Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦିଲ୍ଲୀ ଓ ଏନସିଆରରେ ବାୟୁ ପ୍ରଦୂଷଣ ସ୍ଥିତି ନେଇ ରିପୋର୍ଟ ଦାଖଲ କରିବେ ଦିଲ୍ଲୀ ସରକାର

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଦିଲ୍ଲୀ ଓ ଏନସିଆରରେ ବାୟୁ ପ୍ରଦୂଷଣ ସ୍ଥିତି ନେଇ ରିପୋର୍ଟ ଦାଖଲ କରିବେ ଦିଲ୍ଲୀ ସରକାର

ଅର୍ଗସ ବ୍ୟୁରୋ : ଦିଲ୍ଲୀ ପ୍ରଦୂଷଣକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଦିଲ୍ଲୀ ଓ ଏନସିଆରରେ ବାୟୁ ପ୍ରଦୂଷଣ ସ୍ଥିତି ନେଇ ରିପୋର୍ଟ ଦାଖଲ କରିବେ ଦିଲ୍ଲୀ ସରକାର । ଗତ 18 ତାରିଖ ଶୁଣାଣିରେ ତୁରନ୍ତ GRAP-4 କଟକଣା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । କଟକଣା ଲାଗୁ କରିବାରେ ବିଳମ୍ବ କରିଥିବାରୁ ଦିଲ୍ଲୀ ସରକାରଙ୍କୁ କରିଥିଲେ ଭର୍ତ୍ସନା।

ଅଧିକ ପଢନ୍ତୁ : ଆଜି ଅପରାହ୍ନରେ ଦିଲ୍ଲୀ ସରକାରଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ

ନିର୍ଦ୍ଦେଶ ଦିଆ ନଯିବା ପର୍ଯ୍ୟନ୍ତ  ଗ୍ରାପ- ଫୋର କଟକଣା ପ୍ରତ୍ୟାହାର କରାଯାଇପାରିବନି ବୋଲି ଜଷ୍ଟିସ୍ ଅଭୟ ଏସ୍ ଓକା ଓ ଅଗଷ୍ଟିନ୍ ଜର୍ଜ ମାସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣିରେ ସ୍ପଷ୍ଟ କରିଥିଲେ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଅନୁସାରେ ଏବେବି ଦିଲ୍ଲୀର ବିଭିନ୍ନ ସ୍ଥାନରେ AQI 450ରୁ ଅଧିକ ରହିଛି । ପ୍ରଦୂଷଣ ପ୍ରଭାବରେ ଦିଲ୍ଲୀ ରାଜପଥରେ ଭିଜିବିଲିଟି ହ୍ରାସ ପାଇଛି । ଯୁଆଡେ ଚାହିଁଲେ ଧୂଆଁଧୂଆଁ ଦିଶୁଛି ବାୟୁ ମଣ୍ଡଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delhi government to submit report on air pollution situation in Delhi and NCR | Argus News