Delhi drone ban August 15 / ଅଗଷ୍ଟ ୧୫ ପୂର୍ବରୁ ଦିଲ୍ଲୀରେ ହାଇ ଆଲର୍ଟ! ଡ୍ରୋନ୍ ସମେତ ଅନ୍ୟ ବାୟୁ ଉପକରଣ ଲାଗିଲା ସମ୍ପୂର୍ଣ୍ଣ ନିଷେଧାଦେଶ
·1 hour ago·2 min read

Key Points
ଦିଲ୍ଲୀ ପୋଲିସ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛି ଯେ ଯଦି କୌଣସି ବ୍ୟକ୍ତି ପ୍ରତିବନ୍ଧିତ ଅବଧି ମଧ୍ୟରେ ଆଦେଶ ଉଲ୍ଲଂଘନ କରୁଥିବାର ଦେଖାଯାଏ, ତାହେଲେ CrPC ଧାରା ୨୨୩ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Independence Day 2026 Delhi security alert: ସ୍ୱାଧିନତା ଦିବସ ପାଳନ ପୂର୍ବରୁ ରାଷ୍ଟ୍ରୀୟ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ, ଏକ ବଡ଼ ନିଷ୍ପତ୍ତି ନେଇଛି ଦିଲ୍ଲୀ ପୋଲିସ। ଆସନ୍ତାକାଲି (ଅଗଷ୍ଟ ୨) ଠାରୁ ୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀରେ ଡ୍ରୋନ୍ ସମେତ ବାୟୁରେ ଉଡୁଥିବା ଅନ୍ୟ ସମସ୍ତ ଉପକରଣ ଉଡ଼ାଣକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଧାରା ୧୬୩ ଅନୁଯାୟୀ ଦିଲ୍ଲୀ ପୋଲିସ କମିଶନର ଅନୁରାଗ କୁମାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ସ୍ୱାଧିନତା ଦିବସ ପାଳନ ଅବସରରେ କୌଣସି ପ୍ରକାରର ଅପ୍ରୀତିକର ଘଟଣା ଘଟିବାକୁ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏପରି ନିଷ୍ପତ୍ତି ନିଆଯାଇଥିବା ପୋଲିସ କହିଛି।
ଦିଲ୍ଲୀ ପୋଲିସ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ, ଏହି ସମୟ ମଧ୍ୟରେ, ଡ୍ରୋନ୍ ସହିତ ଜଡିତ ସମସ୍ତ କାର୍ଯ୍ୟକଳାପ ଯଥା UAV (Unmanned Aerial Vehicle) ଏବଂ UAS (Unmanned Aircraft System), କ୍ୱାଡକପ୍ଟର (Quadcopter), ପାରାଗ୍ଲାଇଡର୍ (Para Glider), ପାରାମୋଟର (Para Motor), ହ୍ୟାଙ୍ଗ ଗ୍ଲାଇଡର୍ (Hang Glider), ମାଇକ୍ରୋଲାଇଟ୍ ବିମାନ (Microlight Aircraft), ଦୂରରୁ ନିୟନ୍ତ୍ରିତ ହେଉଥିବା ପାଇଲଟେଡ୍ ବିମାନ (Remotely Piloted Aircraft), ହଟ୍ ଏୟାର ବେଲୁନ୍ (Hot Air Balloon), ଛୋଟ ପାୱାର୍ଡ ବିମାନ (Small Powered Aircraft) ଏବଂ ବିମାନରୁ ପାରାଜମ୍ପିଂ (Para Jumping From Aircraft) ଭଳି କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ନିଷେଧ କରାଯିବ। ଏହାର ଅର୍ଥ ହେଉଛି ଏହି ଉପକରଣକୁ ରାଜଧାନୀର ଆକାଶରେ ଉଡ଼ିବାକୁ ଅନୁମତି ଦିଆଯିବ ନାହିଁ।
ଏହା ସହ ପଢନ୍ତୁ: ହାଇଦ୍ରାବାଦ ବିମାନବନ୍ଦରରୁ ୭୦ ଡ୍ରୋନ ଜବତ
ନିୟମ ଉଲ୍ଲଂଘନ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ!
ଦିଲ୍ଲୀ ପୋଲିସ କହିବା ଅନୁଯାୟୀ, ଗୁଇନ୍ଦା ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଅସାମାଜିକ ତତ୍ତ୍ୱ କିମ୍ବା ଆତଙ୍କବାଦୀ ଡ୍ରୋନ୍ ଏବଂ ଅନ୍ୟାନ୍ୟ ଛୋଟ ଧରଣର ଉପକରଣ ଯାହା ଆକାଶରେ ଉଡ଼ିବାକୁ ସକ୍ଷମ, ତାହାକୁ ବ୍ୟବହାର କରି ସାଧାରଣ ନାଗରିକ, ଭିଆଇପି, ସମ୍ବେଦନଶୀଳ ସରକାରୀ କୋଠା ଏବଂ ସ୍ୱାଧିନତା ଦିବସ ପାଳନକୁ ଟାର୍ଗେଟ କରିବାକୁ ଚେଷ୍ଟା କରିପାରନ୍ତି। ଏପରି କୌଣସି ଧରଣର ବିପଦକୁ ଆଗୁଆ ରୋକିବା ପାଇଁ ଏହି ପ୍ରତିବନ୍ଧକ ଲଗାଯାଇଛି।
ପ୍ରତିବର୍ଷ ସ୍ୱାଧିନତା ଦିବସ ଅବସରରେ ଲାଲକିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥାଏ। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଏବଂ ଉପସ୍ଥିତ ବହୁ ସଂଖ୍ୟକ ଭିଆଇପି, ବିଦେଶୀ ଅତିଥି ଏବଂ ସାଧାରଣ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ଦିଲ୍ଲୀ ପୋଲିସ, କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା ଏବଂ ଅନ୍ୟାନ୍ୟ ବାହିନୀ କଠୋର ସତର୍କତା ଅବଲମ୍ବନ କରୁଛନ୍ତି। ଏହି ସୁରକ୍ଷା ବ୍ୟବସ୍ଥାର ଅଂଶ ସ୍ୱରୂପ, ଏଥର ମଧ୍ୟ ଡ୍ରୋନ୍ ଏବଂ ଅନ୍ୟାନ୍ୟ ଆକାଶରେ ଉଡୁଥିବା ବିଭିନ୍ନ ଉପକରଣକୁ ଅସ୍ଥାୟୀ ଭାବରେ ପ୍ରତିବନ୍ଧିତ କରାଯାଇଛି।
ଦିଲ୍ଲୀ ପୋଲିସ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛି ଯେ ପ୍ରତିବନ୍ଧିତ ସମୟ ମଧ୍ୟରେ ଏହି ଆଦେଶ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଧାରା ୨୨୩ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଆଦେଶ ଅଗଷ୍ଟ ୨ ତାରିଖ ରବିବାର ଠାରୁ କାର୍ଯ୍ୟକାରୀ ହେବ ଏବଂ ଏହା ୧୬ ଅଗଷ୍ଟ ପ୍ରର୍ଯ୍ୟନ୍ତ ଲାଗୁ ରହିବ। ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏଭଳି ପରିସ୍ଥିତିରେ ଦିଲ୍ଲୀ ଆସୁଥିବା ଲୋକ, ଡ୍ରୋନ୍ ଅପରେଟର, ଫଟୋଗ୍ରାଫର ଏବଂ ଦୁଃସାହସିକ କାର୍ଯ୍ୟକଳାପରେ ଜଡି଼ତ ଲୋକଙ୍କୁ ଏହି ଆଦେଶ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Delhi drone ban August 15Delhi Police UAV flying restrictionIndependence Day security arrangements DelhiIndependence Day 2026 Delhi security alertDelhi high alert August 15 2026Delhi Police Section 163 BNSS drone orderNo flying zone Delhi Independence Day 2026Delhi Police bans paragliders quadcopters August 2 to 16Delhi aerial platform prohibition August 2026