Police Attacked / ଘରୋଇ କଳି ତୁଟାଇବାକୁ ଡାକିଥିଲା ପୋଲିସ; ଥାନାରେ ୯ ଜଣଙ୍କୁ ଘାଇଲା କଲା ଅଭିଯୁକ୍ତ
·17 mins ago·2 min read

Key Points
ଥାନା ଭିତରେ ଛୁରା ଭୁସି ୯ ଜଣ ପୋଲିସ କର୍ମଚାରୀଙ୍କୁ ରକ୍ତାକ୍ତ କରି ପକାଇଛି ଅଭିଯୁକ୍ତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ଜାମା ମସଜିଦ୍ ଥାନାରେ ।
ନୂଆଦିଲ୍ଲୀ: ମାଆ ଓ ଭଉଣୀ ସହ ଘରେ କଳି କରୁଥିଲା । ଯାହାକୁ ନେଇ ମାଆ ଓ ଭଉଣୀ ଥାନାରେ ଅଭିଯୋଗ କରିଥିଲେ । ଏତଲା ପରେ ପୋଲିସ ଅଭିଯୁକ୍ତକୁ ଥାନାକୁ ଡାକି ପଚରାଉଚରା କରିବା ବେଳେ ସେ ଛୁରାମାଡ଼ କରିଛି । ଥାନା ଭିତରେ ଛୁରା ଭୁସି ୯ ଜଣ ପୋଲିସ କର୍ମଚାରୀଙ୍କୁ ରକ୍ତାକ୍ତ କରି ପକାଇଛି ଅଭିଯୁକ୍ତ ।
ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ଜାମା ମସଜିଦ୍ ଥାନାରେ । ଅଭିଯୁକ୍ତର ଆକ୍ରମଣରେ ମୋଟ ୯ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଗୁରୁତରଙ୍କୁ ଗଙ୍ଗାରାମ ହସ୍ପିଟାଲ୍ ସହ ଅନ୍ୟମାନଙ୍କୁ ସଞ୍ଜିହନୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।
ଏଥିସହ ପଢ଼ନ୍ତୁ: ହିନ୍ଦୁ ପରିଚୟ ଦେଇ ୬ ମହିଳାଙ୍କୁ ବିବାହ, ଏମିତି ଅହମ୍ମଦର ଚାଲ୍ ଧରାପଡ଼ିଲା
ଘଟଣା କ'ଣ ?
ଅଭିଯୋଗ ଅନୁସାରେ, ଅଭିଯୁକ୍ତ ନବୀଲ ଘରେ ମାଆ ଓ ଭଉଣୀକୁ ହଇରାଣ କରୁଥିଲା । ଏନେଇ ଏତଲା ପରେ ପୋଲିସ ନବୀଲକୁ ଥାନାକୁ ଡାକିଥିଲା । ସୋମବାର ଦ୍ଵି ପ୍ରହର ପ୍ରାୟ ସାଢ଼େ ୨ଟା ବେଳେ ନବୀଲକୁ ପଚରାଉଚରା ବେଳେ ସେ ହଠାତ୍ ଏକ ଧାରୁଆ ଛୁରିରେ ପୋଲିସକୁ ଆକ୍ରମଣ କରିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଛୁରାମାଡ଼ ପରେ ବାଇକ୍ ଚୋରି
ଥାନା ଭିତରେ ନବୀଲର ଛୁରାମାଡ଼ରେ ୨ ଜଣ ପୋଲିସ ଏସ୍ଆଇ, ୨ ଜଣ ହେଡ୍ କନଷ୍ଟେବଳ ଓ ଜଣେ ଏଏସ୍ଆଇ ଆହତ ହୋଇଛନ୍ତି । ଛୁରାମାଡ଼ ପରେ ନବୀନ ଏକ ବାଇକ୍ ଚୋରି କରି ଖସି ପଳାଇଥିଲା । ସଙ୍ଗେ ସଙ୍ଗେ ଆଲର୍ଟ ପରେ ସେଣ୍ଟ୍ରାଲ୍ ଡିଷ୍ଟ୍ରିକ୍ଟ ଅପରେସନ୍ ୟୁନିଟ୍ ତାର ପିଛା କରିଥିଲା ।
ପୋଲିସ ପିଛା କରିବା ବେଳେ ଚିତଲି କବର ଅଞ୍ଚଳରେ ନବୀଲ ପୁଣି ଥରେ ଛୁରାମାଡ଼ କରିଛି । ଦ୍ଵିତୀୟଥର ନବୀଲର ଛୁରାମାଡ଼ରେ ଆଉ ୪ ଜଣ ପୋଲିସ ଆହତ ହୋଇଛନ୍ତି । ଏଭଳି ଭାବେ ନବୀଲର ଆକ୍ରମଣରେ ମୋଟ ୯ ଜଣ ପୋଲିସ କର୍ମଚାରୀ ଗୁରୁତର ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି ।
ଅଭିଯୁକ୍ତକୁ ଅଟକାଇବା ଓ ଆତ୍ମରକ୍ଷା ପାଇଁ ଦିଲ୍ଲୀ ପୋଲିସ ନବୀଲ ଉପରକୁ ପ୍ରାୟ ୬ ରାଉଣ୍ଡ ଗୁଳିମାଡ଼ କରିଛି । ଅଭିଯୁକ୍ତ ନବୀଲର ଦୁଇ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ମାମଲାରେ ପୋଲିସର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।
ଏଥିସହ ପଢ଼ନ୍ତୁ: ସଲମାନଙ୍କୁ ବିବାହ କରିବାକୁ ଚାହାନ୍ତି ଏହି ଅଭିନେତ୍ରୀ, କ୍ୟାମେରା ସାମ୍ନାରେ କଲେ ଖୁଲାସା
ଆକ୍ରମଣ ପଛରେ ଆତଙ୍କୀ ଲିଙ୍କ୍ !

ଦିଲ୍ଲୀ ପୋଲିସ ଅନୁସାରେ, ଜାମା ମସଜିଦ ଥାନା ମାମଲାରେ ଏବେ ସୁଦ୍ଧା ହୋଇଥିବା ତଦନ୍ତରେ କୌଣସି ଆତଙ୍କବାଦୀ ଆଙ୍ଗେଲ୍ ମିଳିନାହିଁ । ପାରିବାରିକ ଝଗଡ଼ାକୁ ନେଇ ନବୀଲକୁ ଥାନାକୁ ପଚରାଉଚରା ପାଇଁ ଡକା ଯାଇଥିଲା । ନବୀଲ ସାଙ୍ଗରେ ଛୁରା ନେଇ ଆସିଥିଲା, ଥାନାରେ ଯାହାକୁ ପାଇଲା ଛୁରି ଭୁସିଥିଲା । ଏପରିକି ଛୁରାମାଡ଼ ବେଳେ ମୋତେ ଡାକିବାକୁ କିଭଳି ସାହସ କଲ ବୋଲି ନବୀଲ ଚିତ୍କାର କରିଥିଲା ।