NEET Protest Misinformation / NEET ଆନ୍ଦୋଳନକୁ ନେଇ ଚାଲିଥିଲା ଗୁଜବ ପ୍ରଚାର, ୪୮୦ଟି ସୋସିଆଲ ମିଡିଆ ଆକାଉଣ୍ଟ ବ୍ଲକ କଲା ଦିଲ୍ଲୀ ପୋଲିସ
·1 month ago·2 min read

Key Points
NEET ବିବାଦରେ ଗୁଜବ ପ୍ରଚାର ଅଭିଯୋଗ
ଦିଲ୍ଲୀ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ
୪୮୦ ଆକାଉଣ୍ଟ ଉପରେ ଆକ୍ସନ
ଦିଲ୍ଲୀ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ
୪୮୦ ଆକାଉଣ୍ଟ ଉପରେ ଆକ୍ସନ
ଜୁଲାଇ ୨୦ ତାରିଖରେ CJPର ଆନ୍ଦୋଳନ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଉଠୁଥିବା ପ୍ରଶ୍ନ ମଧ୍ୟରେ ସୋସିଆଲ ମିଡିଆରେ ଅନେକ ଭିଡିଓ ଓ ଦାବି ଭାଇରାଲ ହୋଇଥିଲା । ଏହାକୁ ନେଇ ଦିଲ୍ଲୀ ପୋଲିସ ଏକ ବଡ଼ ସୂଚନା ଦେଇଛି । ଦିଲ୍ଲୀ ପୋଲିସ କହିଛି ଯେ ଏହି ବିଷୟବସ୍ତୁର କିଛି ଅଂଶ ପାକିସ୍ତାନରୁ ପରିଚାଳିତ ସୋସିଆଲ ମିଡିଆ ନେଟୱାର୍କ ମାଧ୍ୟମରେ ପ୍ରସାରିତ ହେଉଥିଲା ।
ଦିଲ୍ଲୀ ପୋଲିସ ଅନୁଯାୟୀ, ପାକିସ୍ତାନରୁ ପରିଚାଳିତ ୪୮୦ଟି ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ଚିହ୍ନଟ କରାଯାଇଛି । ପୋଲିସ କହିଛି ଯେ ଏହି ଆକାଉଣ୍ଟଗୁଡ଼ିକ କ୍ରମାଗତ ଭାବରେ ଗୁଜବ ଏବଂ ଭୁଲ ସୂଚନା ପ୍ରସାର କରୁଥିଲେ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଏହି ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ଲକ୍ କରାଯାଇଛି ।
ପୋଲିସର ଦାବି ଅନୁସାରେ, ଏହି ବିଦେଶୀ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକର ଉଦ୍ଦେଶ୍ୟ ଥିଲା ବିଶେଷ କରି ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ଭ୍ରମିତ କରିବା । ପ୍ରଦର୍ଶନ ସମ୍ବନ୍ଧୀୟ ମାମଲାରେ ଭୁଲ ଓ ଅପ୍ରମାଣିତ ତଥ୍ୟ ପ୍ରଚାର କରି ଭ୍ରମିତ କରିବାର ଚେଷ୍ଟା ହେଉଥିବା ପୋଲିସ କହିଛି ।
ଅଧିକ ପଢ଼ନ୍ତୁ: ଭାରତକୁ ପୁଣି ଟ୍ରମ୍ପ ଝଟକା, ଲାଗୁ ହେଲା ୧୦% ଅତିରିକ୍ତ ଟିକସ; ଏହି ଦିନଠୁ ହେବ ଲାଗୁ
ଦିଲ୍ଲୀ ପୋଲିସ ଛାତ୍ର ଓ ଯୁବକମାନଙ୍କୁ ସୋସିଆଲ ମିଡିଆରେ ମିଳୁଥିବା ସୂଚନା ନେଇ ସତର୍କ ରହିବାକୁ ଅପିଲ୍ କରିଛି। କୌଣସି ବିଦେଶୀ କିମ୍ବା ଅଜଣା ଆକାଉଣ୍ଟରୁ ଆସୁଥିବା ଖବରକୁ ଯାଞ୍ଚ ନକରି ବିଶ୍ୱାସ କିମ୍ବା ସେୟାର ନକରିବାକୁ ପରାମର୍ଶ ଦିଆଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋଲିସ ଲୋକମାନଙ୍କୁ କେବଳ ଯାଞ୍ଚ ଏବଂ ସରକାରୀ ସୂଚନା ଉପରେ ନିର୍ଭର କରିବାକୁ ଅନୁରୋଧ କରିଛି। ସେମାନେ ଦାୟିତ୍ବପୂର୍ଣ୍ଣ ଭାବରେ ସୋସିଆଲ ମିଡିଆ ବ୍ୟବହାର କରିବା ଏବଂ ଗୁଜବକୁ ଏଡାଇବା ପାଇଁ ମଧ୍ୟ ପରାମର୍ଶ ଦିଅନ୍ତି ।
ତେବେ ଏହି ସମସ୍ତ ଆକାଉଣ୍ଟ ପୂର୍ବରୁ ଅପରେସନ୍ ସିନ୍ଦୂର ସମୟରେ ମଧ୍ୟ ସକ୍ରିୟ ଥିଲେ । ଏବେ ନିଟ୍ ଆନ୍ଦୋଳନ ବେଳେ ମିଥ୍ୟା ତଥ୍ୟ ପୋଷ୍ଟ କରି ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରାଯାଉଥିଲା । ମିଛ ଖବର ପ୍ରସାରଣ କରି ଭାରତରେ ଅଶାନ୍ତି ସୃଷ୍ଟି କରିବା ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା । ସେପଟେ କୌଣସି ଅଜଣା ହ୍ୟାଣ୍ଡେଲ୍ କିମ୍ବା ସନ୍ଦେହଜନକ ଭିଡିଓ ଦ୍ୱାରା ପ୍ରଭାବିତ ହୁଅନ୍ତୁ ନାହିଁ । କୌଣସି ପୋଷ୍ଟ ଶେୟାର କରିବା ପୂର୍ବରୁ ତାହାର ସତ୍ୟାସତ୍ୟ ଯାଞ୍ଚ କରିବା ଦିଲ୍ଲୀ ପୋଲିସ ଅପିଲ କରିଛି ।

Related Topics
Explore more stories