Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିଲ୍ଲୀରେ ଆଇଏସଆଇ ଆତଙ୍କବାଦୀ ନେଟୱାର୍କର ପର୍ଦ୍ଦାଫାଶ; ୭ ଗିରଫ

National

Delhi ISI Module Busted / ଦିଲ୍ଲୀରେ ଆଇଏସଆଇ ଆତଙ୍କବାଦୀ ନେଟୱାର୍କର ପର୍ଦ୍ଦାଫାଶ; ୭ ଗିରଫ

Subhramjit Ray
Browse all articles by Subhramjit Ray
·2 hours ago·2 min read
ଦିଲ୍ଲୀରେ ଆଇଏସଆଇ ଆତଙ୍କବାଦୀ ନେଟୱାର୍କର ପର୍ଦ୍ଦାଫାଶ; ୭ ଗିରଫ
Delhi ISI Module Busted

Key Points

ପୋଲିସ କହିବା ଅନୁଯାୟୀ, ଏହି ଗ୍ୟାଙ୍ଗ ପାକିସ୍ତାନରୁ ପଞ୍ଜାବ ଦେଇ ଅବୈଧ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ନିଶାଦ୍ରବ୍ୟ ଆମଦାନୀ କରି ଦିଲ୍ଲୀ-ଏନସିଆର କ୍ଷେତ୍ରକୁ ଯୋଗାଣ କରୁଥିଲା। ଅପରେସନ ସମୟରେ ପୋଲିସ ୫ ପିସ୍ତଲ, ୪୧ ଜୀବନ୍ତ ଗୁଳି, ୭ ମୋବାଇଲ୍ ଫୋନ୍ ଏବଂ ଗୋଟିଏ ସ୍କୋର୍ପିଓ ଜବତ କରିଛି।
Pakistan ISI terror network Delhi: ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍ ଏକ ପ୍ରମୁଖ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଏବଂ ଅପରାଧୀ ନେଟୱାର୍କର କରିଛି ପର୍ଦ୍ଦାଫାଶ୍। ଏହି ମାମଲାରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି। ଏହି ସମସ୍ତ ଅଭିଯୁକ୍ତ ପାକିସ୍ତାନରେ ରହୁଥିବା ଶହଜାଦ ଭଟ୍ଟି ଏବଂ ତାହାର ସହଯୋଗୀ ଅଜମଲ ଗୁଜ୍ଜର ନିର୍ଦ୍ଦେଶରେ କାମ କରୁଥିଲେ। ଅଭିଯୁକ୍ତଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି।

ପୋଲିସ କହିବା ଅନୁଯାୟୀ, ଏହି ଗ୍ୟାଙ୍ଗ ପାକିସ୍ତାନରୁ ପଞ୍ଜାବ ଦେଇ ଅବୈଧ ଅସ୍ତ୍ରଶସ୍ତ୍ର, ଗୁଳି ଏବଂ ଡ୍ରଗ୍ସ ଆମଦାନୀ କରି ଦିଲ୍ଲୀ-ଏନସିଆ ଅଞ୍ଚଳରେ ଯୋଗାଇଥିଲା। ଅପରେସନ ସମୟରେ ପୋଲିସ ୫ ପିସ୍ତଲ, ୪୧ ଜୀବନ୍ତ ଗୁଳି, ୭ ମୋବାଇଲ୍ ଫୋନ୍ ଏବଂ ଏକ ସ୍କୋର୍ପିଓ ଗାଡ଼ି ମଧ୍ୟ ଜବତ କରିଛି।

ସୋସିଆଲ ମିଡିଆ ମାଧ୍ୟମରେ ଜାଲରେ ଫସୁଥିଲେ ଯୁବକ
ଏହି ଘଟଣାରେ ହୋଇଥିବା ତଦନ୍ତରୁ ଜଣାପଡିଛି ଯେ ଏହି ଗ୍ୟାଙ୍ଗ ସୋସିଆଲ ମିଡିଆ ମାଧ୍ୟମରେ ଯୁବକଙ୍କୁ ଜାଲରେ ଫସାଉଥିଲେ। ସେମାନଙ୍କୁ ଶୀଘ୍ର ଟଙ୍କା ଏବଂ ଅପରାଧ ଜଗତର ଗ୍ଲାମର ପ୍ରତିଶ୍ରୁତି ଦେଇ ତାଙ୍କ ଗ୍ୟାଙ୍ଗ୍ ସହ ଯୋଡୁଥିଲେ। ଏହା ପରେ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଚୋରାଚାଲାଣ ଭଳି କାର୍ଯ୍ୟକଳାପରେ ନିୟୋଜିତ କରାଉଥିଲେ।

ଗତ ମେ ମାସରେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍ ଖବର ପାଇଥିଲା ଯେ ଶହଜାଦ ଭଟ୍ଟି ଏବଂ ଅଜମଲ ଗୁଜ୍ଜର ଦିଲ୍ଲୀ-ଏନସିଆର କ୍ଷେତ୍ରରେ ବଡ଼ ଧରଣର ଅପରାଧ କରିବାର ଷଡଯନ୍ତ୍ର କରୁଛନ୍ତି। ଏହା ପରେ ଦିଲ୍ଲୀ ପୋଲିସ ଏକ ଜାଲ ବିଛାଇ ମୋହିତ ଓରଫ ଯୋଗୀକୁ ଗିରଫ କରିଥିଲା। ପୋଲିସ ଅବୈଧ ଅସ୍ତ୍ରଶସ୍ତ୍ର ଏବଂ ପାକିସ୍ତାନର ହ୍ୟାଣ୍ଡଲର ସହିତ ରହିଥିବା ସମ୍ପର୍କର ପ୍ରମାଣ ମଧ୍ୟ ଜବତ କରିଥିଲା।

ଏହା ସହ ପଢନ୍ତୁ: ୨ ବର୍ଷରେ ସଫା ହୋଇଗଲେ ୨୦ ଆତଙ୍କୀ; ତାଲିକାରେ ଅଛନ୍ତି କିଏ?

ଦିଲ୍ଲୀ ଆଖପାଖ ଅଞ୍ଚଳ ଉପରେ ପକାଇଥିଲେ ନଜର
ଜେରା ବେଳେ ଜଣାପଡ଼ିଥିଲା ​​ଯେ ଗ୍ୟାଙ୍ଗ ସଦସ୍ୟ ଦିଲ୍ଲୀ, ଗାଜିଆବାଦ ଏବଂ ଆଖପାଖ ଅଞ୍ଚଳର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଉପରେ ଗୁଇନ୍ଦାଗିରି କରୁଥିଲେ। ଏହି ସ୍ଥାନର ଫଟୋ ଏବଂ ଭିଡିଓ ପାକିସ୍ତାନରେ ସେମାନଙ୍କ ହ୍ୟାଣ୍ଡଲର ପାଖକୁ ପଠାଯାଉଥିଲା। ପୋଲିସ କହିଛି ଯେ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅନେକ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ଏଡାଇ ଦିଆଯାଇଛି।

ପାକିସ୍ତାନରୁ ଡ୍ରୋନ୍ ମାଧ୍ୟମରେ ପଠାଯାଉଥିଲା ଅସ୍ତ୍ରଶସ୍ତ୍ର
ତଦନ୍ତ ବେଳେ ଏହା ମଧ୍ୟ ଜଣାପଡିଛି ଯେ ଅଭିଯୁକ୍ତ ପଞ୍ଜାବରୁ ଦିଲ୍ଲୀ-ଏନସିଆର ଅଞ୍ଚଳକୁ ଡ୍ରୋନ୍ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଏବଂ ନିଶାଦ୍ରବ୍ୟ ପଠାଉଥିଲେ। ଏହି ନେଟୱାର୍କରେ ସାମିଲ ଥିବା କିଛି ଅଭିଯୁକ୍ତ ବିରୋଧରେ ପୂର୍ବରୁ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି, ଅସ୍ତ୍ରଶସ୍ତ୍ର ଆଇନ ଏବଂ ନିଶା ଚୋରଚାଲଣ ମାମଲା ରୁଜୁ ହୋଇସାରିଛି। ଦିଲ୍ଲୀ ପୋଲିସ ଏବେ ଏହି ଗ୍ୟାଙ୍ଗ ସହ ଜଡ଼ିତ ଫେରାର ଅଭିଯୁକ୍ତ, ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ଏବଂ ଏହି ନେଟୱାର୍କ ସହିତ ଜଡିତ ପାଣ୍ଠିଦାତାଙ୍କୁ ଖୋଜୁଛି। ଏହି ଘଟଣାର ତଦନ୍ତ ଜାରି ରହିଛି। ଆଗାମୀ ଦିନରେ ଆହୁରି ବଡ଼ ଧରଣର ପର୍ଦ୍ଦାଫାଶ ହେବାର ସମ୍ଭାବନା ରହିଥିବା ଦିଲ୍ଲୀ ପୋଲିସ ଅନୁମାନ କରୁଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored