Videos
|
National

SpiceJet Flight Chaos / ଯାତ୍ରା ବେଳେ ଭୟଭୀତ ହୋଇ ଚିତ୍କାର କରିବାକୁ ଲାଗିଲେ ଯାତ୍ରୀ; ନିଶ୍ୱାସ ନେବା ହୋଇଗଲା କଷ୍ଟ

Subhramjit Ray
Browse all articles by Subhramjit Ray
·30 mins ago·3 min read
ଯାତ୍ରା ବେଳେ ଭୟଭୀତ ହୋଇ ଚିତ୍କାର କରିବାକୁ ଲାଗିଲେ ଯାତ୍ରୀ; ନିଶ୍ୱାସ ନେବା ହୋଇଗଲା କଷ୍ଟ
SpiceJet Flight SG 105

Key Points

୨୦୨୬ ଅଗଷ୍ଟ ୧୧ ତାରିଖରେ, ସ୍ପାଇସଜେଟ ବିମାନ SG 105 ଦିଲ୍ଲୀରୁ ପୁଣେ ଅଭିମୁଖେ ଉଡ଼ାଣ ଭରିଥିଲା। ସେହି ସମୟରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ବିମାନଟି ଦ୍ରୁତ ବେଗରେ ଗରମ ହେବାକୁ ଲାଗିଲା।
Delhi Pune SpiceJet Flight Chaos: ଦିଲ୍ଲୀରୁ ପୁନେ ଅଭିମୁଖେ ଯାତ୍ରା କରୁଥିବା ଏକ ସ୍ପାଇସଜେଟ୍ ବିମାନରେ ଘଟିଯାଇଛି। ଯାହା ଫଳରେ ଯାତ୍ରୀ ଭୟଭୀତ ହୋଇ ଚିତ୍କାର କରିବାରେ ଲାଗିଥିଲେ। ସେମାନେ ବାହାରକୁ ବାହାରି ଯିବା ପାଇଁ ବିମାନର ଚାଳକ ଦଳ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ହେଲେ ବିମାନ ପାଇଲଟ ଏବଂ କ୍ୟାବିନ କ୍ରୁ ଯାତ୍ରୀଙ୍କ କୌଣସି କଥା ଶୁଣିବାକୁ ମନା କରି ଦେଇଥିଲେ। ସବୁକିଛି ଦେଖିବା ସତ୍ତ୍ୱେ, ସେମାନେ ଯାତ୍ରୀଙ୍କ ସମସ୍ୟାଙ୍କୁ ଅଣଦେଖା କରିଥିଲେ। ଜଣେ ଯାତ୍ରୀଙ୍କ ସତର୍କତା ଯୋଗୁଁ ଏକ ବଡ଼ ଦୁର୍ଘଟଣାକୁ ଟାଳି ଦିଆଯାଇଥିଲା। କିଛି ଯାତ୍ରୀ ନିଜ ମୋବାଇଲ୍ ଫୋନ୍‌ରେ ସମଗ୍ର ଘଟଣାକ୍ରମ ଭିଡ଼ିଓ ରେକର୍ଡି଼ କରିଥିଲେ। ଏହି ଭିଡ଼ିଓ ଏବେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହି ବିମାନର ଜଣେ ଯାତ୍ରୀ ସେହି ଭୟଙ୍କର ଦୃଶ୍ୟ ବର୍ଣ୍ଣନା କରିଛନ୍ତି। ସ୍ପାଇସଜେଟ୍ ଏହି ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିଛି।

ତରବରରେ ବିମାନ ଉଡ଼ାଇବା ଯୋଜନାରେ ଥିଲେ ପାଇଲଟ୍
ବିମାନରେ ଯାତ୍ରା କରୁଥିବା ଲେଶପାଲ ଜଲାଘେ କହିଛନ୍ତି ଯେ ବୟସ୍କ ବ୍ୟକ୍ତିଙ୍କ ସମେତ ସମସ୍ତ ଯାତ୍ରୀ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଏହି ଅସୁବିଧା ବାବଦରେ ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନଥିଲା। ଏହା ପରେ ଯାତ୍ରୀ ସ୍ପାଇସଜେଟ୍ ବିରୋଧରେ ହଙ୍ଗାମା କରିବା ସହ ନାରାବାଜି କରିଥିଲେ। ଲେଶପାଲ ଆହୁରି କହିଛନ୍ତି ଯେ ଯାତ୍ରୀ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ସତ୍ତ୍ୱେ, କ୍ୟାପଟେନ୍ ତରବରରେ ବିମାନ ଉଡ଼ାଇବା ଯୋଜନାରେ ଥିଲେ। ଶେଷରେ, ଯେତେବେଳେ ଜଣାପଡିଲା ଯେ ବିମାନରେ ପ୍ରକୃତରେ କୌଣସି ତ୍ରୁଟି ରହିଛି, ସେତେବେଳେ ଯାଇ ଯାତ୍ରୀଙ୍କୁ ତୁରନ୍ତ ବାହାରକୁ ନିଆଯାଇଥିଲା। ଯାହା ଫଳରେ ଏକ ବଡ଼ ବିପର୍ଯ୍ୟୟକୁ ଟାଳି ଦିଆ ଯାଇଥିଲା।


