IndiGo Flight Emergency Landing / ଧୂଆଁ ଦେଖାଯିବା ପରେ ବୁବାଇ-ମୁମ୍ବାଇ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ
·1 hour ago·2 min read

Key Points
ଇଣ୍ଡିଗୋ ବିମାନ ପ୍ରାୟ ୮୦ ରୁ ଅଧିକ ଘରୋଇ ଏବଂ ୩୦ ରୁ ଅଧିକ ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳ ଅଭିମୁଖେ ଉଡ଼ାଣ ଭରିଥାଏ। ଏଥିପାଇଁ ଏୟାରବସ୍ A320 ଏବଂ A321 ସିରିଜ୍ ବିମାନ ଏବଂ ATR 72-600 ଟର୍ବୋପ୍ରପ୍ ବିମାନ ବ୍ୟବହାର କରିଥାଏ ଇଣ୍ଡିଗୋ।
Indigo Flight Number IGO1452: ସୋମବାର (ଜୁଲାଇ ୨୭) ଗୁଜୁରାଟର ରାଜକୋଟ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି ଏକ ଇଣ୍ଡିଗୋ ବିମାନ। ଦୁବାଇରୁ ମୁମ୍ବାଇ ଯାଉଥିବା ଏହି ବିମାନରେ ଧୂଆଁ ଦେଖା ଯାଇଥିବାର ଖବର ଆସିଛି। ଯାହା ପରେ ବିମାମକୁ ଜରୁରୀକାଳୀନ ଅବତରଣ କରାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ଏୟାରପୋର୍ଟ ରାଜକୋଟ ସହରରୁ ପ୍ରାୟ ୪୫ କିଲୋମିଟର ଦୂରରେ ଅବସ୍ଥିତ।
ଧୂଆଁ ବାହାରିବା ପରେ ଦୁବାଇ-ମୁମ୍ବାଇ ଇଣ୍ଡିଗୋ ବିମାନ ଜରୁରୀକାଳୀନ ଅବତରଣ କରୁଥିବା ନେଇ ଖବର ପାଇବା ପରେ, ରାଜକୋଟ ବିମାନବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ହାଇ ଆଲର୍ଟ ଜାରି କରିଥିଲେ। ସ୍ଥାନୀୟ ପ୍ରଶାସନ ମଧ୍ୟ ସହଯୋଗ ପାଇଁ ଆଗେଇ ଆସିଥିଲା। ରାଜକୋଟ ବିମାନବନ୍ଦର ରନୱେ ଠାରେ ଜରୁରୀକାଳୀନ ସୁରକ୍ଷା ପ୍ରୋଟୋକଲ ସକ୍ରିୟ କରାଯାଇଛି। ରାଜକୋଟ ଅଗ୍ନିଶମ ବିଭାଗ ପକ୍ଷରୁ ଅନେକ ଯାନ ଏବଂ ପାଣି ଟ୍ୟାଙ୍କର ବିମାନ ବନ୍ଦର ରନୱେ ଟାରେ ନିୟୋଜିତ କରାଯାଇଥିଲା।
ଏହା ସହ ପଢନ୍ତୁ: ଯାତ୍ରା ବେଳେ ବାହାରିଲା ଧୂଆଁ; ଏମରଜେନ୍ସି ଗେଟ୍ ଦେଇ ବାହାରିଲେ ଯାତ୍ରୀ
ସମସ୍ତ ଯାତ୍ରୀ ଅଛନ୍ତି ସୁରକ୍ଷିତ
ରାଜକୋଟ ବିମାନବନ୍ଦର ନିର୍ଦ୍ଦେଶକ ଦିଗନ୍ତ ବୋରା କହିଛନ୍ତି ଯେ, ଦୁବାଇରୁ ମୁମ୍ବାଇ ଯାଉଥିବା ଇଣ୍ଡିଗୋ ବିମାନର କାର୍ଗୋ ହୋଲ୍ଡ ଅଞ୍ଚଳରେ ଧୂଆଁ ଚିହ୍ନଟ ହେବା ପରେ ଏହାକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା। ଏହି ବିମାନ ସୁରକ୍ଷିତ ଭାବରେ ଅବତରଣ କରିଛି ଏବଂ ଏହାର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଯାତ୍ରୀ ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ସୁନିଶ୍ଚିତ କରିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ଏକ ଦଳ ବିମାନବନ୍ଦରରେ ପହଞ୍ଚିଛି। ଆମ୍ବୁଲାନ୍ସ ଏବଂ ଡାକ୍ତରୀ ଦଳ ମଧ୍ୟ ପ୍ରସ୍ତୁତ ଅଛନ୍ତି।
ରାଜକୋଟ ଅନ୍ତର୍ଜାତୀୟ ବିମାନବନ୍ଦର କହିବା ଅନୁଯାୟୀ, ବିମାନର କାର୍ଗୋ ହୋଲ୍ଡ ଅଞ୍ଚଳରେ ଧୂଆଁ ଦେଖାଯାଇଥିଲା। ଯେଉଁ ଇଣ୍ଡିଗୋ ବିମାନରେ ଧୂଆଁ ବାହାରିଥିଲା, ତାହାର ଫ୍ଲାଇଟ୍ ନମ୍ବର ହେଉଛି "IGO1452"। ରାଜକୋଟ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଏହି ବିମାନ ଦୁବାଇରୁ ଉଡ଼ାଣ ଭରିବା ପରେ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିଲା। ଏଥିରେ ମୋଟ ୧୯୪ ଜଣ ଲୋକ ଯାତ୍ରା କରୁଥିଲେ।
ଏହା ସହ ପଢନ୍ତୁ: ଉଡ଼ାଣ ପୂର୍ବରୁ ବନ୍ଦ ହୋଇଗଲା ଇଣ୍ଡିଗୋ ଏସି; ଯାତ୍ରା ବେଳେ ତାତି ଉଠିଲେ ଯାତ୍ରୀ
ଏନେଇ ଇଣ୍ଡିଗୋ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ବିମାନ ପୁଣି ଥରେ କାର୍ଯ୍ୟକ୍ଷମ ହେବା ପାଇଁ ଅନୁମତି ପାଇବା ପୂର୍ବରୁ ଏହାର ଯାଞ୍ଚ କରାଯାଉଛି। ଯାତ୍ରା ସମାପ୍ତ କରିବା ପାଇଁ ଏକ ବିକଳ୍ପ ବିମାନ ବ୍ୟବସ୍ଥା କରାଯାଉଛି। ଏହି ସମୟ ମଧ୍ୟରେ, ଆମେ ଆମର ଯାତ୍ରୀଙ୍କୁ ସହଯୋଗ କରୁଛୁ ଏବଂ ଅପେକ୍ଷା ସମୟକୁ କମ କରିବା ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରୁଛୁ। ଏହି ଅପ୍ରତ୍ୟାଶିତ ପରିସ୍ଥିତି ଯୋଗୁଁ ଆମର ଯାତ୍ରୀଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଆନ୍ତରିକ ଭାବରେ ଦୁଃଖିତ। ଆମର ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି ଇଣ୍ଡିଗୋ କହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
IndiGo Dubai Mumbai flight emergency landingIndiGo flight emergency landing Rajkot AirportIndiGo flight smoke cargo hold RajkotRajkot International Airport emergency landingDubai Mumbai flight diverted RajkotIndiGo flight 6E 1452 emergency landingSmoke warning cargo hold IndiGo planeIndiGo Dubai to Mumbai 194 passengers safe