇବ ।

ଅଧିକ ପଢ଼ନ୍ତୁ: ୟୁଜିସି ନେଟ୍ ପରୀକ୍ଷାରେ ତୃତୀୟ ଲିଙ୍ଗୀ ମୀରାଙ୍କ ସଫଳତା; ହେବେ ଆସିଷ୍ଟାଣ୍ଟ ପ୍ରଫେସର



ସାରା ଦିଲ୍ଲୀରେ BRICS ସମିଟ୍‌କୁ ନେଇ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥାକୁ ନେଇ ପ୍ରଶାସନ ପକ୍ଷରୁ ବିଶେଷ ପ୍ରସ୍ତୁତି ଚାଲିଛି । ଅନ୍ତର୍ଜାତୀୟ ସ୍ତରର ଏହି ବଡ଼ କାର୍ଯ୍ୟକ୍ରମକୁ କୌଣସି ବାଧା ବିନା ସଫଳତାର ସହ ଆୟୋଜନ କରିବା ହିଁ ପ୍ରଶାସନର ମୁଖ୍ୟ ଲକ୍ଷ୍ୟ ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: