|
logo
Live

Argus News - ଜାଡରେ ଥରୁଛି ଦିଲ୍ଲୀ

National

ଜାଡରେ ଥରୁଛି ଦିଲ୍ଲୀ

Jitendra Dash
Browse all articles by Jitendra Dash
·2 years ago·1 min read
ଜାଡରେ ଥରୁଛି ଦିଲ୍ଲୀ

ଅର୍ଗସ ବ୍ୟୁରୋ : ଜାଡରେ ଥରୁଛି ଦିଲ୍ଲୀ। ଶିମଲା ଠାରୁ ବି ଦିଲ୍ଲୀରେ ଅଧିକ ଥଣ୍ଡା ଅନୁଭବ । ଗୁରୁବାର ଜାତୀୟ ରାଜଧାନୀ ଦିଲ୍ଲୀର ପାରଦ ରେକର୍ଡ ୫ ବର୍ଷରେ ସର୍ବନିମ୍ନ ସ୍ତରକୁ ଖସି ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଦିଲ୍ଲୀ-ସଫଦରଜଙ୍ଗ ଅଞ୍ଚଳରେ ତାପମାତ୍ରା ୪.୯ ଡିଗ୍ରୀ ସେଲ୍ସିୟସ ରେକର୍ଡ ହୋଇଛି । 

ଅଧିକ ପଢନ୍ତୁ ପାଣିପାଗ ଖବର

ଫଳରେ ଦିଲ୍ଲୀ ଶିମିଲାଠାରୁ ଅଧିକ ଥଣ୍ଡା ଅନୁଭବ କରିଛି । ଶିମିଲାରେ ଗୁରୁବାର ତାପମାତ୍ରା ୬.୮ ରେକର୍ଡ କରାଯାଇଛି । ତେବେ ଗୁରୁବାର ଦିଲ୍ଲୀର ସର୍ବାଧିକ ତାପମାତ୍ରା ୨୪.୨ ଡିଗ୍ରୀ ରହିଥିଲା ଏବଂ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଶୁକ୍ରବାର ମଧ୍ୟ ଏହା ୨୪ ଆଖପାଖରେ ରହିବ । ଅନ୍ୟପରେ ଶିମିଲାରେ ଦିନର ସର୍ବାଧିକ ତାପମାତ୍ରା ୧୫ ଡିଗ୍ରୀ ରହିବାର ସମ୍ଭାବନା ରହିଛି । ସେପଟେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ମଧ୍ୟ ବଢ଼ିବାରେ ଲାଗିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଜାଡରେ ଥରୁଛି ଦିଲ୍ଲୀ | Argus News