ଫ୍ଲାଇଟ୍ ହୋଇଗଲା ଗରମ; ନିଶ୍ୱାସ ନେବା ହୋଇପଡ଼ିଲା କଷ୍ଟ
ଲେଶପାଲଙ୍କ କହିବା ଅନୁଯାୟୀ, ୨୦୨୬ ଅଗଷ୍ଟ ୧୧ ତାରିଖରେ, ସ୍ପାଇସଜେଟ ବିମାନ SG 105 ଦିଲ୍ଲୀରୁ ପୁଣେ ଅଭିମୁଖେ ଉଡ଼ାଣ ଭରିଥିଲା। ସେହି ସମୟରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ବିମାନଟି ଦ୍ରୁତ ବେଗରେ ଗରମ ହେବାକୁ ଲାଗିଲା। ପିଲାଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ବୟସର ଲୋକ ବିମାନରେ ଥିଲେ। ଭିତରର ତାପମାତ୍ରା ଏତେ ବଢିଗଲା ଯେ କେହି ଏହାକୁ ସହ୍ୟ କରିପାରିଲେ ନାହିଁ। ସମସ୍ତେ ଝାଳରେ ବୁଡ଼ିଗଲେ ଏବଂ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏପରିକି ସମସ୍ତେ କେବଳ ଚିତ୍କାର କରିବାକୁ ଲାଗିଲେ।

ଯାତ୍ରୀଙ୍କ ହଙ୍ଗମା ପରେ ବିମାନ କରିଥିଲା ଅବତରଣ
ଏପରି ଅସୁବିଧା ଭୋଗିବା ପରେ ଏହି ବିମାନରେ ଯାତ୍ରା କରୁଥିବା ଯାତ୍ରୀ ଜୋରଦାର ହୋହଲ୍ଲା କରିଥିଲେ ଏବଂ ସେମାନେ ବିମାନକୁ ଉଡ଼ାଣକୁ ରୋକିବା ପାଇଁ ଚାହୁଁଥିଲେ।, ହେଲେ କ୍ୟାପ୍ଟେନ ଏବଂ ଅନ୍ୟ କର୍ମଚାରୀ ଯାତ୍ରୀଙ୍କ ଉପରେ ଚିତ୍କାର କରି ସେମାନଙ୍କୁ ଚୁପ୍ କରିବା ପାଇଁ ପୋଲିସ୍ କୁ ଡାକିବା ଲାଗି ଧମକ ଦେଇଥିଲେ। ହେଲେ ଯାତ୍ରୀ ଏପରି ହଙ୍ଗାମା କରିଥିଲେ ଯେ ବିମାନକୁ ତୁରନ୍ତ ରନୱେ୍ କୁ ଫେରାଇ ଅଣାଯାଇଥିଲା। ପରେ ଜଣା ପଡି଼ଥିଲା ଯେ ଏହି ବିମାନରେ ପ୍ରକୃତରେ କୌଣସି ତ୍ରୁଟି ଥିଲା।

ଏହା ସହ ପଢନ୍ତୁ:  ଆସିଲା ଦ୍ୱିତୀୟ ଡୋପ୍ ଟେଷ୍ଟ ରିପୋର୍ଟ; ଗଞ୍ଜେଇ ନିଶାରେ ବିମାନ ଉଡ଼ାଉଥିଲେ ପାଇଲଟ୍

ବିପଦରେ ପଡ଼ିଲା ଯାତ୍ରୀଙ୍କ ଜୀବନ
ଲେଶପାଲ, ଏୟାରଲାଇନ୍ସ ଉଦ୍ଦେଶ୍ୟରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ସ୍ପାଇସଜେଟ୍ ଏତେ ଖରାପ ସେବା ପ୍ରଦାନ କରି ଏବଂ ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇ ଏକ ଗମ୍ଭୀର ଭୁଲ କରିଛି। ଏହି ଘଟଣାରେ ବ୍ୟଥିତ ହୋଇ ଯାତ୍ରୀ ବିମାନବନ୍ଦରରେ ପ୍ରତିବାଦ କରିବା ଆରମ୍ଭ କରିଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ବିଷୟକୁ ଗମ୍ଭୀରତାର ସହିତ ବିଚାର କରିବା ଉଚିତ ଏବଂ ସ୍ପାଇସଜେଟ୍ ଏୟାରଲାଇନ୍ସ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।

ସ୍ପାଇସଜେଟ୍ ପକ୍ଷରୁ କ୍ଷମା ପ୍ରାର୍ଥନା
ଏହି ଘଟଣାରେ ସ୍ପାଇସଜେଟ୍, ଯାତ୍ରୀଙ୍କୁ ହୋଇଥିବା ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିଛି। ଏନେଇ ଏୟାରଲାଇନ୍ସ କହିଛି ଯେ ଅଗଷ୍ଟ ୧୧, ୨୦୨୬ରେ ଦିଲ୍ଲୀରୁ ପୁଣେ ଯାଉଥିବା ସ୍ପାଇସଜେଟ୍ ବିମାନ SG 105 ଶେଷ ମୁହୂର୍ତ୍ତରେ ଯାନ୍ତ୍ରିକ ସମସ୍ୟାର ସମ୍ମୁଖୀନ ହୋଇଥିଲା। ଯାତ୍ରୀଙ୍କ ପାଇଁ ଦ୍ୱିତୀୟ ବିମାନ ଉପଲବ୍ଧ କରାଯାଇଥିଲା। ଏହା ଯାଇ ଯାଇ ପୁଣେ ଅଭିମୁଖେ ଯାତ୍ରା ଆରମ୍ଭ ହୋଇଥିଲା। ସ୍ପାଇସଜେଟ୍ ଯାତ୍ରୀଙ୍କୁ ହୋଇଥିବା ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: