Videos
|
National

Janakpuri West Delhi Metro / ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ ମେଟ୍ରୋ; ଭିଡ଼ିଓ ଭାଇରାଲ

Subhramjit Ray
Browse all articles by Subhramjit Ray
·1 hour ago·2 min read
ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ ମେଟ୍ରୋ; ଭିଡ଼ିଓ ଭାଇରାଲ
Janakpuri West Delhi Metro

Key Points

ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ଜନକପୁରୀ ପଶ୍ଚିମ ମେଟ୍ରୋ ଷ୍ଟେସନରେ ପାଣି ଜମି ରହିଛି। ଏକ ଭାଇରାଲ ଭିଡିଓ ଡ୍ରେନେଜ୍ ସିଷ୍ଟମ ଉପରେ ପ୍ରଶ୍ନ ଉଠାଇଛି।
Delhi Metro Water Logging: ବିଗତ କିଛି ଦିନ ଧରି ହୋଇଥିବା ପ୍ରବଳ ବର୍ଷା ପାଇଁ ବେହାଲ ହୋଇପଡ଼ିଛି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ। ଯାହାର ଫଳସ୍ୱରୂପ
ଏହାର ଜୀବନରେଖା କୁହାଯାଉଥିବା ମେଟ୍ରୋ ସେବା ମଧ୍ୟ ପ୍ରଭାବିତ ହୋଇଥିଲା। ପଶ୍ଚିମ ଦିଲ୍ଲୀର ଜନକପୁରୀ ପଶ୍ଚିମ ମେଟ୍ରୋ ଷ୍ଟେସନ, ଜଳବନ୍ଦୀ ହୋଇ ପଡ଼ିଥିବାର ଭିଡ଼ିଓ ଏବେ ସାମ୍ନାକୁ ଆସିଛି। ଯାହା ଭିତ୍ତିଭୂମି ବିକାଶ ଏବଂ ଡ୍ରେନେଜ୍ ବ୍ୟବସ୍ଥାର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଛି। ଏହା ସହିତ ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳିଛି ଷ୍ଟେସନ ପରିସର ଏବଂ ଯାତ୍ରୀଙ୍କ ଚାଲିବା ରାସ୍ତାରେ ପାଣି ଜମା ହୋଇ ରହିଛି। ଯେଉଁଥି ପାଇଁ ମେଟ୍ରୋ ଯାତ୍ରୀଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡୁଛି। ଯଦିଓ କେହି ଆହତ ହୋଇଥିବାର କୌଣସି ରିପୋର୍ଟ ଆସିନାହିଁ। ହେଲେ ଏହି ଘଟଣା ବର୍ଷା ସମୟରେ ପ୍ରମୁଖ ସାର୍ବଜନୀନ ପରିବହନ କେନ୍ଦ୍ରର ପ୍ରସ୍ତୁତି ଏବଂ ରକ୍ଷଣାବେକ୍ଷଣକୁ ନେଇ ବିତର୍କ ସୃଷ୍ଟି କରିଛି।

ବର୍ଷା ପରେ ଜଳବନ୍ଦୀ ହୋଇ ପଡ଼ିଥିଲା ଜନକପୁରୀ ପଶ୍ଚିମ ମେଟ୍ରୋ ଷ୍ଟେସନ
ମଙ୍ଗଳବାର (ଜୁଲାଇ ୨୮) ରାଜଧାନୀରେ ପ୍ରବଳ ବର୍ଷା ପରେ, ଜନକପୁରୀ ପଶ୍ଚିମ ମେଟ୍ରୋ ଷ୍ଟେସନ ପରିସରରେ ଜଳବନ୍ଦୀ ସମସ୍ୟା ଦେଖିବାକୁ ମିଳିଥିଲା। ଷ୍ଟେସନ ପରିସରରେ ଅନେକ ସ୍ଥାନରେ ପାଣି ଜମା ହୋଇଯିବାରୁ ଯାତ୍ରୀକୁ ଯିବା ଆସିବା କରିବାରେ ଅସୁବିଧା ଭୋଗିବାକୁ ପଡ଼ିଥିଲା। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଜଳବନ୍ଦୀ ପ୍ଲାଟଫର୍ମ ଏବଂ ଷ୍ଟେସନ ପ୍ରବେଶ ଏବଂ ପ୍ରସ୍ଥାନ ଦେଖିବାକୁ ମିଳିଥିଲା। ଏହି ଭିଡିଓ ସାମ୍ନାକୁ ଆସିବା ପରେ, ଲୋକେ ରାଷ୍ଟ୍ରୀୟ ରାଜଧାନୀର ସହରାଞ୍ଚଳ ଭିତ୍ତିଭୂମି ଏବଂ ମେଟ୍ରୋ ଷ୍ଟେସନ ଠାରେ ଡ୍ରେନେଜ୍ ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।

ଏହା ସହ ପଡନ୍ତୁ: ମେଟ୍ରୋ ବ୍ରିଜ୍ ପାଇଁ ଚର୍ଚ୍ଚାରେ ଡିଏମଆରସି; ଏକ୍ସପ୍ରେସୱେ ବିନା ବନ୍ଦ କରି ହେଲା ନିର୍ମାଣ

ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି
ବର୍ଷା ସମୟରେ, ବହୁ ସଂଖ୍ୟକ ଯାତ୍ରୀଙ୍କୁ ଷ୍ଟେସନ ପରିସରରେ ସତର୍କତାର ସହିତ ଯାତ୍ରା କରିବାକୁ ପଡୁଥିଲା। ଜଳବନ୍ଦୀ ଯୋଗୁଁ ଖସିପଡ଼ିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଯଦିଓ ଅଧିକାରୀ କୌଣସି ଦୁର୍ଘଟଣା କିମ୍ବା ଆହତ ହେବାର ଖବର ପାଇନାହାଁନ୍ତି, ହେଲେ ଯାତ୍ରୀ ପ୍ରଶ୍ନ କରିଛନ୍ତି ଯେ ରାଜଧାନୀର ଏକ ପ୍ରମୁଖ ଏବଂ ବ୍ୟସ୍ତବହୁଳ ମେଟ୍ରୋ ଷ୍ଟେସନ ଠାରେ କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଡ୍ରେନେଜ୍ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ
ଏହି ଘଟଣା ପରେ, ମେଟ୍ରୋ ଷ୍ଟେସନର ଡ୍ରେନେଜ୍ ବ୍ୟବସ୍ଥା ଏବ ଏହାର ନିୟମିତ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ନେଇ ଆଲୋଚନା ହେଉଛି। ସ୍ଥାନୀୟ ଲୋକ କହିଛନ୍ତି ଯେ ବର୍ଦ୍ଧିତ ବର୍ଷା ଏବଂ ପରିବର୍ତ୍ତିତ ପାଗ ସହିତ, ଯାତ୍ରୀ ସେବାରେ ବାଧା ଏଡାଇବା ପାଇଁ ସାର୍ବଜନୀନ ପରିବହନ କେନ୍ଦ୍ରରେ ଉନ୍ନତ ଡ୍ରେନେଜ୍ ପରିଚାଳନା ଆବଶ୍ୟକ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: