Videos
|
National

Crime News / ପୋଲିସ ପରିଚୟ ଦେଇ... କାଲକାଜୀ ନିକଟ ଆସ୍ଥା କୁଞ୍ଜ ପାର୍କରେ ଗଣଦୁଷ୍କର୍ମ !

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ପୋଲିସ ପରିଚୟ ଦେଇ... କାଲକାଜୀ ନିକଟ ଆସ୍ଥା କୁଞ୍ଜ ପାର୍କରେ ଗଣଦୁଷ୍କର୍ମ !
Minor Allegedly Gang-Raped by Men Posing as Police Officers

Key Points

ସୋମବାର ସନ୍ଧ୍ୟାରେ ଆସ୍ଥା କୁଞ୍ଜ ପାର୍କରେ ୩ ଜଣ ଯୁବକ ନିଜକୁ ପୋଲିସ ପରିଚୟ ଦେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମାମଲାରେ ପୋଲିସ ମୋଟ ୩ ଜଣଙ୍କୁ ଗିରଫ କରିଛି ।
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ବ୍ୟସ୍ତବହୁଳ ଅଞ୍ଚଳରେ ଲଜ୍ଜା । ପାର୍କରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ । ଦକ୍ଷିଣପୂର୍ବ ଦିଲ୍ଲୀର କାଲକାଜୀ ଅଞ୍ଚଳରେ ସୋମବାର ସନ୍ଧ୍ୟାରେ ଅଭାବନୀୟ ଲଜ୍ଜାଜନକ ଘଟଣା ଘଟିଛି ।

ଅଭିଯୋଗ ଅନୁସାରେ, ଜଣେ ୧୭ ବର୍ଷର ଝିଅ ସହ ଗଣଦୁଷ୍କର୍ମ ହୋଇଛି । ସୋମବାର ସନ୍ଧ୍ୟାରେ ଆସ୍ଥା କୁଞ୍ଜ ପାର୍କରେ ୩ ଜଣ ଯୁବକ ନିଜକୁ ପୋଲିସ ପରିଚୟ ଦେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମାମଲାରେ ପୋଲିସ ମୋଟ ୩ ଜଣଙ୍କୁ ଗିରଫ କରିଛି ।

ଏଥିସହ ପଢ଼ନ୍ତୁ: "ସ୍ପେଶାଲ୍ ସର୍ଭିସେସ୍" ନାଁରେ ଗେଷ୍ଟ ହାଉସରେ ଚାଲିଥିଲା ଅନୈତିକ କାର୍ଯ୍ୟକଳାପ, ଅଚାନକ ଚଢାଉ କଲା ପୋଲିସ୍ 

ପୋଲିସ ଅନୁସାରେ, ନାବାଳିକା ଜଣଙ୍କ ତାଙ୍କର ଜଣେ ବନ୍ଧୁଙ୍କ ସହ ସୋମବାର ସନ୍ଧ୍ୟାରେ କାଲକାଜୀ ମନ୍ଦିର ଯାଇଥିଲେ । ମନ୍ଦିରରେ ସନ୍ଧ୍ୟା ୭ଟା ସମୟରେ ପୂଜାର୍ଚ୍ଚନା ପରେ ଉଭୟ ନିକଟରେ ଥିବା ଆସ୍ଥା କୁଞ୍ଜ ପାର୍କକୁ ପ୍ରାୟ ସାଢ଼େ ୭ଟା ବେଳେ ଯାଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନାବାଳିକା ଓ ତାଙ୍କ ପୁରୁଷ ବନ୍ଧୁ ଏକାଠି ବସିଥିବା ବେଳେ ୩ ଯୁବକ ଆସିଥିଲେ । ୩ ଯୁବକଙ୍କ ବୟସ ୨୫ରୁ ୩୦ ବର୍ଷ ହୋଇଥିବା ବେଳେ ସେମାନେ ନିଜକୁ ପୋଲିସ ପରିଚୟ ଦେଇଥିଲେ । ପୁଅ ଓ ଝିଅଙ୍କୁ ୩ ଯୁବକ ଧମକାଇବା ସହିତ ପାର୍କ ଭିତରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି ।

ପୋଲିସ ଅନୁସାରେ, ୩ ଯୁବକଙ୍କ ମଧ୍ୟରୁ ଜଣେ ନାବାଳିକାଙ୍କ ପୁରୁଷ ବନ୍ଧୁକୁ ଧରି ରଖିଥିଲେ । ଅନ୍ୟ ୨ ଜଣ ନାବାଳିକାଙ୍କ ସହ ଅସଦାଚରଣ କରିଥିଲେ । କାହାରିକୁ କିଛି ଜଣାଇଲେ ପୁରୁଷ ବନ୍ଧୁଙ୍କୁ ଗିରଫ କରିନେବାକୁ ଧମକ ଦେଇ ପାର୍କ ଛାଡ଼ି ପଳାଇଥିଲେ ।

ରାତି ପ୍ରାୟ ୮ଟା ୪୫ ସମୟରେ PCRକୁ କଲ୍ ଆସିଥିଲା । ଯାହା ପରେ ପୋଲିସ ଟିମ୍ ପହଞ୍ଚିଥିଲା । ନାବାଳିକାଙ୍କୁ ମେଡିକାଲ୍ ନିଆଯିବା ସହ ୧୭ ବର୍ଷୀୟ ପୁରୁଷ ବନ୍ଧୁଙ୍କ ବୟାନ ରେକର୍ଡ କରାଯାଇଛି । ପୋକ୍ସ ଆକ୍ଟ ସହ BNS ଧାରାରେ ପୋଲିସ ମାମଲା ରୁଜୁ କରିଛି ।

ଏଥିସହ ପଢ଼ନ୍ତୁ: ଚୌଦ୍ବାର ଜେଲ୍‌ ଅଧୀକ୍ଷକ ସୁଜିତ ରାଉଳ ଗିରଫ, ନିଜ ଜେଲରେ ନିଜେ ହେଲେ କଏଦୀ 

ଦିଲ୍ଲୀ ପୋଲିସ ଏହି ମାମଲାରେ ପ୍ରଥମେ ଜଣଙ୍କୁ ଗିରଫ କରିଥିଲା । ପରେ ଆଉ ୨ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫମାନେ ହେଉଛନ୍ତି ଆସିଫ, ହେମନ୍ତ ଓ ତାର ସାନ ଭାଇ । ମଙ୍ଗଳବାର ସକାଳେ ଅମର କଲୋନୀରେ ଆସିଫକୁ ଟ୍ରାକ୍ କରିଥିଲା ପୋଲିସ । ଧରିବାକୁ ଯିବାବେଳେ ପୋଲିସ ଉପରକୁ ଆସିଫ୍ ଗୁଳିମାଡ଼ କରିଥିଲେ । ଗୁଳି ବିନିମୟ ପରେ ଆସିଫକୁ ପୋଲିସ ଆହତ ଅବସ୍ଥାରେ ଗିରଫ କରି ମେଡିକାଲ୍‌ରେ ଭର୍ତ୍ତି କରିଛି ।