Bomb Threat / ବୋମାରେ ସ୍କୁଲ-କୋର୍ଟ ଉଡ଼ାଇବାକୁ ଦେଉଥିଲା ଧମକ; ମାଡ଼ି ବସିଲା ଦିଲ୍ଲୀ ପୋଲିସ
·2 days ago·2 min read

Key Points
କେତେବେଳେ ସ୍କୁଲ ତ କେତେବେଳେ କଲେଜ
ଗୋଟିଏ ପରେ ଗୋଟିଏ ଦେଉଥିଲା ମିଛ ବୋମା ଧମକ
ଶେଷରେ ଅଭିଯୁକ୍ତକୁ ଗିରଫ କରିଛି ଦିଲ୍ଲୀ ପୋଲିସ

ଗତ କିଛି ଦିନ ଧରି ଦେଶର ବିଭିନ୍ନ ସ୍ଥାନରୁ ବୋମା ଧମକ ଆସୁଥିଲା । କେତେବେଳେ କୌଣସି ସ୍କୁଲ ତ କେତେବେଳେ ହାଇକୋର୍ଟ ଓ ସରକାରୀ କାର୍ଯ୍ୟାଳୟକୁ ବୋମାରେ ଉଡ଼ାଇବାକୁ ଧମକ ଆସୁଥିଲା । ଏଥିଲାଗି ନାକେଦମ ହୋଇଥିଲେ ସୁରକ୍ଷା ଏଜେନ୍ସି । ଦିନରାତି ଏଜେନ୍ସିଗୁଡ଼ିକ ହାଇ ଆଲର୍ଟରେ ଥିଲେ । ଏହି ମିଥ୍ୟା ବୋମା ଧମକ ଦେଉଥିବା ଅଭିଯୁକ୍ତ ଶେଷରେ ଧରାପଡ଼ିଛି । ଦିଲ୍ଲୀ ପୋଲିସ ୪୭ ବର୍ଷୀୟ ଅଭିଯୁକ୍ତ ଶ୍ରୀନିବାସ ଲୁଇସକୁ କର୍ଣ୍ଣାଟକରୁ ଗିରଫ କରିଛି ।
ଦିଲ୍ଲୀ ପୋଲିସ କର୍ଣ୍ଣାଟକ ମହୀଶୂରର ଏକ ଘର ଉପରେ ଚଢାଉ ବେଳେ ଏହି ଅଭିଯୁକ୍ତକୁ ଗିରଫ କରିଛି । ଶ୍ରୀନିବାସ ଗୋଟିଏ କି ଦୁଇଟି ନୁହେଁ, ପ୍ରାୟ ୧୧୦୦ରୁ ଅଧିକ ବୋମା ଧମକ ଦେଇ ଦେଶ ସାରା ହଇଚଇ ସୃଷ୍ଟି କରିଥିଲା । ପୋଲିସ ସହରର ବୃନ୍ଦାବନ ଲେଆଉଟ୍ ସ୍ଥିତ ଏକ ଘର ଉପରେ ଚଢାଉ କରି ଅଭିଯୁକ୍ତ ଶ୍ରୀନିବାସ ଓରଫ ଶ୍ରୀନିବାସ ଲୁଇସକୁ ଗିରଫ କରିଛି ।
୧୧୦୦ରୁ ଊର୍ଦ୍ଧ୍ଵ ବୋମା ଧମକ
ଦିଲ୍ଲୀ ପୋଲିସ ଏକ ବିଶେଷ ସୂତ୍ରରୁ ଖବର ପାଇବା ପରେ ଅପରେସନ ଆରମ୍ଭ କରିଥିଲା । ଗିରଫ ସମୟରେ ଶ୍ରୀନିବାସଠାରୁ ଲାପଟପ୍ ଓ ଏକାଧିକ ସିମ୍ କାର୍ଡ ଜବତ ହୋଇଛି । ପଚରାଉଚରା ସମୟରେ ଜଣାପଡ଼ିଥିଲା ଯେ ସେ ଦେଶ ସାରା ପ୍ରାୟ ୧୧୦୦ରୁ ଅଧିକ ବୋମା କଲ୍ ଓ ମେସେଜ ପଠାଇଛି । ନିକଟରେ ମହୀଶୂର ସମେତ ଦେଶର ଅନେକ ହାଇକୋର୍ଟ, ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟକୁ ବୋମାରେ ଉଡ଼ାଇବାକୁ ଧମକ ଦେଇଥିଲା ଶ୍ରୀନିବାସ । ଏହି ଧମକଗୁଡ଼ିକ ଇମେଲ୍ ଜରିଆରେ ପଠାଯାଇଥିଲା । ଏହାପରେ ଦେଶର ବିଭିନ୍ନ ପୋଲିସ ଷ୍ଟେସନରେ FIR ରୁଜୁ ହୋଇଥିଲା ।
ପଢନ୍ତୁ ଏହି ଖବର: ଡେଟିଂ ଆପ୍ ହେଲା କାଳ; ମାଡ଼ ମାରିଲେ, ୭ ଲକ୍ଷ ଦେବାକୁ ବାଧ୍ୟ କଲେ
ମାଆ ସହ ରହୁଥିଲା ଅଭିଯୁକ୍ତ
ଦିଲ୍ଲୀ ପୋଲିସର କହିବାନୁସାରେ, ଅଭିଯୁକ୍ତ ଶ୍ରୀନିବାସ ବେଙ୍ଗାଲୁରୁର ଅଧିବାସୀ । ସେ ଅବିବାହିତ ଥିବାବେଳେ ନିଜ ମାଆ ସହିତ ବୃନ୍ଦାବନ ଲେଆଉଟ୍ ଅଞ୍ଚଳର ଏକ ଭଡ଼ାଘରେ ରହୁଥିଲା । ସେ ସ୍ନାତକତ୍ତୋର ହାସଲ କରିଥିବାବେଳେ ଏବେ ବି ବେକାରୀ ଅଛି । ଅଭିଯୁକ୍ତର ମାଆ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ସେ ହିଁ ଘର ଚଳାନ୍ତି । ଶ୍ରୀନିବାସର ଆଉ ଏକ ଭାଇ ଥିବାବେଳେ ସେ ଅଲଗା ରହିଥାଏ ।
କାହିଁକି ଏମିତି କରୁଥିଲା ଅଭିଯୁକ୍ତ ?
ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତ ମାନସିକ ଭାବରେ ବିକୃତ ଥିଲା ଏବଂ ବିଭିନ୍ନ ସ୍ଥାନରେ ନକଲି ବୋମା ଧମକ ପଠାଇ ଭୟ ସୃଷ୍ଟି କରୁଥିଲା । ନିକଟରେ ଦିଲ୍ଲୀ ହାଇକୋର୍ଟର ଜଣେ ବିଚାରପତି ଏକ ନକଲି ବୋମା ଧମକ ବାର୍ତ୍ତା ପାଇବା ପରେ ଏକ ଅଭିଯୋଗ ଆଣିଥିଲେ । ଦିଲ୍ଲୀର ସିଇଏନ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିଲା । ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଦିଲ୍ଲୀ ପୋଲିସ ଅଭିଯୁକ୍ତକୁ ଧରିବା ଲାଗି ତନାଘନା ଆରମ୍ଭ କରିଥିଲା । ଶନିବାର ସକାଳେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା ଏବଂ ବିଚାରପତିଙ୍କ ସମ୍ମୁଖରେ ହାଜର କରାଯିବା ପରେ ପୋଲିସ ହେପାଜତକୁ ନିଆଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories