DMRC New Record 2026 / ମେଟ୍ରୋ ବ୍ରିଜ୍ ପାଇଁ ଚର୍ଚ୍ଚାରେ ଡିଏମଆରସି; ଏକ୍ସପ୍ରେସୱେ ବିନା ବନ୍ଦ କରି ହେଲା ନିର୍ମାଣ
·1 month ago·3 min read

Key Points
ଦିଲ୍ଲୀ ମେଟ୍ରୋ ନୋଏଡା ଇଲେକ୍ଟ୍ରୋନିକ୍ ସିଟି ନିକଟରେ NH-9 ଏବଂ ଦିଲ୍ଲୀ-ମେରଠ ଏକ୍ସପ୍ରେସୱେ ଉପରେ ୫୮ ମିଟର ଲମ୍ବା ଷ୍ଟିଲ୍ ସ୍ପାନ୍ ସ୍ଥାପନ କରିଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସମଗ୍ର କାର୍ଯ୍ୟ ସମୟରେ ତଳେ ଯାତାୟାତ ନିରବଚ୍ଛିନ୍ନ ଭାବରେ ଜାରି ରହିଥିଲା।
DMRC New Metro Bridge in Blue Line: \ଦେଶର କୌଣସି ସ୍ଥାନରେ ଯେତେବେଳେ କୌଣସି ନୂତନ ବ୍ରିଜ୍ କିମ୍ବା ଅନ୍ୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲୁଥାଏ, ସେତେବେଳେ ରାସ୍ତା ମାସ ମାସ ଧରି ବନ୍ଦ ରହିଥାଏ। ଯେଉଁଥିପାଇଁ ଜନସାଧାରଣଙ୍କୁ ଅନେକ ଅସୁବିଧା ଭୋଗିବାକୁ ପଡ଼ିଥାଏ। ହେଲେ ଏବେ ଏହି ସମସ୍ୟାର ସମାଧାନର ବାଟ ଖୋଜି ପାଇଛି ଦିଲ୍ଲୀ ମେଟ୍ରୋ। ସଦ୍ୟ ଏକ ବ୍ରିଜ୍ ପାଇଁ ଏବେ ଚର୍ଚ୍ଚାକୁ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି)।
ଏହି ବ୍ରିଜ୍ ନିର୍ମାଣ ଦିଲ୍ଲୀ-ମେରଠ ଏକ୍ସପ୍ରେସୱେ ବନ୍ଦ ନକରି କରାଯାଇଛି। ଯାହା ଇଞ୍ଜିନିୟରିଂ କ୍ଷେତ୍ରରେ ଏକ ନୂତନ କୀର୍ତ୍ତିମାନ ବୋଲି କୁହାଯାଉଛି। ଦିଲ୍ଲୀ ମେଟ୍ରୋ ଏକ ଏକ୍ସପ୍ରେସୱେ ଉପରେ ଏକ ବିଶାଳ ଷ୍ଟିଲ୍ ବ୍ରିଜ୍ (ସ୍ପାନ୍) ନିର୍ମାଣ କରିଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ ଯେଉଁସ୍ଥାନରେ ଏପରି ଏକ ଅତ୍ୟନ୍ତ ଜଟିଳ ନିର୍ମାଣ କାର୍ଯ୍ୟ କରାଯାଉଥିଲା, ସେଠାରେ ରହିଥିବା ଏକ୍ସପ୍ରେସୱେରେ ଗାଡ଼ି ଚଳାଚଳ ଗୋଟିଏ ସେକଣ୍ଡ ପାଇଁ ଅଟକି ନଥିଲା। ଏପରିକି ଏହି ରାସ୍ତାରେ କୌଣସି ପ୍ରକାରର ଟ୍ରାଫିକ୍ ଜାମ୍ ମଧ୍ୟ ହୋଇନଥିଲା।
ଦିଲ୍ଲୀ ମେଟ୍ରୋ ବ୍ଲୁ ଲାଇନ ମାର୍ଗରେ ନିର୍ମିତ ହୋଇଥିଲା ବ୍ରିଜ୍
ଦିଲ୍ଲୀ ମେଟ୍ରୋ ଏହାର ବ୍ଲୁ ଲାଇନ ମାର୍ଗରେ ନୋଏଡା ଇଲେକ୍ଟ୍ରୋନିକ୍ ସିଟି ମେଟ୍ରୋ ଷ୍ଟେସନ ଅତିକ୍ରମ ପରେ ୯ ନମ୍ବର ଜାତୀୟ ରାଜପଥ ଏବଂ ଦିଲ୍ଲୀ-ମେରଠ ଏକ୍ସପ୍ରେସୱେ ଉପରେ ୫୮ ମିଟର ଲମ୍ବା ଏକ ବିଶାଳ ସ୍ପାନ୍ ସଫଳତାର ସହିତ ନିର୍ମାଣ କରିଥିଲା। ନୋଏଡା ଇଲେକ୍ଟ୍ରୋନିକ୍ ସିଟି ପରେ, ମେଟ୍ରୋ ଟ୍ରେନ୍ ପାଇଁ ଏକ ପଛକୁ ଫେରିବା ସୁବିଧା (Reversal Facility) ନିର୍ମାଣ କରାଯାଉଛି। ଯାହା ଏହାକୁ ଏହାର ଯାତ୍ରା ସମାପ୍ତ କରିବା ପରେ ସହଜରେ ଦିଗ ପରିବର୍ତ୍ତନ କରିବାର ସୁବିଧା ଯୋଗାଇବା। ଏଠାରେ ପୃଥକ ପୃଥକ ଭାବରେ ୫୮ ମିଟର ଏବଂ ୭୩ ମିଟର ଲମ୍ବର ଦୁଇଟି ସ୍ୱତନ୍ତ୍ର ଷ୍ଟିଲ୍ ସ୍ପାନ୍ ରହିବ। ଯାହା NH-୯ ଏବଂ ଦିଲ୍ଲୀ-ମେରଠ ଏକ୍ସପ୍ରେସୱେ ଉଭୟକୁ ଅତିକ୍ରମ କରିବ।
ଏହା ସହ ପଢନ୍ତୁ: ଯାତ୍ରୀ ପରିବହନରେ ରେକର୍ଡ଼ ଭାଙ୍ଗିଲା ଦିଲ୍ଲୀ ମେଟ୍ରୋ
ଯାତାୟାତ ହୋଇନଥିଲା ବାଧାପ୍ରାପ୍ତ
ଯେତେବେଳେ ୫୮ ମିଟର ସ୍ପାନ୍ ବର୍ତ୍ତମାନ ୩୮୪-୩୮୫ ନମ୍ବର ଖମ୍ବ (Metri Pillar) ମଧ୍ୟରେ ସ୍ଥାପିତ ହୋଇଛି। ଦ୍ୱିତୀୟ ସ୍ପାନ୍ ଚଳିତ ବର୍ଷର ଆଗାମୀ କିଛି ମାସରେ ସ୍ଥାପିତ ହେବ। ଏହି ରିଭର୍ସଲ୍ ସୁବିଧା ପାଇଁ ସିଭିଲ୍ କାର୍ଯ୍ୟ ଚଳିତ ବର୍ଷ ଶେଷ ସୁଦ୍ଧା ସମାପ୍ତ ହେବ। ଏହା ପରେ ଟ୍ରାକ୍ ବିଛାଇବା ଏବଂ ବିଦ୍ୟୁତ୍ ସଂଯୋଗ ଭଳି ଅନ୍ୟାନ୍ୟ କାର୍ଯ୍ୟ କରାଯିବ। ଏହା ଦିଲ୍ଲୀ ମେଟ୍ରୋ ଇଞ୍ଜିନିୟରଙ୍କ ପାଇଁ ଏକ ପ୍ରମୁଖ ଇଞ୍ଜିନିୟରିଂ ସଫଳତା ରହିଥିଲା। କାରଣ ତଳେ ବ୍ୟସ୍ତବହୁଳ ରାଜପଥ ଏବଂ ଏକ୍ସପ୍ରେସୱେ ଠାରେ ଟ୍ରାଫିକ୍ ଗୋଟିଏ ଦିନ ପାଇଁ ମଧ୍ୟ ବନ୍ଦ ହୋଇନଥିଲା। ଏହା ବ୍ୟତୀତ, ସ୍ପାନ୍କୁ ୩୮୪ ନମ୍ବର ଖମ୍ବ ନିକଟରେ ଏକ ଚାଲୁଥିବା ଓଭରହେଡ୍ ହାଇ-ଟେନ୍ସନ୍ ଲାଇନ ତଳେ ମଧ୍ୟ ଯିବାକୁ ପଡିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିପରି ନିର୍ମିତ ହୋଇଥିଲା ଏହି ପୋଲ?
ରାଜପଥ ଏବଂ ଏକ୍ସପ୍ରେସୱେ ଠାରେ ନିର୍ଦ୍ଦିଷ୍ଟ ସ୍ଥାନରେ ଏହାର ମୂଳଦୂଆ ପକାଯାଇଥିଲା ଯେଉଁଠାରେ ବିମ୍ ରଖାଯାଇଥିଲା। ଏହା ପରେ ଏକ ୱିଞ୍ଚ ନାମକ ଉପକରଣ ବ୍ୟବହାର କରି, ଏକ ସ୍ୱତନ୍ତ୍ର ପ୍ରି-କାଷ୍ଟ ଷ୍ଟିଲ୍ ସ୍ପାନ୍ ଟାଣାଯାଇଥିଲା। ଇନ୍ଦିରାପୁରମ ପାର୍ଶ୍ୱରୁ ବିମ୍ ଉପରେ ସ୍ପାନ୍କୁ ରଖାଯାଇ ଧିରେ ଧିରେ ନୋଏଡା ସିଟି ସାଇଟ୍ ଆଡ଼କୁ ଟାଣି ହୋଇ ତଳେ ରହିଥିବା ହାଇୱେ ଏବଂ ଏକ୍ସପ୍ରେସୱେ ସୁରକ୍ଷିତ ଭାବରେ ପାର କରାଯାଇଥିଲା। ସ୍ପାନ୍ ହାଇୱେ ଏବଂ ଏକ୍ସପ୍ରେସୱେ ଠାରୁ ପ୍ରାୟ ୧୪ ମିଟର ଉଚ୍ଚତାରେ ସ୍ଥାପିତ ହୋଇଥିଲା।
୨ ଦିନ- ୨ ରାତି ଧରି ନିରବିଚ୍ଛିନ୍ନ ଭାବେ ଚାଲିଥିଲା କାର୍ଯ୍ୟ
ଦିଲ୍ଲୀ ମେଟ୍ରୋ ପ୍ରମୁଖ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନୁଜ ଦୟାଲ କହିଛନ୍ତି ଯେ ଏହି କାର୍ଯ୍ୟ ପାଇଁ ମାସ ମାସ ଯୋଜନା, ସୂକ୍ଷ୍ମ ଡିଜାଇନ୍ ଏବଂ ସଠିକତା ଆବଶ୍ୟକ। DMRC ଇଞ୍ଜିନିୟର ଏହି କାର୍ଯ୍ୟ ଉପରେ ୨୪ ଘଣ୍ଟିଆ ସତର୍କ ନଜର ରଖିଥିଲେ। ଏହି କାର୍ଯ୍ୟ ୨ ଦିନ ୨ ରାତି ଧରି ଚାଲିଥିଲା। ଯାହା ଜୁଲାଇ ୨୦ ତାରିଖ ମଧ୍ୟାନ୍ନରୁ ଆରମ୍ଭ ଜୁଲାଇ ୨୨ ତାରିଖ ସକାଳ ପର୍ଯ୍ୟନ୍ତ ଚାଲିଥିଲା। ଯେତେବେଳେ ଏହି ୨ ଦିନ ଧରି ଏହି କାର୍ଯ୍ୟ ଚାଲିଥିଲା ସେତେବେଳେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ସ୍ୱାଭାବିକ ଭାବରେ ଚାଲିଥିଲା।
ଏହା ସହ ପଢନ୍ତୁ: ଯାତ୍ରା ବେଳେ ହୋଇଯାନ୍ତୁ ସାବଧାନ; ନହେଲେ ଦେବେ ମୋଟ ଅଙ୍କର ଜରିମାନା
DMRC ପୂର୍ବରୁ ଦିଲ୍ଲୀ NCR ଠାରେ ଅନେକ ସ୍ଥାନରେ ବ୍ୟସ୍ତ ରାଜପଥ ଉପରେ ଏତେ ଉଚ୍ଚତାରେ ନିର୍ମାଣ କାର୍ଯ୍ୟ ସଫଳତାର ସହିତ କରିସାରିଛି। ମୂଳଚାନ୍ଦ ସ୍କୋୟାର ଠାରେ ମେଟ୍ରୋ ବ୍ରିଜ୍ ନିର୍ମାଣ ଏବଂ ଧୌଲାକୂଆଁ ସ୍କୋୟାର ଠାରେ ଏୟାରପୋର୍ଟ ଲାଇନ୍ ଏବଂ ପିଙ୍କ୍ ଲାଇନ୍ ପାଇଁ ଭାୟାଡକ୍ଟ ହେଉଛି ଏହାର ଉଦାହରଣ। ହେଲେ ତଥାପି, ଏହା ପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ଏକ ମେଟ୍ରୋ ଭାୟାଡକ୍ଟ ଏକ କାର୍ଯ୍ୟକ୍ଷମ ଏକ୍ସପ୍ରେସୱେ ଉପରେ ଅତିକ୍ରମ କରିଛି।

Related Topics
Explore more stories